ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜୀବନ ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ, କ୍ୟାନସରରେ ଥିଲେ ପୀଡିତ

ଭୁବନେଶ୍ୱର ୨୧।୦୭ : ଆଉ ଏକ ଦୁଃଖଦ ଖବର । ପରଲୋକରେ ଅଭିନେତ୍ରୀ ରାଜେଶ୍ୱରୀ । ଜୀବନ ଯୁଦ୍ଧରେ ହାରିଗଲେ କ୍ୟାନସର ପୀଡ଼ିତ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ । ବୁଧବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କ୍ୟାନସରରେ ପୀଡିତ ଥିଲେ ରାଜେଶ୍ୱରୀ । କ୍ୟାନସରରୁ ଭଲ ମଧ୍ୟ ହୋଇଯାଇଥିଲେ । ହେଲେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମେଡିକାଲ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ରାଜେଶ୍ୱରୀଙ୍କୁ ୩୭ ବର୍ଷ ହୋଇଥିଲା । ରାଜେଶ୍ୱରୀ ଟେଲି ଧାରାବାହିକରେ ଖଳନାୟିକା ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଥିଲେ । ରାଜେଶ୍ୱରୀରେ ଦେହାନ୍ତ ଖବର ଶୁଣି ପୁରା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

ସୂଚନାଯୋଗ୍ୟ ଯେ, ଜଣେ ଉପସ୍ଥାପିକା ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ରାଜେଶ୍ୱରୀ, ପରେ ଟେଲି ଜଗତରେ ପାଦ ଥାପିଥିଲେ । ଦେଖୁ ଦେଖୁ ଅନେକ ଓଡ଼ିଆ ସିରିୟଲରେ ଅଭିନୟ କରିଥିଲେ । କେବଳ ଯେ ସିିରିୟଲ ନୁହେଁ ବରଂ କିଛି ଫିଲ୍ମରେ ତାଙ୍କ ଦମଦାର ଅଭିନୟ ଦେଖୁବାକୁ ମିଳିଥିଲା । ‘ଦେବୀ’, ‘ଉଆଁଶି କନ୍ୟା’, ‘ତୋ ପାଇଁ ମୁଁ’ , ବସୁନ୍ଧରା ଭଳି ଲୋକପ୍ରିୟ ସିରିୟଲରେ ରାଜେଶ୍ୱରୀଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଥିଲା । ଏହାବାଦ୍‌ ରାଜେଶ୍ୱରୀ ଫିଲ୍ମରେ ବି ଅଭିନୟ କରିଥିଲେ । ରାଜେଶ୍ୱରୀଙ୍କ ଅଭିନିତ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ସତ୍ୟମେବ ଜୟତେ’ । ଏହା ପରେ ସେ ‘ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ୍‌’ ଭଳି ଫିଲ୍ମରେ ନଜର ଆସିଥିଲେ । ଏପିରିକି କିଛି ଓଡିଆ ଆଲ୍‌ବମ୍‌ ଗୀତରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା ।

୨୦୧୯ରେ ରାଜେଶ୍ୱରୀ ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ଥିବା ନେଇ ଜଣାଇଥିଲେ । ସେତେବେଳେକୁ ସେ କ୍ୟାନ୍‌ସରର ଚତୁର୍ଥ ଷ୍ଟେଜ୍‌ରେ ଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ