ଅପରାଧ ରାଜ୍ୟ

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, ପାପୁଲିରେ ଲେଖିଛନ୍ତି ‘ଆଇ ଲଭ ୟୁ ମଞ୍ଜୁ’…

ବରଗଡ଼ ୧୦।୦୫: ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା । ଆଉ ହାତରେ ଲେଖିଛନ୍ତି ଆଇ ଲଭ ୟୁ ମଞ୍ଜୁ । ମୃତ କଏଦୀ ଜଣଙ୍କ ସୋହେଲା ଥାନା ପେଟୁପାଲି ଗାଁରେ ୩୫ ବର୍ଷୀୟ ମୋହିତ ରାଉତ ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲା କାରଗାରାରେ ଏପରି କିଛି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ମୋହିତ ଗତ ଦୁଇ ଦିନ ପୂର୍ବରୁ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ଏହାପରେ ତାଙ୍କୁ କୋର୍ଟ ଚାଲାଣ ହୋଇଥିଲେ । ପରେ ମାନ୍ୟବର କୋର୍ଟ ତାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଥିଲେ । ଏହାପରେ ତାଙ୍କୁ ସୋହେଲା ଜେଲ୍‌କୁ ବିଚାରାଧୀନ କଏଦୀ ଭାବେ ପଠାଯାଇଥିଲା । ହେଲେ ଏବେ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଉ ଆତ୍ମହତ୍ୟା ପୂର୍ବରୁ ହାତରେ ଲେଖିଯାଇଛନ୍ତି ଆଇ ଲଭ ୟୁ ମଞ୍ଜୁ ।

ତେବେ ମୋହିତଙ୍କ ହାତରେ ଲେଖାଥିବା ମଞ୍ଜୁ କିଏ ? ତାର ମୋହିତଙ୍କ ସହିତ ସଂପର୍କ କଣ ? ମଞ୍ଜୁ ମୋହିତଙ୍କ ସ୍ତ୍ରୀ ନୁହେଁ ତ ? ଏପରି ଅନେକ ପ୍ରଶ୍ନ ଏବେ ପୋଲିସ ମନରେ ସୃଷ୍ଟି ହୋଇଛି । ସେପଟେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରୁଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗ ନେଇପାରେ ପୋଲିସ । ସେହିପରି ସୋହେଲା ପୋଲିସ ଜେଲ୍‌କୁ ଯାଇ ପଚରାଉଚରା କରିବ ବୋଲି ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।