ଅପରାଧ ରାଜ୍ୟ

ଜେଲ୍ ଗଲେ ଫେରାର ପ୍ରିନ୍ସିପାଲ, କଲେଜରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ ଆଦିକନ୍ଦ

ଉଦଳା ୦୨/୦୮: ଜେଲ୍ ଗଲେ ଫେରାର ପ୍ରିନ୍ସିପାଲ । କଲେଜରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବା ପରେ ଦୀର୍ଘ ମାସ ହେବ ଫେରାର ଥିବା ପ୍ରିନ୍ସିପାଲ ଶେଷରେ ଜେଲ ହାଜତକୁ ଯାଇଛି । ଉଦଳା ଥାନା ଅଧିନ ରାଢୋ ଲୁଇପା ଡିଗ୍ରୀ କଲେଜର ପୂର୍ବତନ ପ୍ରିନ୍ସିପାଲ ଆଦିକନ୍ଦ ଦେଙ୍କ ନାମରେ ଆସିଥିଲା ସାଂଘାତିକ ଅଭିଯୋଗ ।

କଲେଜରେ ବି-ଭୋକ କାର୍ଯ୍ୟକ୍ରମ ନିମନ୍ତେ ଆସିଥିବା ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ସେ ମିଥ୍ୟା କାଗଜପତ୍ର ଦର୍ଶାଇ ଟଙ୍କା ଆତ୍ମସାତ କରିଥିଲେ । ଏହା ସହିତ କଲେଜ ଛାତ୍ରଛାତ୍ରୀଙ୍କ ଷ୍ଟାଇଫେଣ୍ଡ, ଅଧ୍ୟାପକ ଅଧ୍ୟାପିକାଙ୍କ ନିଯୁକ୍ତି, ଏପରିକି କଲେଜରେ ଦବଙ୍ଗଗିରି କରୁଥିବା ଅଭିଯୋଗ ପୂର୍ବରୁ ଆସିଥିଲା । ଯାହାକୁ ନେଇ ତଦନ୍ତ ମଧ୍ୟ ହୋଇଥିଲା ।

ହେଲେ ତଦନ୍ତ ପରେ ଟଙ୍କା ଆତ୍ମସାତ ହେବାର ସମସ୍ତ ତଥ୍ୟ ମିଳିବା ପରେ ସେ କଲେଜ ନ ଆସି ଫେରାର ହୋଇଯାଇଥିଲେ । ଏପରିକି ତାଙ୍କୁ ପ୍ରିନ୍ସିପାଲ ପଦବୀରୁ ବହିଷ୍କାର କରାଯିବା ସହିତ ଅନ୍ୟ ଜଣେ ଅଧ୍ୟାପକଙ୍କୁ ପ୍ରିନ୍ସିପାଲ ଭାବେ ନିଯୁକ୍ତି କରାଯାଇଥିଲା । ହେଲେ ଫେରାର ଥିବା ପୂର୍ବତନ ପ୍ରିନ୍ସିପାଲ ଆଦିକନ୍ଦ ଦେ ବିଭିନ୍ନ ତରିକାରେ କଲେଜରୁ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିଲେ ।

ଶେଷରେ ଗତକାଲି ସ୍ଥାନୀୟ କୋର୍ଟରେ ତାଙ୍କୁ ହାଜର କରିଥିଲା ଉଦଳା ପୋଲିସ୍ । କୋର୍ଟରେ ଜାମିନ୍ ନାମୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କେବଳ କଲେଜ ଟଙ୍କା ଆତ୍ମସାତ ନୁହେଁ ବରଂ ଅନେକ ସମୟରେ କଲେଜର ଅଧ୍ୟାପକ, କର୍ମଚାରୀଙ୍କୁ ବିଭିନ୍ନ ଧମକ ମଧ୍ୟ ଦେଇ ଆସୁଥିଲେ ଏହି ପୂର୍ବତନ ପ୍ରିନ୍ସିପାଲ । ହେଲେ ହାଜତକୁ ଯିବା ସମୟରେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିନଥିଲେ ଏହି ଲୁଟିଆ ପୂର୍ବତନ ପ୍ରିନ୍ସିପାଲ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।