ଧର୍ମ

ଜୁଲାଇ ୭ ପର୍ଯ୍ୟନ୍ତ ଏହି ରାଶି ଉପରେ ରହିବ ବୁଧଙ୍କ ବିଶେଷ କୃପା, ରହିଛି କାର୍ଯ୍ୟସିଦ୍ଧି ଯୋଗ

ନୂଆଦିଲ୍ଲୀ ୦୨/୦୭: ବୁଧ ଜୁଲାଇ ୭ ପର୍ଯ୍ୟନ୍ତ ବୃଷ ରାଶିରେ ରହିବେ । ବୁଧ ବୃଷ ରାଶିରେ ରହିବା କିଛି ରାଶିର ଲୋକମାନଙ୍କ ପାଇଁ ଶୁଭ ହେବାକୁ ଯାଉଛି । ବୁଧଙ୍କ ଶୁଭ ହେବା ଦ୍ୱାରା ବ୍ୟକ୍ତିକୁ ଜୀବନରେ ସମସ୍ତ ସୁଖ ପ୍ରାପ୍ତ ହୋଇଥାଏ । ବୁଧ ଗ୍ରହକୁ ବୁଦ୍ଧି, ତର୍କ, ଗଣିତ, ସମ୍ବାଦ, ଚତୁରାତ ଏବଂ ମିତ୍ରତାର କାରକ କୁହାଯାଇଥାଏ । ସୂର୍ଯ୍ୟ ଏବଂ ଶୁକ୍ର ବୁଧଙ୍କ ମିତ୍ର ହୋଇଥିବା ବେଳେ ଚନ୍ଦ୍ର ଏବଂ ମଙ୍ଗଳ ତାଙ୍କର ଶତ୍ରୁ ଗ୍ରହ । ବୁଧଙ୍କ ଉଚ୍ଚ ରାଶି କନ୍ୟା ଏବଂ ମୀନକୁ ନୀଚ ରାଶି ଭାବରେ ବିବେଚନା କରାଯାଏ । ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଜୁଲାଇ ୭ ପର୍ଯ୍ୟନ୍ତ ରହିବ ବୁଧ ଦେବଙ୍କ ବିଶେଷ କୃପା…

ମେଷ ରାଶି:

ମେଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଜୁଲାଇ ୭ ପର୍ଯ୍ୟନ୍ତ ସମୟ ଶୁଭ ହେବାକୁ ଯାଉଛି । ପାରିବାରିକ ଜୀବନରେ ସୁଖ ଅନୁଭବ କରିବେ । ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବାର ଯୋଗ ରହିପାରେ । କାର୍ଯ୍ୟରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ବୃଷ ରାଶି:

ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ଅଗ୍ରଗତିର ସମ୍ଭାବନା ରହିଛି । ପରିବାରର ସଦସ୍ୟ ମାନଙ୍କ ସହିତ ସମୟ ଅତିବାହିତ କରିବେ। ମାନ-ସମ୍ମାନ ଏବଂ ପଦ-ପ୍ରତିଷ୍ଠା ରେ ବୃଦ୍ଧି ଯୋଗ ରହିଛି । କାର୍ଯ୍ୟରେ ସଫଳତା ମିଳିବ । ଧନ ଲାଭ ହେବ ।

କର୍କଟ ରାଶି:

ଭାଗ୍ୟର ପୁରା ସମର୍ଥନ ରହିବ । ଶିକ୍ଷା କ୍ଷେତ୍ରରେ ଜଡିତ ଲୋକମାନଙ୍କ ପାଇଁ ସମୟ କୌଣସି ବରଦାନ ଠାରୁ କମ୍ ନୁହେଁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଧନ ଲାଭର ସମ୍ଭାବନା ରହିଛି ।

ସିଂହ ରାଶି:

ସାମାଜିକ କାର୍ଯ୍ୟରେ ଭାଗ ନେବେ । କାର୍ଯ୍ୟରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ । ଆତ୍ମ ବିଶ୍ୱାସ ବଢିବ । ଆର୍ଥିକ ପକ୍ଷ ମଜବୁତ ହେବ । ପ୍ରେମ ଜୀବନରେ ସୁଖ ଅନୁଭବ କରିବେ ।

କନ୍ୟା ରାଶି:

କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ । ଚାକିରୀ ଏବଂ ବ୍ୟବସାୟ ପାଇଁ ସମୟ କୌଣସି ବରଦାନ ଠାରୁ କମ୍ ନୁହେଁ । ଜୀବନସାଥି ସହିତ ସମୟ ଅତିବାହିତ କରିବେ । ଦାନ-ପୂଣ୍ୟ କରିବାର ଯୋଗ ରହିଛି । ଆର୍ଥିକ ପକ୍ଷ ମଜବୁତ ରହିବ ।

ବିଛା ରାଶି:

ଭାଗ୍ୟର ସମର୍ଥନ ରହିବ । ବ୍ୟବାହିକ ଜୀବନ ସୁଖମୟ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ।

ମକର ରାଶି:

ଦାମ୍ପତ୍ତ୍ୟ ଜୀବନ ସସୁଖମୟ ହେବ । ଶିକ୍ଷା କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି । ଧନ ଲାଭ ହୋଇପାରେ । ନୂତନ କାର୍ଯ୍ୟ କରିବା ପାଇଁ ସମୟ ଭଲ ରହିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ