ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜି-୨୦ ବୈଠକ ପାଇଁ ପ୍ରସ୍ତୁତି ଜୋରଦାର: ବହୁସ୍ତରୀୟ ସୁରକ୍ଷା, ହୋଟେଲରେ ମୁତୟନ ହେବେ ଏଚ୍‌ଆଇଟି ସ୍କ୍ବାଡ୍‌

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ହେବ। ସଦସ୍ୟ ଦେଶର ଶୀର୍ଷ ନେତାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେବେ। ଏଥିପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୃହ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ସୁରକ୍ଷା ସଂପର୍କରେ ଘନ ଘନ ବୈଠକ ହେଉଛି। ସେପ୍ଟେମ୍ବର ୯ ତାରିଖରେ ସମ୍ମିଳନୀ ଆରମ୍ଭ ହେଲେ ସୁଦ୍ଧା ଏହାର ୩ ଦିନ ପୂର୍ବରୁ ଅତିଥି ମାନେ ଆସି ପହଞ୍ଚିବେ। ଜି-୨୦ ପ୍ରତିନିଧିଙ୍କ ସୁରକ୍ଷା ପାଇଁ ୫୦ ଟିମ୍‌ ସିଆରପିଏଫ୍‌ ବାହିନୀ ମୁତୟନ ହେବେ। ଗ୍ରେଟର ନଏଡ଼ାର ଭି‌ଆଇପି ସିକ୍ୟୁରିଟି ‌ଟ୍ରେନିଂ ସେଣ୍ଟରରେ ସିଆରପିଏଫ୍‌ ୧ ହଜାର ସଦସ୍ୟ ବିଶିଷ୍ଟ ଏକ ଟିମ୍‌ ମୁତୟନ କରିବ।

ଜି-୨୦ ଅତିଥି ରହିବାକୁ ଥିବା ସମସ୍ତ ହୋଟେଲ୍‌ରେ ଏଚ୍‌ଆଇଟି (ହାଉସ ଇଣ୍ଟରଭେନସନ୍‌ ଟିମ୍‌ସ) ସ୍କ୍ବାଡ୍‌ ମୁତୟନ ହେବେ। ସମ୍ମିଳନୀ ସମୟରେ କୌଣସି ପ୍ରକାରର ପଣବନ୍ଦୀ ସଙ୍କଟକୁ ଏଡ଼ାଇବାପାଇଁ ଏଚ୍‌ଆଇଟି ସ୍କ୍ବାଡ୍‌ ମୁତୟନ ହେବେ। ଅତି ଜଟିଳ ସ୍ଥିତିରେ ସେମାନେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପଣବନ୍ଦୀ ସମସ୍ୟା ସୃଷ୍ଟି କରିଥିବା ଆତଙ୍କବାଦୀଙ୍କୁ ହତ୍ୟା କରିବେ। ଏଚ୍‌ଆଇଟି ସ୍କ୍ବାଡ୍‌ରେ ଏନ୍‌ଏସ୍‌ଜି (ନେସନାଲ ସିକ୍ୟୁରିଟି ଗାର୍ଡ), ଦିଲ୍ଲୀ ପୁଲିସ ରହିବେ। ଅନ୍ୟପକ୍ଷେ ହୋ‌ଟେଲ ବାହାରେ ଦିଲ୍ଲୀ ପୁଲିସର ସ୍ବାଟ୍ (ସ୍ପେସାଲ ୱିପନ୍ସ ଆଣ୍ଡ୍‌ ଟାକ୍ଟିସ) ଟିମ୍‌ ମୁତୟନ ହେବେ। ଏଚ୍‌ଆଇଟି ସଦସ୍ୟମାନେ ପାଖରେ ଇସ୍ରାଏଲି ଟାଭର ଟାର-୨୧ ଆସଲ୍ଟ ରାଇଫଲ, ଆମେରିକାନ ଗ୍ଲକ୍‌ ୧୭ ପିସ୍ତଲ ରହିବ। ଉଲ୍ଲେଖଯୋଗ୍ୟ ‌ଯେ ୨୬/୧୧ ଆକ୍ରମଣ ପରେ ଏଚ୍‌ଆଇଟି ଟିମ୍‌ ଗଠନ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ