ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜୁଲାଇ ୧୧ରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ : ମେ’ ମାସରେ ଛତିଶଗଡ଼ ଓ ଓଡ଼ିଶାରେ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ ପରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଜୁଲାଇ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ଏ ନେଇ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାରଙ୍କ ପକ୍ଷରୁ ମାମଲା‌ରେ ପକ୍ଷଭୁକ୍ତ ସମସ୍ତ ରାଜ୍ୟମାନଙ୍କୁ ‌ନୋଟିସ ଜାରି କରିଛନ୍ତି।

ଛତିଶଗଡ଼ ଓ ଓଡ଼ିଶା ଗସ୍ତକାଳରେ ଟ୍ରିବ୍ୟୁନାଲ ଛତିଶଗଡ଼ ଦ୍ବାରା ମହାନଦୀର ଉପର ମୁଣ୍ଡରେ ନିର୍ମାଣ କରାଯାଇଥିବା ବ୍ୟାରେଜ୍‌ଗୁଡ଼ିକର ସ୍ଥିତି ସଂପର୍କରେ ଅବଗତ ହେବା ସହ ଓଡ଼ିଶାରେ ଜଳପ୍ରବାହର ସ୍ଥିତି ଅନୁଧ୍ୟାନ କରିଥିଲେ। ମହାନଦୀ ଜଳର ପରିଚାଳନା ତଥା ଜଳ ବଣ୍ଟନକୁ ‌ନେଇ ଗ୍ରାଉଣ୍ଡ ଜିରୋରୁ ଟ୍ରିବ୍ୟୁନାଲ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି। ଯାହାକି ଟ୍ରିବ୍ୟୁନାଲଙ୍କ ପରବର୍ତ୍ତୀ ନିର୍ଦ୍ଦେଶରେ ବିଶେଷ ଗୁରୁତ୍ବ ବହନ କରିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ