ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଜୁଲାଇରେ ଥମିବ କରୋନାର ଦ୍ୱିତୀୟ ଲହର, ୬ରୁ ୮ ମାସ ମଧ୍ୟରେ ଆସିବ ତୃତୀୟ ଲହର : ସତର୍କ କରାଇଲେ ବୈଜ୍ଞାନିକ

ନୂଆଦିଲ୍ଲୀ, ୨୦।୦୫ : ଭାରତରେ କରୋନାର ଦ୍ୱିତୀୟ ଲହର ଜୁଲାଇ ମାସରେ କମିଯିବ । କିନ୍ତୁ ୬ରୁ ୮ ମାସ ପରେ ଆସିବ ତୃତୀୟ ଲହର । ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରାଳୟର ତିନି ବୈଜ୍ଞାନିକଙ୍କୁ ନେଇ ଗଠିତ ଏକ କମିଟି ଏହି ଅନୁମାନ କରିଛି । ଏହାସହ ଭାରତ ସରକାରଙ୍କୁ ମଧ୍ୟ ସତର୍କ କରାଇଛି ।

ସୂତ୍ର ମଡେଲକୁ ଉପଯୋଗ କରି ବୈଜ୍ଞାନିକମାନେ ଭବିଷ୍ୟତବାଣୀ କରିଛନ୍ତି ଯେ, ମେ ଶେଷରେ ଦୈନିକ ଦେଢ ଲକ୍ଷ କେସ୍ ସାମ୍ନାକୁ ଆସିବ । ଜୁନ ଶେଷରେ ଏହା ୨୦ ହଜାର ତଳକୁ ଖସିବ । ଜୁଲାଇ ସୁଦ୍ଧା କରୋନାର ଦ୍ୱିତୀୟ ଲହର ଥମିଯିବ ।

କମିଟିର ସଦସ୍ୟ ତଥା ଆଇଆଇଟି କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ୱାଲ କହିଛନ୍ତି ଯେ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ରାଜସ୍ଥାନ, କେରଳ, ସିକିମ, ଉତରାଖଣ୍ଡ, ଗୁଜୁରାଟ, ହରିୟାଣା, ଗୋଆ ଓ ଦିଲ୍ଲୀରେ ଦ୍ୱିତୀୟ ଲହର ପିକ୍‌ରେ ପହଁଚି ସାରିଛି । ତାମିଲନାଡୁରେ ମେ ୨୯ରୁ ମେ ୩୧ ମଧ୍ୟରେ ପଣ୍ଡିଚେରୀରେ ମେ ୧୯-୨୦ରେ ସଂକ୍ରମଣ ପିକ୍‌ରେ ପହଁଚିବ । ପୂର୍ବ ଓ ପୂର୍ବତ୍ତୋର ରାଜ୍ୟ ଗୁଡିକରେ ଏବେ ସୁଦ୍ଧା ସଂକ୍ରମଣ ପିକ୍‌ରେ ପହଁଚି ନାହିଁ ।

ବୈଜ୍ଞାନିକମାନେ ଆହୁରି କହିଛନ୍ତି ଯେ, ୬ରୁ ୮ ମାସ ମଧ୍ୟରେ ତୃତୀୟ ଲହରି ଆସିପାରେ ଏହା କିନ୍ତୁ ସାରା ଦେଶେରେ ନହୋଇ କିଛି ସ୍ଥାନରେ ପ୍ରକୋପ ଦେଖାଇବ । ଏଥିରେ ବହୁତ ଲୋକ ପ୍ରଭାବିତ ହେବେ ନାହିଁ କାରଣ ଅନେକ ଟିକା ନେଇ ସାରିଥିଲେ । ଅକ୍ଟୋବର ପରେ ହିଁ ତୃତୀୟ ଲହରି ଆସିପାରେ ।

ସୂଚନାଯୋଗ୍ୟ, ସୂତ୍ର ମଡେଲ ଦେଶରେ କରୋନାକୁ ନେଇ ଅନେକ ଅନୁମାନ ଲଗାଇଥାଏ । ତେବେ କରୋନା ମୁକାବିଲା ପାଇଁ ବୈଜ୍ଞାନିକଙ୍କୁ ନେଉ ନେଇ ଗଠିତ ୩ ଜଣିଆ କମିଟି ଦ୍ୱିତୀୟ ଲହରର ପ୍ରକୃତିକୁ ନେଇ ଅନୁମାନ ଲଗାଇବାରେ ଅସମର୍ଥ ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ