ଲାଇଫ୍ ଷ୍ଟାଇଲ

ଜୀବନ ସହ ଜଡିତ ଅନେକ ସମସ୍ୟାର ସମାଧାନ ହେଲା ହଳଦୀ, ରହିଛି ଚମତ୍କାରୀ ଜ୍ୟୋତିଷ ଉପାୟ

ଭୁବନେଶ୍ୱର ୧୮/୧୧ : ଭାରତୀୟ ବ୍ୟଞ୍ଜନରେ ହଳଦୀର ମୁଖ୍ୟ ଭୂମିକା ରହିଛି। ଭାରତୀୟ ମସଲାରେ ହଳଦୀର ଅନେକ ମହତ୍ତ୍ୱ ରହିଛି। ହଳଦୀ ବିନା ଯେକୌଣସି ବ୍ୟଞ୍ଜନ ଅଧୁରା। ଏହା ବ୍ୟଞ୍ଜନର ରଙ୍ଗ ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର। ହଳଦୀର ଅନେକ ସ୍ୱାସ୍ଥ୍ୟଗତ ଗୁଣ ରହିଛି। ହଳଦୀ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ହଳଦୀର ଅନେକ ମହତ୍ତ୍ୱ ରହିଛି। ହଳଦୀ କେବଳ ଏକ ମସଲା ନୁହେଁ ବରଂ ଗ୍ରହ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର କରିଥାଏ। ଏହା ଆର୍ଥିକ ସମସ୍ୟା ମଧ୍ୟ ଦୂର କରିଥାଏ।


ଜାଣନ୍ତୁ ହଳଦୀ ସମ୍ବନ୍ଧୀୟ କିଛି ବିଶେଷ ଜ୍ୟୋତିଷ ଉପାୟ :

୧. ପ୍ରତି ଗୁରୁବାର ଦିନ ଘରେ ହଳଦୀ ପାଣି ଛିଞ୍ଚନ୍ତୁ। ଏହିଭଳି କଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।

୨. ଯଦି କୌଣସି ଜରୁରୀ କାମ ପାଇଁ ବାହାରକୁ ଯାଉଛନ୍ତି ତାହେଲେ ହଳଦୀର ତିଳକ ଲଗାଇ ଘରୁ ଯାଆନ୍ତୁ। ଏହା ଶୁଭ ବୋଲି କୁହାଯାଏ। ହଳଦୀ ତିଳକ ଲଗାଇ ଗଲେ ସବୁ କାର୍ଯ୍ୟ ସିଦ୍ଧି ହୋଇଥାଏ ବୋଲି କୁହାଯାଏ।

୩. ଘରର ଚାରିପଟେ ହଳଦୀରେ ରେଖା ଟାଣି ଦିଅନ୍ତୁ। ଜ୍ୟୋତିଷଶାସ୍ତ୍ରରେ ଏହାକୁ ବହୁତ ଶୁଭ ବୋଲି କୁହାଯାଏ। ଏହିଭଳି କଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେନାହିଁ ଓ ଘରେ ଥିବା ସକାରାତ୍ମକ ଶକ୍ତି ବଜାୟ ରହେ।

୪. ଯଦି କେହି ବ୍ୟକ୍ତି ମାନସିକ ସ୍ଥରରେ ଚିନ୍ତିତ ଥାଆନ୍ତି କିମ୍ବା ଅବସାଦଗ୍ରସ୍ତ ଥାଆନ୍ତି ତାହେଲେ ତାଙ୍କୁ ପ୍ରତିଦିନ ହଳଦୀ ପାଣିରେ ସ୍ନାନ କରିବା ଉଚିତ। ଏହାଦ୍ୱାରା ବ୍ୟକ୍ତି ଉର୍ଜାବାନ ଅନୁଭବ କରେ ବୋଲି କୁହାଯାଏ ଏବଂ ସବୁ ପ୍ରକାର ଖରାପ ଚିନ୍ତାରୁ ମଧ୍ୟ ମୁକ୍ତ ହୋଇଥାଏ।

୫. ଯଦି ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ଗ୍ରହ ଦୁର୍ବଳ ସ୍ଥିତିରେ ଥାଆନ୍ତି ତାହେଲେ ଏବଂ ଆପଣ ବୃହସ୍ପତିଙ୍କୁ ମଜବୁତ କରିବାକୁ ଚାହୁଁଥାନ୍ତି ତାହେଲେ ପ୍ରତିଦିନ ପୂଜା ସମୟରେ ମଣିବନ୍ଧ କିମ୍ବା ବେକରେ ହଳଦୀ ଟୀକା ଲଗାଇବା ଉଚିତ। ଏହାଦ୍ୱାରା ଗୁରୁ ଗ୍ରହ ମଜବୁତ ହୋଇଥାଏ।

୬. ହଳଦୀ କେବଳ ଉପଯୋଗ ପାଇଁ ନୁହେଁ ବରଂ ଦାନ ପାଇଁ ମଧ୍ୟ ଶୁଭ ହୋଇଥାଏ। ହଳଦୀ ଦାନ କରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ।


୭. ଯଦି ରାତିରେ ଶୋଇବା ସମୟରେ ଖରାପ ସ୍ବପ୍ନ ଆସୁଥାଏ ତାହେଲେ ଗଣ୍ଠି ହଳଦୀରେ ନାଲି ପୂଜା ସୁତା ବାନ୍ଧି ରାତିରେ ଶୋଇବାବେଳେ ମୁଣ୍ଡ ପାଖରେ ରଖି ଦିଅନ୍ତୁ। ଏହି ଉପାୟ ଦ୍ୱାରା ଆଉ ଖରାପ ସ୍ବପ୍ନ ଆସିବନି।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ