ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ଅଫିସ ଆସବାବପତ୍ର ହେଉ ବା କମ୍ପ୍ୟୁଟର ଅଥବା ଇଲୋକଟ୍ରୋନିକ୍ସ ଦ୍ରବ୍ୟ କିଣା। ଏଣିକି କୌଣସି ସରକାରୀ ସଂସ୍ଥା ମନଇଚ୍ଛା ଜିନିଷ କିଣି ପାରିବେ ନାହିଁ। ଏଥିପାଇଁ ଜାତୀୟସ୍ତରରେ ବିକଶିତ ହୋଇଥିବା ଜିଇଏମ ବା ଜେମ୍ ପୋର୍ଟାଲ ମାଧ୍ୟମରେ ସରକାରୀ ଅଫିସ ନିଜ ଆବଶ୍ୟକତା ମୁତାବକ ଆସବାବପତ୍ର କିଣିପାରିବେ। ବିଡରମାନେ ମଧ୍ୟ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ତେବେ ଦୁର୍ନୀତିକୁ ରୋକିବା ଓ ଗୁଣାତ୍ମକମାନ ଭଲ ଥିବା ଦ୍ରବ୍ୟ କିଣା ପାଇଁ ବିକଶିତ ଜେଏମ୍ ପୋର୍ଟାଲ ଏବେ ବିପରୀତ ଦିଗରେ ଚାଲିଛି। ଏହି ଜେଏମ୍ ପୋର୍ଟାଲ ଏବେ ଦୁର୍ନୀତିର ବାଟ ଫିଟାଇଛି। ଏହାକୁ ଆଳ କରି ଏବେ ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରରେ ଆସବାବପତ୍ର, କମ୍ପ୍ୟୁଟର ଓ ଅନ୍ୟାନ୍ୟ ଇଲୋକଟ୍ରୋନକ୍ସି ଜିନିଷ କିଣିବାରେ ଆଖିବୁଜା ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ମାସକୁ କେବଳ ଓଡ଼ିଶାରେ ଏଭଳି ଶହେ କୋଟି ଟଙ୍କାର ଜିନିଷ ଏହି ଜେଏମ୍ ପୋର୍ଟାଲ ମାଧ୍ୟମରେ କିଣାଯାଉଛି। କିନ୍ତୁ ନିର୍ଦିଷ୍ଟ ସଂସ୍ଥାମାନଙ୍କୁ ସୁହାଇଲା ଭଳି ସ୍ପେସିଫିକେସନ୍ ରଖି ଜିଲ୍ଲାସ୍ତରର ଅଧିକାରୀମାନେ ଏହି ମହତ ଯୋଜନାକୁ ବାଟବଣା କରୁଛନ୍ତି। ଏପରିକି ବଜାରରେ କମ୍ ଦରର ଜିନିଷକୁ ୩ ଗୁଣା ଦରରେ ଜେଏମ୍ ପୋର୍ଟାଲ ମାଧ୍ୟମରେ କିଣାଯାଉଛି। ଏହାଦ୍ବାରା ସରକାରଙ୍କ ରାଜସ୍ବ ହାନୀ ଘଟୁଛି।
ସରକାରୀ ନିୟମ ଉଲ୍ଲଂଘନ କରି ଜିଲ୍ଲାସ୍ତରରେ ରହୁଛି ନିର୍ଦିଷ୍ଟ ସର୍ତ୍ତ
ଅନିୟମିତତା ଧରିଲେ ଏନ୍ଏଚ୍ଏମ୍; କଟକ ସମେତ ୭ ଜିଲ୍ଲାରେ ହୋଇଛି ମନମାନି, ନିର୍ଦିଷ୍ଟ ସଂସ୍ଥାକୁ ଅନୁକଂପା
ତଥ୍ୟ ମୁତାବକ, ଏନଏଚମ୍ (ଜାତୀୟ ସ୍ବାସ୍ଥ୍ୟ ମିଶନ) ନିର୍ଦ୍ଦେଶାଳୟଙ୍କ ପକ୍ଷରୁ ଗତ ୯/୧/୨୦୨୩ରେ ଚିଠି ନଂ ୩୬୦ରେ ଏନଏଚମର ମିସନ ନିର୍ଦ୍ଦେଶିକା ଡକ୍ଟର ବୃନ୍ଦା ଡି ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଚିଠି କରିବା ଘଟଣା ରାଜ୍ୟରେ ଜେଏମ୍ ପୋର୍ଟାଲରେ ଦ୍ରବ୍ୟ କିଣାକୁ ନେଇ ସନ୍ଦେହ ସୃ୍ଷ୍ଟି କରିଛି। ନିର୍ଦ୍ଦେଶିକା କଟକ ସମେତ ବୌଦ୍ଧ, ବ୍ରହ୍ମପୁର, ବଲାଙ୍ଗୀର, ମାଲକାନଗିରି, ସୁନ୍ଦରଗଡ଼ ଓ କୋରାପୁଟ ଭଳି ଜିଲ୍ଲାରେ ଜେଏମ୍ ପୋର୍ଟାଲରେ କିଛି ଏମିତି ସର୍ତ୍ତକୁ ନେଇ ଚିଠି କରିଛନ୍ତି। ଏହି ନିର୍ଦ୍ଦିଷ୍ଟ ସର୍ତ୍ତ ରଖି ରାଜ୍ୟ ନିୟମର ଉଲଂଘନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟମାନଙ୍କରେ ଜେଏମ୍ ବିଡରେ ସର୍ତ୍ତର ଉଲଂଘନ କରାଯାଇଥିବା ଏହି ଚିଠିରେ ସ୍ପଷ୍ଟ ହୋଇଛି। ଏଥିପାଇଁ ଉଚିତ୍ ଦ୍ରବ୍ୟ କିଣା ପାଇଁ ଥିବା ନିର୍ଦିଷ୍ଟ ନୀତିର ଉଲଂଘନ କରାଯାଇଛି। ଯଦିଓ ନିର୍ଦିଷ୍ଟ ସର୍ତ୍ତାବଳୀ ରଖିବାର ଅଧିକାର ଜିଲ୍ଲା ଅଧିକାରୀଙ୍କ ନାହିଁ ମାତ୍ର ଜିଲ୍ଲାରେ ଏହାର ଖିଲାପ କରାଯାଇଛି। ଉଦାହରଣ ଭାବେ କଟକ ଜେଏମ/୨୦୨୨/ବି/୨୮୧୧୪୬୩ ଗତ ୨.୧୨.୨୦୨୨ରେ ହୋଇଥିବା ବିଡରେ ଏଭଳି କିଛି ସର୍ତ୍ତକୁ ସଂଯୁକ୍ତ କରି ହୋଇଥିବା ଚଂଚକତା ଧରିଛନ୍ତି। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କମ୍ପ୍ୟୁଟର, ପ୍ରିଣ୍ଟର, ଲାପଟପ୍ ପାଇଁ ଯୋଡାଯାଇଥିବା ନିର୍ଦ୍ଦିଷ୍ଟ ସର୍ତ୍ତାବଳୀକୁ କାହିଁକି ଯୋଡା ଯାଇଛି, କେଉଁ ନିୟମରେ ଏକ ନିର୍ଦିଷ୍ଟ ସଂସ୍ଥା ବର୍ଷ ବର୍ଷ ଧରି ଟେଣ୍ଡର ପାଉଛନ୍ତି ତାର ତଦନ୍ତ କରିବାକୁ ଦାବି ହୋଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l