ରାଜ୍ୟ ସ୍ପେଶାଲ ରିପୋର୍ଟ

ଜୁଲାଇ ଶେଷ ସୁଦ୍ଧା ଆଉ ୨ଶହ ‘ମୋ ବସ୍‌’

ଭୁବନେଶ୍ବର : ‘ମୋ ବସ୍‌’କୁ ନେଇ ରହିଥିବା ଆପତ୍ତି/ପ୍ରସ୍ତାବ ଉପରେ ଆଜି ଘମାଘୋଟ ଆଲୋଚନା ହୋଇଛି। ପ୍ରଥମ ଥର ପାଇଁ କ୍ରୁଟ୍‌ ଏମ୍‌ଡି ଅରୁଣ ବୋଥ୍ରା ଟ୍ବିଟର୍‌ରେ ‘ମୋ ବସ୍‌’ ବ୍ୟବହାରକାରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ପ୍ରାୟ ଦେଢ଼ଘଣ୍ଟାର ଆଲୋଚନାରେ ୫୦ରୁ ଊର୍ଦ୍ଧ୍ବ ପ୍ରଶ୍ନର ସେ ଉତ୍ତର ରଖିଥିବା ବେଳେ ୧୨ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି। ଏହି ଲାଇଭ୍‌ କାର୍ଯ୍ୟକ୍ରମରେ ୮୦୬ ଜଣ ଅଂଶଗ୍ରହଣ କରିଥିଲେ। ଏଥିରେ ଭାଗ ନେଇଥିବା ପ୍ରତ୍ୟେକ ବେଶ୍‌ ଉତ୍ସାହିତ ଥିବା ଦେଖାଯାଇଥିଲା। ଏଭଳି ଏକ କାର୍ଯ୍ୟକ୍ରମ ନିୟମିତ ବ୍ୟବଧାନରେ କରିବା ପାଇଁ ସମସ୍ତେ ଅନୁରୋଧ କରିବା ସହ ଶ୍ରୀ ବୋଥ୍ରା ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଆଜି ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବାହା‌ରେ ଛିଡ଼ା କରି ଟିକେଟ୍‌ କାଟିବା, ୟୁପିଆଇ ପେମେଣ୍ଟ ଗ୍ରହଣ କରିବା, ଭିଡ଼ କମାଇବା ଓ ଅପହଞ୍ଚ ଅଞ୍ଚଳରେ ମୋ ବସ୍‌ ଗଡ଼ାଇବା ପ୍ରସଙ୍ଗ‌ରେ ଆଲୋଚନା ହେବା ସହ ଆଗକୁ ଏହା ଉପରେ ପଦକ୍ଷେପ ନିଆଯିବାକୁ ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି।

ପ୍ରାରମ୍ଭରେ ଶ୍ରୀ ବୋଥ୍ରା ସୂଚନା ଦେଇଥିଲେ, ୨୦୧୮ ମସିହା ଯେତେ‌ବେଳେ ମୋ ବସ୍‌ ସେବା ଆରମ୍ଭ ହେଲା ସେତେବେଳ ଠାରୁ ମୋ ବସ୍‌ର ଭଡ଼ା ବଢ଼ି ନାହିଁ। କିନ୍ତୁ ୨ଶହ ବସ୍‌ରୁ ଏବେ ସଂଖ୍ୟା ବଢ଼ି ବଢ଼ି ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ୪୦୫ ବସ୍‌ ଚାଲୁଛି। ଆଉ ୨୦୦ ଇ-ବସ୍‌ ଆସୁଛି। ଅର୍ଥାତ୍‌ ଜୁଲାଇ ଶେଷ ସୁଦ୍ଧା ଏହି ଅଞ୍ଚଳରେ ୬୦୫ ମୋ ବସ୍‌ ହୋଇଯିବ। କ୍ରମେ ଭୁବନେଶ୍ବରରେ ସମସ୍ତ ବସ୍‌କୁ ଇ-ବସ୍‌ କରିବା ପାଇଁ ଲକ୍ଷ୍ୟ ରହିଛି। ଫଳରେ ପ୍ରଦୂଷଣ ହେବ ନାହିଁ। ‌କଟକ, ପୁରୀ, ଖୋର୍ଦ୍ଧା, ରାଉରକେଲାକୁ ମୋ ବସ୍‌ ଚାଲୁଛି। ଖୁବ୍‌ଶୀଘ୍ର ବ୍ରହ୍ମପୁର ଓ ସମ୍ବଲପୁରରେ ଚାଲିବା ପାଇଁ ଯୋଜନା ହେଉଛି। ଏବେ ଦୈନିକ ୨.୧୬ ଲକ୍ଷ ଯାତ୍ରୀ ମୋ ବସ୍‌ ବ୍ୟବହାର କରୁଛନ୍ତି। ଆଗକୁ ଏହି ସଂଖ୍ୟା ମଧ୍ୟ ବଢ଼ିବ ବୋଲି ସେ ଆଶା କରିଛନ୍ତି। ଲାଭ ଲକ୍ଷ୍ୟରେ ନୁହେଁ ବରଂ ସେବା ଲକ୍ଷ୍ୟରେ ମୋ ବସ୍‌ ଚାଲିଛି। ଲଗାତାର ଏହି ସେବା ପାଇଁ କ୍ରୁଟ୍‌ ୟୁଏମ୍‌ଆଇ ପୁରସ୍କାର ଜିତିଥିବା ସେ ସୂଚନା ଦେଇଥିଲେ

ୟୁପିଆଇ ପେମେଣ୍ଟ ନ ଥିବାରୁ ଅନେକ ଯାତ୍ରୀ ଖୁଚୁରା ଦେବାରେ ସମସ୍ୟା ଭୋଗୁଛନ୍ତି। ଆମେ ଜୁଲାଇ ଶେଷ ସୁଦ୍ଧା ଏହି ପେମେଣ୍ଟ ବ୍ୟବସ୍ଥା ଆପଣେଇବୁ ଏବଂ ଏକ ସ୍ବତନ୍ତ୍ର ପ୍ରି ପେଡ୍‌ କାର୍ଡ ପ୍ରଚଳନ କରିବୁ। ପୂର୍ବରୁ ଥିବା ସମସ୍ତ କାର୍ଡକୁ ଏଥିରେ ମିଶାଇ ଦିଆଯିବ। ଏ ନେଇ ଯାତ୍ରୀଙ୍କୁ ଖୁବ୍‌ଶୀଘ୍ର ସୂଚନା ଦିଆଯିବ। ବାହାରେ ଛିଡ଼ା କରି ଟିକେଟ୍‌ କାଟିବାକୁ ନେଇ ଅନେକ ଅଭିଯୋଗ ରହିଛି। ଅନେକ ଯାତ୍ରୀ ଟିକେଟ୍‌ ନ କରି ଯାତ୍ରା କରିବାରୁ ଏଭଳି କରାଯାଇଛି। ଏଭଳି କରିବା ଦ୍ବାରା ଶତ ପ୍ରତିଶତ ଟିକେଟ୍‌ ନିଶ୍ଚିତ କରାଯାଇ ପାରିଛି। କିନ୍ତୁ ଯାତ୍ରୀଙ୍କୁ ସମସ୍ୟା କରୁଥିବାରୁ ଏହା ଉପରେ ଆମେ ସମୀକ୍ଷା କରୁଛୁ ବୋଲି ଶ୍ରୀ ବୋଥ୍ରା କହିଥି‌ଲେ।

କ୍ୟାପ୍‌ଟେନ୍‌(ମୋ ବସ୍‌ ଚାଳକ) ଓ ଗାଇଡ୍‌(କଣ୍ଡକ୍ଟର)ମାନଙ୍କର ଆଚରଣକୁ ନେଇ ଅଭିଯୋଗକୁ ଶ୍ରୀ ବୋଥ୍ରା ସ୍ବୀକାର କରିଥିଲେ ବି ଅନେକ ସମୟରେ ଅଯଥାରେ ଦୋଷାରୋପ କରାଯାଉଛି ବୋଲି ସେ କହିଥିଲେ। ତାଙ୍କ କହିବା ଅନୁଯାୟୀ ଅନ୍ୟର ଭୁଲ୍‌ ପାଇଁ ଦୁର୍ଘଟଣା ଘଟୁଥିଲେ ବି ମୋ ବସ୍‌ ଚାଳକ ଦୋଷାରୋପ ହେଉଛି। ଦୋଷ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବସ୍‌‌ଷ୍ଟାଣ୍ଡ ଅନେକ ସମୟରେ ଜବରଦଖଲରେ ରହୁଛି। ଏହାକୁ ଖାଲି କରିବାରେ ବା ଫାଙ୍କା ରଖିବାରେ ସେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି। ଜାଗା ନଥିବାରୁ ବସ୍‌ ଷ୍ଟାଣ୍ଡ ନିର୍ମାଣ ସମ୍ଭବ ହେଉ ନାହିଁ। ସେଥିପାଇଁ ସ୍ବତନ୍ତ୍ର ଖୁଣ୍ଟ(ପୋଲ୍‌)ର ବ୍ୟବସ୍ଥା କରାଯାଉଛି। ଏହି ଖୁଣ୍ଟ ତଳେ ବସ୍‌ ରହିବ। ସହରର ୩ଶହ ଜାଗାରେ ଏହି ଖୁଣ୍ଟ ସ୍ଥାପନ ହେବ ବୋଲି ସେ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।