ଅପରାଧ ଦେଶ ବିଦେଶ

ଜେଜେ ଓ ଜେଜେମାଆଙ୍କ ଅପମାନର ପ୍ରତିଶୋଧ ନେବାକୁ ହତ୍ୟାକାରୀ ସାଜିଲା ନାତି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାନ୍ଦାଠାରେ ଘଟିଯାଇଛି ଏକ ସମ୍ବେଦନଶୀଳ ଘଟଣା। ନିଜର ଜେଜେ ଓ ଜେଜେମାଆଙ୍କ ପ୍ରତି ଅନାବିଳ ସ୍ନେହ ଜଣେ ନାତିକୁ ଅପରାଧୀ ସଜାଇଛି। ଜାଣିବାକୁ ମିଳିଛି ଯେ ଜେଜେ ଓ ଜେଜେମାଆଙ୍କୁ ଅପମାନ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ପ୍ରତିଶୋଧ ନେଇଛି ନାତି। ପୁଲିସ୍‌ ଏହି ମାମଲାରେ ଅଭିଯୁକ୍ତ ନାତିଙ୍କୁ ଗିରଫ କରି ସାରିଛି। ପୁଲିସ୍‌ ପଚରାଉଚରା କରିବାରୁ ଅଭିଯୁକ୍ତ ନିଜ ମୁହଁରେ ଅପରାଧ ସ୍ବୀକାର କରିଛନ୍ତି। ଏହି ମାମଲା ବିସଣ୍ଡା ଥାନାର ପାରାବିହାରି ଗ୍ରାମର।

ତାଙ୍କ କହିବା ଅନୁସାରେ ସେ ଜଣେ ବାପାମାଆ ଛେଉଣ୍ଡ। ପିଲାଟି ଦିନରୁ ନିଜ ଜେଜେ ଓ ଜେଜେମାଆଙ୍କ ପାଖରେ ରଖି ବଡ଼ ହୋଇଛନ୍ତି। ତାଙ୍କ ଜେଜେ ଓ ଜେଜେମାଆ ତାଙ୍କୁ ଖୁବ୍‌ ସ୍ନେହ କରନ୍ତି। ତାଙ୍କ ଜେଜେ ଓ ଜେଜେମାଆଙ୍କୁ କେହି କିଛି କହିଲେ ସେ ସହ୍ୟ କରିପାରନ୍ତି ନାହିଁ। ମୃତକ ‌ମୋତିଲାଲ ଅନେକ ଥର ତାଙ୍କ ଘରକୁ ଆସି ତାଙ୍କ ଜେଜେ ଓ ଜେଜେମାଆଙ୍କୁ ଧମକ ଚମକ କରନ୍ତି। ଯାହା ତାଙ୍କୁ ଆଦୌ ଭଲ ଲାଗେ ନାହିଁ।

ଦିନେ ସେ ମୋତିଲାଲଙ୍କୁ ଡାକିଲେ। ସେଠାରେ ସେ ପ୍ରଥମେ ମୋତିଲାଲଙ୍କୁ ମଦ୍ୟପାନ କରାଇଥିଲେ। ତାପରେ ଗାମୁଛାରେ ତାଙ୍କ ଗଳା ଚିପି ହତ୍ୟା କରିଥିଲେ। ତାପରେ ଧରାପଡ଼ିଯିବା ଭୟରେ ମୃତଦେହକୁ ଏକ ନାଳରେ ପିଙ୍ଗି ସେହି ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ନିକଟରୁ ବାଇକ୍‌ ଓ ମୃତକ ମୋତିଲାଲ୍‌ଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ