ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ମାନପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଇଟାଭାଟିରେ କାମ କରୁଥିବା ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ ଜଣେ ଗୁରୁତରଙ୍କୁ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଗତକାଲି ରାତିରେ ମୋବାଇଲ୍ ଚାର୍ଜ କରିବା ଲାଗି ଶ୍ରମିକମାନେ ଜେନେରେଟର ଚଲାଇଥିଲେ। ହେଲେ ସେମାନେ ତାକୁ ବନ୍ଦ କରିବାକୁ ଭୁଲିଯାଇଥିଲେ। ପରେ ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ ଘଟିଥିଲା।