ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜେରାରୁ ବାହାରିଲା ବଡ଼ ସତ: ସଚିନଙ୍କ ପୂର୍ବରୁ ଦିଲ୍ଳୀର ଯୁବକଙ୍କ ସହ ସଂପର୍କରେ ଥିଲେ ସୀମା ହାଇଦର୍‌

ମୁମ୍ବାଇ: ବେନିୟମ୍‌ ଭାବେ ସୀମା ପାର୍‌ କରି ପାକିସ୍ତାନରୁ ନିଜ ପ୍ରେମୀ ସଚିନଙ୍କ ପାଇଁ ଭାରତ ଆସିଥିବା ସୀମା ହାଇଦରଙ୍କ ଉପରେ ରହିଥିବା ସନ୍ଦେହକୁ ନେଇ ଉତ୍ତରପ୍ରଦେଶ ପୁଲିସ୍‌ର ଆଣ୍ଟି-ଟେରୋରିଷ୍ଟ ସ୍କ୍ବାଡ୍‌ (ଏଟିଏସ୍‌) ଆଜି ଭଭୟ ସୀମା ଓ ତାଙ୍କ ପ୍ରେମୀ ସଚିନଙ୍କ ବାପାଙ୍କୁ ପଚରାଉଚରା ପାଇଁ ନେଇଥିଲା। ଏଟିଏସ୍‌ ଜେରା ପରେ ଅନେକ ସତ ଏବେ ସାମ୍ନାକୁ ଆସିଛି।

ଜାଣିବାକୁ ମିଳିଛି ଯେ ସଚିନ ପ୍ରଥମ ଭାରତୀୟ ଯୁବକ ନୁହଁନ୍ତି, ଯାହାଙ୍କ ସହ ସଂପର୍କରେ ଆସିଛନ୍ତି ସୀମା। ସଚିନଙ୍କ ପୂର୍ବରୁ ବି ସୀମାଙ୍କର ଅନ୍ୟ ହିନ୍ଦୁସ୍ତାନୀ ଯୁବକଙ୍କ ସହ ସଂପର୍କ ଥିଲା। ପବ୍‌ଜୀ ଖେଳ ଜରିଆରେ ଅନେକ ହିନ୍ଦୁସ୍ତାନୀ ଯୁବକଙ୍କ ସହ ସୀମା ବନ୍ଧୁତ୍ବ କରିଥିଲେ। ଅଧିକାଂଶ ଯୁବକ ଦିଲ୍ଲୀ ଏନ୍‌ସିଆର୍‌ର ଥିଲେ ବୋଲି ସୀମା ଏଟିଏସ୍‌ ସମ୍ମୁଖରେ କହିଛନ୍ତି।

ଏବେ ଉତ୍ତରପ୍ରଦେଶ ଏଟିଏସ୍‌ ସୀମା ଏବଂ ସଚିନଙ୍କର ଅଲଗା ଅଲଗା ଜେରା କରୁଛି। ସୋମବାର ଦିନ ଏଟିଏସ୍‌ ସୀମା ହାଇଦରଙ୍କୁ ଇଂରାଜିର କିଛି ଧାଡ଼ି ପଢ଼ାଇଥିବା ବେଳେ ସୀମା ଖାଲି ପଢ଼ିନଥିଲେ, ବରଂ ତାଙ୍କ ଉଚ୍ଚାରଣ ବି ଖୁବ୍‌ ପ୍ରାଞ୍ଜଳ ଥିଲା।

ଯେଉଁଭଳି ଭାବେ ସୀମା ବିନା ଡରି ସମସ୍ତ ପ୍ରଶ୍ନର ଉତ୍ତର ତତ୍‌କ୍ଷଣାତ୍‌ ଦେଉଥିଲେ, ସେଥିରେ ଏସ୍‌ଟିଏସ୍‌ର ବି ସନ୍ଦେହ ସୃଷ୍ଟି ହୋଇଥିଲା। ଏବେ ଏସ୍‌ଟିଏସ୍‌ ଏହି କଥାକୁ ନେଇ ଯାଞ୍ଚ୍‌ କରୁଛି ଯେ, ସୀମାଙ୍କୁ କେହି ପଛରୁ ସମର୍ଥନ ଦେଉନାହିଁ ତ। ଜେରା ସମୟରେ ସୀମାଙ୍କୁ ତାଙ୍କ ବାପଘର ଓ ଶଶୁରଘର ପରିବାରରେ କିଏ କିଏ ସଦସ୍ୟ ଅଛନ୍ତି ସେ ସବୁ କଥା ପଚରା ଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ