ରାଜ୍ୟ

ଜେସିବି ଲଗାଇ ଘର ଭାଙ୍ଗିଦେଲେ: ରାତିଅଧରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ

ନିମାପଡ଼ା: ନିମାପଡ଼ା ଉପକଣ୍ଠ ଝାମ୍ପୁଲାକୁଦ ଗ୍ରାମରେ ଗତରାତିରେ ଦୁର୍ବୃତ୍ତମାନଙ୍କ ଉତ୍ପାତ ସୀମା ଟପିଛି। ରାତିଅଧରେ କିଛି ମୁଖାପିନ୍ଧା ଦୁର୍ବୃତ୍ତ ଜଣେ ମହିଳାଙ୍କ ଘର ଭଙ୍ଗାରୁଜା କରିବା ସହ ମହିଳାଙ୍କ ସମେତ ପୂରା ପରିବାର ଉପରେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ତେବେ ସାମାନ୍ୟ ଖଣ୍ଡିଆ ଖାବରା ହୋଇ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ଜେସିବି ଲଗାଇ ମହିଳାଙ୍କ ଘରର ଆଜବେଷ୍ଟସ୍‌ ଓ ଏକ କାର୍‌କୁ ବାଡ଼େଇ ଭାଙ୍ଗିଦେଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ମହିଳା ଏ ସମ୍ପର୍କରେ ନିମାପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଝାମ୍ପୁଲାକୁଦ ଗ୍ରାମର ପିଙ୍କି ମହାନ୍ତିଙ୍କ ଘର ପାଖରେ ଗତକାଲି ରାତି ପ୍ରାୟ ୨ଟା ସମୟରେ ୨୦ରୁ ଅଧିକ ଯୁବକ ମୁଖା ପିନ୍ଧି ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ଏକ ଜେସିବିରେ ପିଙ୍କିଙ୍କ ଘର ଓ ନିକଟରେ ଥିବା ଗାଡ଼ି ଭଙ୍ଗାରୁଜା କରିବା ଆରମ୍ଭ କରି ଦେଇଥିଲେ। ଶବ୍ଦ ଶୁଣି ପିଙ୍କିଙ୍କ ପରିବାର ନିଦରୁ ଉଠି ଦୁର୍ବୃତ୍ତମାନେ ଆତଙ୍କ ଖେଳାଉଥିବା ଦେଖିବାକୁ ପାଇଥିଲେ। ପ୍ରତିବାଦ କରିବାରୁ ସେମାନଙ୍କୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଅଧରାତିରେ ଦୁର୍ବୃତ୍ତମାନେ ଏଭଳି ଲଙ୍କାକାଣ୍ଡ ଭିଆଉଥିବା ବେଳେ ଗ୍ରାମର ଅନ୍ୟ କିଛି ଲୋକ ନିଦରୁ ଉଠିଥିଲେ। କିନ୍ତୁ ଖଣ୍ଡା ଓ ଭୁଜାଲି ଧରି ଦୁର୍ବୃତ୍ତମାନେ ସମସ୍ତଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ସେଠାରୁ ଫେରାର ହୋଇଯାଇଥିଲେ।

ଆଜି ସକାଳେ ପିଙ୍କି ନିମାପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ମାରଣାସ୍ତ୍ର ସହ ଜେସିବି ଆଣି ତାଙ୍କ ଘର ଭଙ୍ଗାରୁଜା କରିଥିବା ଓ କାର୍‌କୁ ଭାଙ୍ଗିବାର ସିସିଟିଭି ଦୃଶ୍ୟକୁ ସେ ପୁଲିସକୁ ଦେଖାଇବା ସତ୍ତ୍ବେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ତାଙ୍କୁ ଗୁଡ଼ାଇତୁଡ଼ାଇ ଏଣୁତେଣୁ ପ୍ରଶ୍ନ କରିଥିବା ପିଙ୍କି କହିଛନ୍ତି। ସ୍ଥାନୀୟ ଅଞ୍ଚଳର ନକୁଳ ଲେଙ୍କା ନାମକ ଜଣେ ବ୍ୟକ୍ତିଙ୍କ ସହ ପିଙ୍କିଙ୍କର ଜମିବାଡ଼ି ନେଇ ମାମଲା କୋର୍ଟରେ ରହିଛି। ତେବେ ଏହାକୁ ନେଇ ନକୁଳଙ୍କ ପ୍ରରୋଚନାରେ ଏଭଳି ଆତଙ୍କରାଜ ସୃଷ୍ଟି କରାଯାଇଥିବା ପିଙ୍କି ଅଭିଯୋଗ କରିଛନ୍ତି। ରାତିଅଧରେ ଏକ ନିମାପଡ଼ା ଥାନା ଅଧିକାରୀ ବାମଦେବ ସ୍ବାଇଁ କହିଛନ୍ତି ଯେ ଘଟଣାସ୍ଥଳକୁ ଯାଇ ଆମେ ଅନୁଧ୍ୟାନ କରିଛୁ। ଏ ନେଇ ଶୀଘ୍ର ମାମଲା ରୁଜୁ କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।