ଅପରାଧ ରାଜ୍ୟ

ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌, ଟଙ୍କା ବୁଡିବା ପରେ ଆତ୍ମହତ୍ୟା କଲେ ଯୁବକ

ଜଗତସିଂହପୁର ୦୪।୦୭ : ଅନ୍‌ଲାଇନ୍‌ ଗେମ୍‌ ହେଲା କାଳ । ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତକ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନନ୍ତପୁର ଫାଣ୍ଡି ଅଧିନ ଭୁଆଶୁଣି ଗାଁର ଭଗବାନ ପରିଡାଙ୍କ ପୁଅ ଦେବେନ୍ଦ୍ର ପରିଡା ବୋଲି ଜଣାପଡିଛି । ପରିବାର ଲୋକେ ଦେବେନ୍ଦ୍ରଙ୍କ ଶବଦାହ ପାଇଁ ଗାଁ ମଶାଣୀକୁ ନେଇଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳର ପହଞ୍ଚି ଶବ ଜବତ କରିଛି ।

ଖବର ଅନୁଯାୟୀ, ଭୁଆଶୁଣି ଗାଁର ଭଗବାନ ପରିଡାଙ୍କ ପୁଅ ଦେବେନ୍ଦ୍ର ଓ ଭଗବାନ ଧାନ ବ୍ୟବସାୟ କରୁଥିଲେ । କିଛି ଦିନ ହେବ ପ୍ରାୟ ୩ଲକ୍ଷ ଟଙ୍କା ଧାନ ବାବଦରେ ଦେବେନ୍ଦ୍ରଙ୍କ ଆକାଉଣ୍ଟକୁ ଆସିଥିଲା । ଦେବେନ୍ଦ୍ର ଅନଲାଇନ ଗେମ ଖେଳି ପ୍ରାୟ ୨ଲକ୍ଷରୁ ଅଧିକ ଟଙ୍କା ହରାଇଥିଲେ । ଏହା ଜଣାପଡିବା ପରେ ପରିବାର ଲୋକେ ଦେବେନ୍ଦ୍ରଙ୍କୁ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି ବୋଲି ପୋଲିସ କହିଛି । ପୋଲିସ ପକ୍ଷରୁ ଦେବେନ୍ଦ୍ରଙ୍କ ଶବ ମଶାଣୀରୁ ଜବତ କରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ଆଣିଥିବା ବେଳେ ଅଧିକ ତଦନ୍ତ ଚଳାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।