ରାଜ୍ୟ ସ୍ପେଶାଲ ରିପୋର୍ଟ

ଜେଇଙ୍କୁ ବାନ୍ଧିଲା ଭିଜିଲାନ୍ସ

ପାଲଲହଡା: କୋଟିପତି ଜେଇଙ୍କୁ ବାନ୍ଧିଲା ଭିଜିଲାନ୍ସ | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ପାଲଲହଡା ବିଇଓ ଅଫିସର ଜେଇଙ୍କୁ ଭିଜିଲାନ୍ସ ଗିରଫ କରିଛି | ଉଲ୍ଲେଖ ଥାଉ କି ଗତକାଲି ପାଲଲହଡ଼ା ସମଗ୍ର ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ପ୍ରସନ୍ନ କୁମାର ପାଣିଙ୍କ ଘର ସମେତ ଅନୁଗୁଳ, ପୁରୀ ଓ ଭୁବନେଶ୍ୱରରେ ଏକକାଳୀନ ୧୧ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଭୁବନେଶ୍ବରରେ ୩ଟି ୩ ମହଲା କୋଠା ସମେତ ଗୋଟିଏ ଫ୍ଲାଟ୍‌ ଓ ୨୬ ଟି ପ୍ଲଟ୍‌ର ସନ୍ଧାନ ମିଳିଥିଲା । ଏହାସହିତ ୬୪ ଲକ୍ଷର ଜମା ଟଙ୍କା, ୩.୩୩ ଲକ୍ଷ ନଗଦ ଟଙ୍କା, ୮୩୨ ଗ୍ରାମର ସୁନା ଅଳଙ୍କାର ମିଳିଥିଲା ।

ତେବେ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ନ ଦେଇପାରିବାରୁ ଆଜି ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି | ଉଲ୍ଲେଖ ଥାଉ କି ଭୁବନେଶ୍ୱରର ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୬ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ୧୧ଟି ଟିମ୍‌ରେ ଭାଗ ହୋଇ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣିଙ୍କ ପାଲଲହଡ଼ାସ୍ଥିତ ବିଇଓ ଅଫିସ ଓ ଅନ୍ୟ ସ୍ଥାନରେ ଚଢ଼ଉ କରିଥିଲେ। ପାଲଲହଡ଼ାର ଉଦୟ ବିହାର ଭଡ଼ାଘର, ଭୁବନେଶ୍ବର ସୁନ୍ଦରପଦାରେ ୩୬୭ ଓ ୬୬୬ ନମ୍ବର ପ୍ଲଟ୍‌ରେ ଥିବା ଦୁଇଟି ତିନି ମହଲା କୋଠା ଘର, ସୁନ୍ଦରପଦାର ଫ୍ରେଣ୍ଡ୍‌ସ କ୍ଲବ୍ ନିକଟରେ ଥିବା ତିନି ମହଲା ଘର, ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ୍, ସୁନ୍ଦରପଦାରେ ଥିବା ଦୁଇ ସଂପର୍କୀୟଙ୍କ ଘର, ପୁରୀ ଜିଲ୍ଲା ନିମାପଡ଼ାର ଅମଲାପଡ଼ାରେ ଥିବା ତିନି ମହଲା କୋଠା ଘରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଏହାବାଦ୍‌ ଭୁବନେଶ୍ବର, କଟକ, ପିପିଲି, ନିମାପଡ଼ା, ଜଙ୍କିଆ ଓ ଜଟଣୀ ଅଞ୍ଚଳରେ ୨୬ ଟି ପ୍ଲଟ୍‌ର ସନ୍ଧାନ ମିଳିଥିଲା ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।