ମେଷ– ରୋଗପୀଡା ଭୋଗ କରୁଥିବା ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ । ଭୁଲ୍ ବୁଝାମଣା କାରଣରୁ ବନ୍ଧୁ ସମ୍ପର୍କରେ ଅବନତି ଦେଖା ଦେଇପାରେ । ପିଲାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
ଗୃହିଣୀ- ଭାଗ୍ୟଶାଳୀ ହେବେ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ ।
ଛାତ୍ରଛାତ୍ରୀ- କମନୀୟ ଶରୀର ଯୁକ୍ତ ହେବେ ।
ରୋଗୀ- ଆର୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।
ବୃଷ –ନିଜ ସହ ଆଦୌ ପଡୁ ନ ଥିବା ଲୋକମାନେ ଗୁଣମାନ କରିବା ବଦଳରେ ନିନ୍ଦା ରଟନା କରିବେ । ସ୍ୱାସ୍ଥ୍ୟହାନୀର ଆଶଙ୍କା ଅଛି । ଚକ୍ଷୁପୀଡା, ଅଗ୍ନିମାନ୍ଦ୍ୟ କିମ୍ବା ସ୍ନାୟୁ ମଣ୍ଡଳୀରେ ଅସୁସ୍ଥତା ଆସିପାରେ । କର୍ମକ୍ଷେତ୍ରରେ ଉଦଯୋଗ ସିଦ୍ଧି କରିପାରିବେ । ଆବଶ୍ୟକତା ଠାରୁ ଅଧିକ ବ୍ୟୟ ହୋଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ଚାଷୀ-ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ-ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।
ମିଥୁନ – ସାଧାରଣ କଥାକୁ କେନ୍ଦ୍ର କରି ଗୃହରେ କିମ୍ବା ଅଫିସରେ କଳହ ସୃଷ୍ଟି ହୋଇପାରେ । ଦିନଟି ପ୍ରାୟ ସବୁ ଦିଗରୁ ଶୁଭଫଳ ଦାୟକ ହେବ । କର୍ମ କୁଶଳତା ବଢିବ । ଅର୍ଥ ବଳ ଅଧିକ ରହିବ । ବନ୍ଧୁ ପରିଜନଙ୍କ ଠାରୁ ଉତ୍ସାହ ମିଳିବ । ପୂର୍ବରୁ ମାନସିକ ଆଳସ୍ୟ, ବିମର୍ଷତା ଅଧିକ ପରିମାଣରେ ଦୁର କରିପାରିବେ ।ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।
ଗୃହିଣୀ-ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ବ୍ୟବସାୟୀ- ସଦ୍ବ୍ୟବହାର କରନ୍ତୁ ।
କର୍ମଜୀବି- କର୍ମଚଞ୍ଚଳ ରହିବେ ।
ଛାତ୍ରଛାତ୍ରୀ- ପାଠପଢା ବିଦେଶ ଯିବା ସମସ୍ୟା ରହିବ ।
ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
କର୍କଟ –ଅନ୍ୟମାନଙ୍କ ଘରୋଇ କଥାରେ କିମ୍ବା କାମରେ ମୁଣ୍ଡ ପୂରାନ୍ତୁ ନାହିଁ । ଯାନ ବାହାନରେ ବ୍ୟୟ ବରାଦ ଆସିବ । ପାରିପାଶ୍ୱିର୍କ ସ୍ଥିତିକୁ ଆଖି ଆଗରେ ରଖି ଭବିଷ୍ୟତ କର୍ମପନ୍ଥା ନିର୍ଦ୍ଧାରଣ କରିବେ । ଦେବାଦେବୀ କାର୍ଯ୍ୟରେ ଆଗ୍ରହ ବଢିବ ।ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୨ ।
ଚାଷୀ-ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ-ବିଦ୍ୱାନ୍ ହେବେ ।
କର୍ମଜୀବି-ଅର୍ଥ ହାନୀ ହେବ ।
ବ୍ୟବସାୟୀ-ସଫଳତା ହାତଛଡା ହୋଇଯିବ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।
ସିଂହ – ଆଜିର ଦିନଟିରେ ମାନ୍ଦା ବେପାର, ବନ୍ଧୁଙ୍କ ଶତ୍ରୁତା, ପୁଅ ଝିଅଙ୍କ ବାହାଘର ସମସ୍ୟା ନେଇ ବ୍ୟସ୍ତ ରହିପାରନ୍ତି । ଧର୍ମ ଧାରଣା ବଢିବ । ଦୃଢ ବିଶ୍ୱାସକୁ ପାଥେୟ କରି ଅଗ୍ରଗତି ଅବ୍ୟାହତ ରଖିବେ । ସାମୟିକ ଭାବରେ ଦେହ ଅସୁସ୍ଥ ହୋଇପାରେ । ସନ୍ତାନ ସନ୍ତତିଙ୍କ ପାଇଁ ଦୁଃଶ୍ଚିନ୍ତା ବଢିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
କର୍ମଜୀବି-କାର୍ଯ୍ୟରେ ଅବହେଳା କରିବେ ନାହିଁ ।
ଛାତ୍ରଛାତ୍ରୀ-ପାଠପଢାରେ ମନ ଦେବେ ।
ରୋଗୀ-ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।
କନ୍ୟା –କର୍ମକ୍ଷେତ୍ରରେ ଅଭାବନୀୟ ସ୍ଥିତିରୁ ସହସା ମୁକ୍ତି ମିଳିବ । ଚନ୍ଦ୍ରଙ୍କର ଅଷ୍ଟମ ସ୍ଥିତି ପରିବାର କିମ୍ବା କର୍ମକ୍ଷେତ୍ରରେ ପ୍ରତିକୂଳ ସ୍ଥିତି ଆଣିପାରେ । କର୍ତ୍ତବ୍ୟରେ ଅବହେଳା କରି ପଶ୍ଚାତାପ କରିବେ । ଗୃହ ଭୂମି ସଂପର୍କୀୟ ଋଣ ଭାବର ଅଧିକ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
ଚାଷୀ-ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ-ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ-ବିଦ୍ୱାନ୍ ହେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ-ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ତୁଳା –ପୂର୍ବ ବିବାଦକୁ କେନ୍ଦ୍ର କରି ପ୍ରତିରୋଧ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହହିପାରେ । ପ୍ରିୟ ପରିଜନଙ୍କ ଠାରୁ ସହ ଯୋଗ ଓ ସଦ୍ଦିଚ୍ଛା ପାଇବେ । ପରିବାରର ସ୍ୱାସ୍ଥ୍ୟ ସମସ୍ୟାର ଉନ୍ନତି ଘଟିବ । ମନୋବଳ ଦୃଢ ରହିବ । ଦାନ ଧର୍ମରେ ମନ, ଉଦ ଯୋଗ ସିଦ୍ଧି, ମାନ ସମ୍ମାନ ପ୍ରତିଷ୍ଠା ଓ ସଜ୍ଜନ ସଂପର୍କରେ ଆସିବେ । ଶୁଭ ରଙ୍ଗଲାଲ୍ ।ଶୁଭ ଅଙ୍କ ୭ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
କର୍ମଜୀବି- ଜଳଯାତ୍ରା ମନା ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।
ଚାଷୀ- ଅଧିକା ପାଣିରୁ , ହିନସ୍ତା ହୋଇପାରନ୍ତି ।
ବିଛା –ବହୁତ ଦିନର ନୂଆ ଯୋଜନାଟିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେବେ । ସାହସ ହ୍ରାସ ପାଇବ । ନିଜକୁ ଅଧିକ ସଂକୁଚିତ ମନେ କରିବେ । ଦେହ ଅସୁସ୍ଥ ରହିପାରେ । ପାରିବାରିକ ସହ ଯୋଗ ଓ ଅନୁପ୍ରେରଣା ପାଇବେ । କର୍ମକ୍ଷେତ୍ରରେ ଆସିବାକୁ ଥିବା କେତେକ ସୁଯୋଗ ହାତଛଡା ନ କରିବା ହିତକର । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।
ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ-ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ-ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
ଧନୁ – ପାରିବାରିକ ସ୍ଥଗିତ ଓ କର୍ମକ୍ଷେତ୍ରର ସ୍ଥିତି ଅକ୍ଷୁଣ୍ଣ ରହିବା ସାଙ୍ଗକୁ ବିଶେହ କିଛି ଅସୁବିଧା ହେବ ନାହିଁ ।ଅର୍ଥ ବୃତ୍ତିରେ ଉନ୍ନତି ଯୋଗ ଅଛି । ନିଜର ପରାକ୍ରମ ଓ ଶକ୍ତି ବିନିଯୋଗ କରି ସମ୍ମାନ ଓ ପ୍ରତିଷ୍ଠା ପାଇବେ । ଶୁଭ ଚିନ୍ତକଙ୍କ ସଂଖ୍ୟା ବଢିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
କର୍ମଜୀବି-ଅର୍ଥ ସଞ୍ଚୟ ପାଇଁ ଉଦ୍ୟମ କରିବେ ।
ଛାତ୍ରଛାତ୍ରୀ- କୀର୍ତ୍ତି ସ୍ତମ୍ବ ସ୍ଥାପନ କରିବେ ।
ରୋଗୀ- ଦିନବେଳା ବାହାରକୁ ଯାଆନ୍ତୁ ନାହିଁ ।
ଚାଷୀ- କ୍ଳାନ୍ତି ଅନୁଭବ କରିବେ ।
ମକର –ବିଭିନ୍ନ ସମସ୍ୟାରେ ମନ ପୂରାପୂରି ଭାରାକ୍ରାନ୍ତ ରହିବ । ନିଜର ସାମର୍ଥ୍ୟକୁ ଆଖି ଆଗରେ ରଖି କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଚିତ ହେବ । ବନ୍ଧୁ ପରିଜନମାନେ ଠିକ୍ ସମୟରେ ଅସହଯୋଗ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
ଚାଷୀ-ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ-ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ-ବିଦ୍ୱାନ୍ ହେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ସଫଳତା ହାତଛଡା ହୋଇଯିବ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
କୁମ୍ଭ – ଶିଳ୍ପ, ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ ସମସ୍ୟା ଲାଗି ରହିବ । କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରିପାରିବେ । କଲ୍ୟାଣ କାର୍ଯ୍ୟ ପ୍ରତି ରୁଚି ରଖିବେ । ମାନ ସମ୍ମାନ ଓ ପ୍ରତିଷ୍ଠା ମିଳିବ । ଆର୍ଥିକ ସମସ୍ୟାର ସମାଧାନ କଷ୍ଟକର ହେବ । ପାରିବାରିକ ସୁଖ ସୌଭାଗ୍ୟ ଅତୁଟ ରହିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସହ-ଯୋଗୀ ବ୍ୟବସାୟ ଲାଭଜନକ ।
କର୍ମଜୀବି-କାର୍ଯ୍ୟ କରି ପ୍ରଶଂସିତ ହେବେ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ମହତ ହେବ ।
ରୋଗୀ- ୟୋଗା କରନ୍ତୁ ।
ଚାଷୀ-ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ମୀନ – କୌଣସି ନୀଚ ଜାତିର ବ୍ୟକ୍ତି ବିଶେଷଙ୍କ ସହାୟତାରୁ ଉପକୃତ ହେବେ । ଦୃଢ ମନୋବଳ ରକ୍ଷା କରି ଅଗ୍ରଗତି ଅବ୍ୟାହତ ରଖିବେ । ଭୋଗ ବିଳାସର ସାଧନ ମିଳିବ । ଆଧ୍ୟାତ୍ମିକ ଚିନ୍ତା ଓ ଭାବନାରେ ଉଦବୁଦ୍ଧି ହୋଇପାରନ୍ତି । କ୍ଷମତାସୀନ ବ୍ୟକ୍ତିଙ୍କ ସାନିଧ୍ୟରେ ଆସିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
ଚାଷୀ- ଜମିରୁ ବର୍ଷା ପାଣି ବାହାରିବାର ବ୍ୟବସ୍ଥା କରନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ-ପାଠପଢାରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ-ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ-ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।