ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ଜୁନ୍ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରିବେ। ସେହି ସମାନ ଦିନ ବାଇଡେନ ମୋଦୀଙ୍କ ପାଇଁ ଏକ ସ୍ବତନ୍ତ୍ର ନୈଶଭୋଜି ରଖିଛନ୍ତି। ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ଉଦ୍ଦେଶ୍ୟରେ ମୋଦୀ ଆମେରିକା ଗସ୍ତ କରୁଛନ୍ତି। ମୋଦୀଙ୍କ ଗସ୍ତ ପାଇଁ କେତେକ ସ୍ବତନ୍ତ୍ର ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମୋଦୀ ପୂର୍ବରୁ ପ୍ରାୟ ୬ରୁ ଅଧିକ ଧର ଆମେରିକା ଗସ୍ତ କରିଛନ୍ତି। ହ୍ବାଇଟ୍ ହାଉସ ପ୍ରେସ୍ ସଚିବ କାରିନେ ଜିନ୍ ପିଏରେ ଏକ ବିବୃତି ଜାରି କରି କହିଛନ୍ତି, ମୋଦୀଙ୍କ ଏହି ଗସ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ମୋଦୀ ଏବଂ ବାଇଡେନ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଆଲୋଚନା କରିବେ। ମୋଦୀ ଏବଂ ବାଇଡେନ ଶେଷ ଥର ପାଇଁ ଇଣ୍ଡୋନେସିଆରେ ସାକ୍ଷାତ କରିଥିଲେ।
ଜୁନ୍ ୨୨ରେ ମୋଦୀଙ୍କୁ ସ୍ବାଗତ କରିବେ ବାଇଡେନ