ଦେଶ ବିଦେଶ

ଜୁନ୍‌ ସୁଦ୍ଧା ବଜାଜ୍‌ର ସିଏନ୍‌ଜି ବାଇକ୍‌

ନୂଆଦିଲ୍ଲୀ: ବଜାଜ୍ ଅଟୋମୋବାଇଲ୍ ବିଶ୍ବର ପ୍ରଥମ ସିଏନ୍‌ଜି ବାଇକ୍‌ ଆଣିବାକୁ ଯାଉଛି। କମ୍ପାନି ଆସନ୍ତା ଜୁନ ସୁଦ୍ଧା ଏହି ବାଇକ୍‌ ଉପଲବ୍ଧ କରାଇବ। କମ୍ପାନିର ପରିଚାଳନା ନିର୍ଦ୍ଦେଶକ ରାଜୀବ ବଜାଜ୍‌ ଏହି ସୂଚନା ଦେଇଛନ୍ତି। କମ୍ପାନି ବସ୍ତୁତଃ ସିଏନ୍‌ଜି ମୋଟରସାଇକଲ୍‌ ଆଣିବା ନେଇ ଯେଉଁ ତାରିଖ ସ୍ଥିର କରିଥିଲା ତାହା ପୂର୍ବରୁ ଏହାକୁ ବଜାରକୁ ଆଣିବ। ୧୦୦ ସିସି, ୧୨୫ ସିସି ଏବଂ ୧୫୦ରୁ ୧୬୦ ସିସି ଇଞ୍ଜିନ ବର୍ଗରେ ସିଏନ୍‌ଜି ମୋଟରସାଇକଲ ଗ୍ରାହକଙ୍କୁ ଆକୃଷ୍ଟ କରିବ। ତେଣୁ ଏହି ବର୍ଗରେ ନୂଆ ସିଏନ୍‌ଜି ମୋଟରସାଇକଲ ଆଣିବା ନେଇ ସୁଯୋଗ ରହିଛି ବୋଲି ସେ କହିଛନ୍ତି।

ଏଥିସହିତ କମ୍ପାନିର ବିଦ୍ୟୁତ ଯାନ ଇ-ଚେତକ୍‌ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି, ପ୍ରତିମାସରେ ଏହି ସ୍କୁଟରର ଚାହିଦା ପୂର୍ବବର୍ଷର ସମାନ ମାସ ତୁଳନାରେ ୩ରୁ ୫ ଗୁଣା ବୃଦ୍ଧି ଘଟିଛି। ଆସନ୍ତା ତ୍ରୟମାସରେ କମ୍ପାନି ନୂଆ ଚେତକ୍‌ ଆଣିବା ଯୋଜନା ରଖିଛି। ବଜାଜ୍ ଆସନ୍ତା ତ୍ରୟମାସ ସୁଦ୍ଧା ଚେତକ ଉତ୍ପାଦନ ସଂଖ୍ୟା ମାସିକ ଦୁଇଗୁଣା ବୃଦ୍ଧି କରି ୨୦ ହଜାରରେ ପହଞ୍ଚାଇବା ଆକାଂକ୍ଷା ରଖିଛି। ଏଥିସହିତ କମ୍ପାନି ଆସନ୍ତା ପାର୍ବଣ ବେଳକୁ ମାସିକ ୧୦ ହଜାର ଟ୍ରାୟମ୍ଫ ମୋଟରସାଇକଲ ପ୍ରଦାନ ନେଇ ଯୋଜନା ରଖିଛି। ତେବେ ସମସ୍ତ ଟ୍ରାୟମ୍ଫ ବର୍ତ୍ତମାନ ପାଇଁ କେବଳ ୪୦୦ ସିସି ବର୍ଗରେ ରହିବ ବୋଲି ରାହୁଲ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ