ରାଜ୍ୟ ସ୍ପେଶାଲ ରିପୋର୍ଟ

ଜି-୨୦ ସମ୍ମିଳନୀ: ଅତିଥିମାନଙ୍କୁ ସ୍ବାଗତ କରୁଛି ବିଶିଷ୍ଟ ସ୍ଥପତି ସୁର୍ଦଶନ ସାହୁଙ୍କ ସ୍ଥାପତ୍ୟ କଳା

ନୂଆଦିଲ୍ଲୀ: ଚଳିତମାସ ୯ ତାରିଖରୁ ସ୍ଥାନୀୟ ପ୍ରଗତି ମଇଦାନରେ ନବ ନିର୍ମିତ  ଭାରତ ମଣ୍ଡପରେ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ସମ୍ମିଳନୀରେ ଯୋଗ ଦେବାକୁ ବିଶ୍ବର ଏକାଧିକ ରାଷ୍ଟ୍ରମୁଖ୍ୟ ଭାରତ ଆସୁଥିବାବେଳେ ସେମାନଙ୍କର ଆତିଥ୍ୟକୁ ନେଇ ଭାରତ ସରକାର ବେଶ ତତ୍ପର ହୋଇସାରିଛନ୍ତି।ଅତିଥିମାନଙ୍କୁ ସ୍ବାଗତ କରିବା ପାଇଁ ଦିଲ୍ଲୀର ବିଭିନ୍ନ ଗୁରତ୍ବପୁର୍ଣ୍ଣ ସ୍ଥାନରେ ବିଭିନ୍ନ ରାଜ୍ୟର ସ୍ଥାପତ୍ୟ କଳାକୁ ପ୍ରର୍ଦଶିତ କରାଯାଇଛି ଯାହା ଫଳରେ  ରାଜଧାନୀ ଦିଲ୍ଲୀର  ଚିତ୍ର ସଂପୁର୍ଣ୍ଣରୁପେ ବଦଳି ଯାଇଛି। ଜି-୨୦ ସମ୍ମିଳନୀ ଅବସରରେ ସ୍ଥାପତ୍ୟ କଳାରେ ଦେଶ ଓ ବିଦେଶ‌ରେ  ଖ୍ୟାତି ଅର୍ଜନ କରିଥିବା ପଦ୍ମ ବିଭୁଷଣ ସୁର୍ଦଶନ ସାହୁଙ୍କ ସ୍ଥାପତ୍ୟ କଳା  ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଏବଂ ବିଭିନ୍ନ ସ୍ଥାନରେ ପ୍ରର୍ଦଶୀତ କରାଯାଇଛି। ଓଡିଶାର ପାରମ୍ପାରିକ କଳା ଓ ଭାସ୍କର୍ଯ୍ୟକୁ ଅତ୍ୟନ୍ତ ନିଖୁଣଭାବେ ପ୍ରର୍ଦଶୀତ କରାଯାଇଛି।ଦିଲ୍ଲୀର ସୌଦନ୍ଦୀକରଣ କାର୍ଯ୍ୟରେ ସୁର୍ଦଶନ ସାହୁଙ୍କୁ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ଯଥେଷ୍ଟ ଗୁରତ୍ବ ଦେଇଛନ୍ତି ତଥା ତାଙ୍କର  ଯୋଗଦାନ ଜି-୨୦ ପରିପେକ୍ଷୀରେ ଦିଲ୍ଲୀକୁ ଏକ ନୁଆ ରଙ୍ଗ ଦେବାରେ ସଫଳ ହୋଇଛି।

ଜି-୨୦ ସମ୍ମିଳନୀ ଅବସରରେ ତାଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ୬ ଫୁଟର ‌କୋଣାର୍କ ଚକ୍ରକୁ ଦିଲ୍ଲୀ ଗେଟରେ ପର୍ଦଶୀତ କରାଯାଇଛି ଯାହା ସବୁଠାରୁ ଆକର୍ଷଣୀୟ ହୋଇଛି ଏବଂ ଜି-୨୦ର ଆଗନ୍ତୁକମାନଙ୍କ ପାଇଁ ସେଲ୍ପି ପଏଣ୍ଟ ପାଲଟିଯାଇଛି। ସୁର୍ଦଶନ ସାହୁଙ୍କ ସହ ଆଉ ଦୁଇ ଜଣ ଶିଳ୍ପୀଙ୍କୁ  ସାହାଣ ପଥରରେ  କୋଣାର୍କ ଚକ୍ରର ନମୁନାକୁ ତିଆରି କରିବାକୁ ଦୁଇ ବର୍ଷ ସମୟ ଲାଗିଥିଲା। ଦିଲ୍ଲୀ ଗେଟ ରେ ‌ଶୋଭାକୁ କୋଣାର୍କ ଚକ୍ରର ପ୍ରତିମୁର୍ତ୍ତି ଦ୍ବିଗୁଣିତ କରିଛି।ସେହିଭଳି ଜି-୨୦ ଅବସରରେ   ସୁର୍ଦଶନ ସାହୁ ୨୫ରୁ ଅଧିକ ପଥର ଖୋଦେଇ କାର୍ଯ୍ୟ ଦିଲ୍ଲୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଉପଯୋଗ କରାଯାଇଛି।

ଦିଲ୍ଲୀର ପାଲମ ଏଯାରଫୋର୍ସ  ଷ୍ଟେସନ ସାମ୍ନାରେ  ୬ ଟି  ସାହାଣ ପଥରରେ ନିର୍ମିତ DANCING  WOMEN STATUES ବେଶ ଚର୍ଚ୍ଚିତ ହୋଇଛି।ଭିନ୍ନ ସ୍ଥାପତ୍ୟ କଳାର ନିର୍ଦଶନ ରହିଛି ଏସବୁ ମୁର୍ତ୍ତିଗୁଡିକରେ ।ବିଦେଶୀ ପ୍ରତିନିଧିଙ୍କ ଦ୍ବାରା  ଏହି ମୁର୍ତ୍ତର ନିର୍ମାଣ ଶୈଳୀକୁ ନେଇ ସୁର୍ଦଶନ ସାହୁଙ୍କୁ ପ୍ରଶଂସା କରାଯାଉଛି।ଏହାର ନିର୍ମାଣ ଶୈଳୀ କେବଳ ବିଦେଶୀ ପ୍ରତିନିଧିମାନଙ୍କୁ ଆକର୍ଷିତ କରିନାହିଁ ଏହା ଜାତୀୟ ରାଜଧାନୀ ଦିଲ୍ଲୀର ଶୋଭାକୁ ମଧ୍ୟ ଦ୍ବିକୁଣିତ କରିଛି।କେବଳ ଏତିକି ନୁହେଁ ଦ୍ବାରକା ଅଣ୍ଡରପାସ ନିକଟରେ ଥିବା ଉଲାନବତାର ମାର୍ଗରେ ସୁର୍ଦଶନ ସାହୁଙ୍କ ଦ୍ବାରା ନିର୍ମିତ ୩ ଟି   YAKSHINI STATUES କୁ ମଧ୍ୟ ପ୍ରର୍ଦଶୀତ କରାଯାଇଛି।

ସମ୍ବାଦ ସହିତ ଏକ ବିଶେଷ କଥାବାର୍ତ୍ତାରେ ସୁର୍ଦଶନ ସାହୁ କହିଛନ୍ତି ଜି-୨୦ ସମ୍ମିଳନୀ ଅବସରରେ   ଓଡିଶାର ଭାସ୍କର୍ଯ୍ୟ କଳା ସ୍ଥାପତ୍ୟକୁ ସ୍ଥାନ ଦେବା ଏକ ଗୌରବର କଥା। ଏହା ଏକ ବିରଳ ଉଦାହରଣ ମଧ୍ୟ। ନିଶ୍ଚିତରୁପେ  ଓଡିଶାର ମାନ ବଢିବ ବୋଲି ସେ କହିଥିଲେ।ଏଥିରେ କୌଣସି ଦ୍ବିମତ ନାହିଁ ଓଡିଶାର କଳା ଓ ସ୍ଥାପତ୍ୟ ପୁଥିବୀରେ ବିଦିତ।ଜି-୨୦ ଅବସରରେ ଓଡିଶାର କଳା ଓ ସ୍ଥାପତ୍ୟକୁ ପ୍ରର୍ଦଶନ କରାଯିବା ଦ୍ବାରା ଆଗକୁ ଓଡିଶାକୁ ବହୁତ କାମ ମିଳିବ,‌ ଲୋକମାନେ ଜାଣିପାରିବେ ଓଡିଶାରେ ଏଭଳି କାର୍ଯ୍ୟ ହୋଇପାରୁଛି ଏଭଳି ଏକ ଦୂଢ ସକାରତ୍ମକ  ବାର୍ତ୍ତା ଯିବ। କେନ୍ଦ୍ର ସରକାର  ଓ ଦିଲ୍ଲୀ ସରକାର ଓଡିଶାର କଳା ଓ ସ୍ଥାପତ୍ୟକୁ ଜ-୨୦ ଭଳି ଏକ ପ୍ଲାଟଫର୍ମରେ ସ୍ଥାନ ଦେଲେ ଏହା ସବୁଠାରୁ ବଡ ଆନନ୍ଦର କଥା। କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ତାଙ୍କର ସ୍ଥାପତ୍ୟ କାରୁକାର୍ଯ୍ୟକୁ ଚୟନ କରିବା ସଂବଦ୍ଧିତ ପ୍ରଶ୍ନର ଉତ୍ତର ରଖି ଶ୍ରୀ ସାହୁ କରିଥିଲେ  ଦିଲ୍ଲୀର ଉପରାଜ୍ୟପାଳ ତାଙ୍କର ଭୁବନେଶ୍ବର ଗସ୍ତ ସମୟରେ ତାଙ୍କର କଳାକୂତିଗୁଡିକ ଚୟନ କରିଥିଲେ ।ଜି-୨୦ ସମ୍ମିଳନୀ ଅବସରରେ  ଦିଲ୍ଲୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମରେ ତାଙ୍କ ଦ୍ବାରା ନିର୍ମିତ ସ୍ଥାପତ୍ୟ କଳାକୁ ଦିଲ୍ଲୀରେ ପ୍ରର୍ଦଶୀତ କରାଯିବାର ଯୋଜନା ରହିଥିଲା ଯାହା ଆଜି ସାକାର ହୋଇଛି ଯେଉଁଥିପାଇଁ ସେ ଦିଲ୍ଲୀର ଉପରାଜ୍ୟାପାଳ ତଥା ଦିଲ୍ଲୀ ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷ ଶିଭାଶୀଷ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।