ଭୁବନେଶ୍ୱର ୧୫।୦୪: ଜୁନ୍ ୧୭ରେ OJEE ପରୀକ୍ଷା । ଜୁନ୍ ୧୭ରୁ ୨୪ ମଧ୍ୟରେ ହେବ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏଗ୍ଜାମିନେସନ (OJEE) । ଜୁନ୍ ପ୍ରଥମ ସପ୍ତାହରେ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡ୍ମିଟ୍କାର୍ଡ । ଚଳିତବର୍ଷ ଜୁନ୍ ୧୭ରୁ ୨୪ ମଧ୍ୟରେ ହେବ ଓଜେଇଇ ପରୀକ୍ଷା । ଏଥିପାଇଁ ଏପ୍ରିଲ ୧୪ରୁ ଅନଲାଇନରେ ଆବେଦନ ଆରମ୍ଭ ହୋଇଯାଇଛି । ମେ ୧୫ ତାରିଖ ପର୍ଯ୍ୟନ୍ତ ଓଜେଇଇ ୱେବସାଇଟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଜୁନ୍ ପ୍ରଥମ ସପ୍ତାହରୁ ଛାତ୍ରଛାତ୍ରୀଙ୍କୁ ଆଡମିଟ କାର୍ଡ ମିଳିଯିବ। କମ୍ପ୍ୟୁଟର ବେସଡ ସିଷ୍ଟମ ମାଧ୍ୟମରେ ଓଜେଇଇ ପରୀକ୍ଷା ହେବ ।