ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ରାଜ୍ୟରେ ଥିବା ବିଭିନ୍ନ ଜେଲ୍ରେ ବ୍ୟାପକ ଅନିୟମିତତା ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରସଂଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ସାମାଜିକ କର୍ମୀ ଡକ୍ଟର ସୁନୀଲ କୁମାର ରଥଙ୍କ ତରଫରୁ ଦାୟର ଅାବେଦନରେ ଉଲ୍ଲେଖ କରାଯାଇଛି ଯେ ଜେଲ ଗୁଡିକର ଅଧୀକ୍ଷକ, ଅଧିକାରୀ ଓ କର୍ମଚାରୀ ବିଭିନ୍ନ ଅନିୟମିତତାରେ ସଂପୃକ୍ତ। ଜେଲ ଗୁଡିକରେ ବନ୍ଦୀଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ବେଳେ ଅନେକ ସୁବିଧା ପ୍ରଦାନ କରାଯାଉନାହିଁ। ଜେଲରେ ବନ୍ଦୀମାନେ ସଂପର୍କୀୟଙ୍କୁ ଟେଲିଫୋନ କରିବାକୁ ହେଲେ ସେମାନଙ୍କ ଠାରୁ ମନଇଚ୍ଛା ଦରରେ ଟଙ୍କା ଆଦାୟ କରାଯାଉଛି।
ବନ୍ଦୀମାନଙ୍କ ହାତ ପାଣ୍ଠି ଜେଲ ଅଧିକାରୀ ବେଆଇନ ଭାବେ ଉଠାଇ ନେଉଛନ୍ତି। ବିଶେଷ କରି ସୁନ୍ଦରଗଡ଼ ଜେଲରେ ଏପରି ଅନିୟମିତତା ପ୍ରସଂଗରେ ଆବେଦନକାରୀ ଜେଲ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଜେଲ ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ବ ଦିଆଯାଉ। ଏଥି ସହିତ ଦୋଷୀ ଜେଲ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ଗୃହ ସଚିବ, କ୍ରାଇମବ୍ରାଞ୍ଚ, ଜେଲ ଡିଜି ଓ ଅନ୍ୟ ୧୭ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l