ଅପରାଧ ରାଜ୍ୟ

ଜିଲ୍ଳା ଯୋଗାଣ ଅଧିକାରୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା କର୍ମଚାରୀ

ବଲାଙ୍ଗୀର ୦୬/୦୮: ବଲାଙ୍ଗିର ଜିଲ୍ଲା ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ । ନିର୍ଯାତନା ଓ ଅଶାଳୀନ ବ୍ୟବହାର ଅଭିଯୋଗ ଆଣିଲେ ଅଧସ୍ତନ ମହିଳ ଏସିଏସଓ କର୍ମଚାରୀ । ମହିଳା କର୍ମଚାରୀ ଜଣକ ହେଲେ ପୁଷ୍ପଲତା ଦାସ । ପୁଷ୍ପଲତା ଦାସ ପୌର ପରିଷଦରେ ଏସିଏସଓ ଭାବେ କାର୍ଯ୍ୟରତ। ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ସପୃକ୍ତ ମହିଳା କର୍ମଚାରୀ ପୁଷ୍ପଲତା ଦାସ ।

ଦାୟିତ୍ୱ ନେବା ଦିନଠାରୁ ବାବୁଙ୍କ ହାକିମାତି । ଭୁଲିଗଲେ ସୌଜନ୍ୟତା । ଅଧସ୍ତନ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଓ ଅଶାଳୀନ ବ୍ୟବହାର କରିଥିବା ନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲେ ମହିଳା କର୍ମଚାରୀ । ଗତକାଲି ମୁଖ୍ୟ ଯୋଗାଣ ଅଧିକାରୀ ମିର ରାଜା ଅଲ୍ଲି ନିର୍ଯାତନା ଅଧିକ ଦେବାରୁ ଅଫିସରେ ହୋହାଲ୍ଲା ହୋଇଥିଲା ।

ପରେ ଜିଲ୍ଲାପାଳ ଅଫିସ ଯାଇ ସପୃକ୍ତ ମହିଳା କର୍ମଚାରୀ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯୋଗାଣ ଅଧିକାରୀ ମିର ରାଜା ଅଲ୍ଲି ବଲାଙ୍ଗିରରେ ଯୋଗଦେବା ଦିନଠାରୁ ଦୂର୍ବ୍ୟବହାର କରିବା ସହ ନିର୍ଯାତନା ଦେଉଥିଲେ । ଅସହ୍ୟ ହେବାରୁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ।

ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନନେଲେ ଥାନାରେ ଏଫଆଇଆର ଦେବେ ବୋଲି କହିଛନ୍ତି ସପୃକ୍ତ ମହିଳା କର୍ମଚାରୀ ପୁଷ୍ପଲତା ଦାସ । ଅଭିଯୋଗ ସଂର୍ପକରେ ପ୍ରତିକ୍ରିୟା ରଖିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ପୂର୍ବରୁ ମଧ୍ୟ ମିଲରେ ଧାନକଟନୀକୁ ନେଇ ବିବାଦ ଘେରକୁ ଆସିଥିଲେ ଚିଫ୍ ସିଏସଓ ମିର୍ ରାଜା ଅଲ୍ଲି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।