ନୂଆଦିଲ୍ଲୀ ୦୨/୦୭: ବୁଧ ଜୁଲାଇ ୭ ପର୍ଯ୍ୟନ୍ତ ବୃଷ ରାଶିରେ ରହିବେ । ବୁଧ ବୃଷ ରାଶିରେ ରହିବା କିଛି ରାଶିର ଲୋକମାନଙ୍କ ପାଇଁ ଶୁଭ ହେବାକୁ ଯାଉଛି । ବୁଧଙ୍କ ଶୁଭ ହେବା ଦ୍ୱାରା ବ୍ୟକ୍ତିକୁ ଜୀବନରେ ସମସ୍ତ ସୁଖ ପ୍ରାପ୍ତ ହୋଇଥାଏ । ବୁଧ ଗ୍ରହକୁ ବୁଦ୍ଧି, ତର୍କ, ଗଣିତ, ସମ୍ବାଦ, ଚତୁରାତ ଏବଂ ମିତ୍ରତାର କାରକ କୁହାଯାଇଥାଏ । ସୂର୍ଯ୍ୟ ଏବଂ ଶୁକ୍ର ବୁଧଙ୍କ ମିତ୍ର ହୋଇଥିବା ବେଳେ ଚନ୍ଦ୍ର ଏବଂ ମଙ୍ଗଳ ତାଙ୍କର ଶତ୍ରୁ ଗ୍ରହ । ବୁଧଙ୍କ ଉଚ୍ଚ ରାଶି କନ୍ୟା ଏବଂ ମୀନକୁ ନୀଚ ରାଶି ଭାବରେ ବିବେଚନା କରାଯାଏ । ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଜୁଲାଇ ୭ ପର୍ଯ୍ୟନ୍ତ ରହିବ ବୁଧ ଦେବଙ୍କ ବିଶେଷ କୃପା…
ମେଷ ରାଶି:
ମେଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଜୁଲାଇ ୭ ପର୍ଯ୍ୟନ୍ତ ସମୟ ଶୁଭ ହେବାକୁ ଯାଉଛି । ପାରିବାରିକ ଜୀବନରେ ସୁଖ ଅନୁଭବ କରିବେ । ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବାର ଯୋଗ ରହିପାରେ । କାର୍ଯ୍ୟରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ବୃଷ ରାଶି:
ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ଅଗ୍ରଗତିର ସମ୍ଭାବନା ରହିଛି । ପରିବାରର ସଦସ୍ୟ ମାନଙ୍କ ସହିତ ସମୟ ଅତିବାହିତ କରିବେ। ମାନ-ସମ୍ମାନ ଏବଂ ପଦ-ପ୍ରତିଷ୍ଠା ରେ ବୃଦ୍ଧି ଯୋଗ ରହିଛି । କାର୍ଯ୍ୟରେ ସଫଳତା ମିଳିବ । ଧନ ଲାଭ ହେବ ।
କର୍କଟ ରାଶି:
ଭାଗ୍ୟର ପୁରା ସମର୍ଥନ ରହିବ । ଶିକ୍ଷା କ୍ଷେତ୍ରରେ ଜଡିତ ଲୋକମାନଙ୍କ ପାଇଁ ସମୟ କୌଣସି ବରଦାନ ଠାରୁ କମ୍ ନୁହେଁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଧନ ଲାଭର ସମ୍ଭାବନା ରହିଛି ।
ସିଂହ ରାଶି:
ସାମାଜିକ କାର୍ଯ୍ୟରେ ଭାଗ ନେବେ । କାର୍ଯ୍ୟରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ । ଆତ୍ମ ବିଶ୍ୱାସ ବଢିବ । ଆର୍ଥିକ ପକ୍ଷ ମଜବୁତ ହେବ । ପ୍ରେମ ଜୀବନରେ ସୁଖ ଅନୁଭବ କରିବେ ।
କନ୍ୟା ରାଶି:
କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ । ଚାକିରୀ ଏବଂ ବ୍ୟବସାୟ ପାଇଁ ସମୟ କୌଣସି ବରଦାନ ଠାରୁ କମ୍ ନୁହେଁ । ଜୀବନସାଥି ସହିତ ସମୟ ଅତିବାହିତ କରିବେ । ଦାନ-ପୂଣ୍ୟ କରିବାର ଯୋଗ ରହିଛି । ଆର୍ଥିକ ପକ୍ଷ ମଜବୁତ ରହିବ ।
ବିଛା ରାଶି:
ଭାଗ୍ୟର ସମର୍ଥନ ରହିବ । ବ୍ୟବାହିକ ଜୀବନ ସୁଖମୟ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ।
ମକର ରାଶି:
ଦାମ୍ପତ୍ତ୍ୟ ଜୀବନ ସସୁଖମୟ ହେବ । ଶିକ୍ଷା କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି । ଧନ ଲାଭ ହୋଇପାରେ । ନୂତନ କାର୍ଯ୍ୟ କରିବା ପାଇଁ ସମୟ ଭଲ ରହିବ ।