ଦେଶ ବିଦେଶ ମନୋରଞ୍ଜନ

ଜେଲ୍‌ରେ ଭାରତୀ ଓ ହର୍ଷ

କମେଡି କ୍ବିନ୍‌ ଭାରତୀ ସିଂହ ଓ ସ୍ୱାମୀ ହର୍ଷ ଲିମ୍ୱାଚିଆଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି ମୁମ୍ୱାଇର କିଲା କୋର୍ଟ। ଡ୍ରଗ୍ସ ମାମଲାରେ ସଂପୃକ୍ତି ଓ ବ୍ୟବହାର ନେଇ ସେମାନେ ଦୋଷ ସ୍ବୀକାର କଲା ପରେ କୋର୍ଟ ତାଙ୍କୁ ଡିସେମ୍ବର ୪ ତାରିଖ ଯାଏ ହାଜତକୁ ପଠାଇ ଦେଇଛି। ସେପଟେ ଭାରତୀ ଓ ହର୍ଷ କୋର୍ଟରେ ନିଜର ଜାମିନ୍‌ ପାଇଁ ଆବେଦନ କରିଛନ୍ତି। ଏହାର ଶୁଣାଣି ସୋମବାର ହେବ ବୋଲି ଜଣାପଡ଼ିଛି।

ଭାରତୀଙ୍କୁ ଏବେ କଲ୍ୟାଣ ଜେଲ୍‌ ଏବଂ ହର୍ଷଙ୍କୁ ଟଲୋଜା ଜେଲକୁ ନିଆଯିବ। ଏହା ଏକ ଡ୍ରଗ୍ସ ସେବନର ମାମଲା, ଏଥିପାଇଁ ଜାମିନ୍‌ ପିଟିସନ କିଲା କୋର୍ଟରେ ହିଁ ଦାଖଲ ହେବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ମୁମ୍ୱାଇ ଅନ୍ଧେରୀସ୍ଥିତ ଭାରତୀଙ୍କ ଘରେ ଚଢ଼ଉ କରି ୮୬.୫ ଗ୍ରାମ୍‌ର ଗଂଜେଇ ଜବତ କରିଥିଲା। ଭାରତୀ ଡ୍ରଗ୍ସ ସେବନ କରନ୍ତି ବୋଲି ଜେରା ବେଳେ ସ୍ବୀକାର କରିଥିଲେ। ପାଖାପାଖି ୬ ଘଣ୍ଟାର ଜେରା ପରେ ଭାରତୀଙ୍କୁ ଗିରଫ କରାଯାଇଥିଲା। ଏହା ପରେ ବିଳମ୍ୱିତ ରାତିରେ ତାଙ୍କ ସ୍ୱାମୀ ହର୍ଷଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ