ରାଜ୍ୟ

ଜିଲ୍ଲାପାଳ, ଏସ୍‌ପିଙ୍କୁ ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ

ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିଜକୁ ସୁରକ୍ଷା ମନେ କରୁନାହାନ୍ତି। ଏହାର କାରଣ ହେଲା ଧର୍ମଶାଳରେ ଏକ ରାଜନୈତିକ ଦଳର ସମର୍ଥକମାନେ ଗୁଣ୍ଡାଗିରି କରୁଛନ୍ତି। କୌଣସି ସମୟରେ ହିଂସାକାଣ୍ଡ କରିପାରନ୍ତି ବୋଲି ହିମାଂଶୁ ଆଶଙ୍କା କରୁଛନ୍ତି।

ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଭୟଭୀତ ହୋଇ ପ୍ରଶାସନକୁ ସୁରକ୍ଷା ମାଗିଛନ୍ତି। ଯିଏ ବନ୍ଧୁକ ଚଳାଇ ପାରୁଛି, ସେ ଜୀବନ ମଧ୍ୟ ନେଇପାରିବ। ଏଥି ପାଇଁ ସେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ସେ କହିଛନ୍ତି, ସୁରକ୍ଷା ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛି। ମୋର ଆଶା ଯେ, ଘଟଣାର ତଦନ୍ତ ହେବ।

ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଭୟଭୀତ ହୋଇ ପ୍ରଶାସନକୁ ସୁରକ୍ଷା ମାଗିଛନ୍ତି। ଯିଏ ବନ୍ଧୁକ ଚଳାଇ ପାରୁଛି, ସେ ଜୀବନ ମଧ୍ୟ ନେଇପାରିବ। 

ବିଧାୟକ ଶ୍ରୀ ସାହୁ କହିଛନ୍ତି, ମୁଁ ଜଣେ ଲୋକ ପ୍ରତିନିଧି ହିସାବରେ କାମ କରିବି। ତେଣୁ ମୋତେ ସୁରକ୍ଷା ଦରକାର। ଧର୍ମଶାଳାରେ ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକମାନେ ରକ୍ତମୁଖା ହୋଇଗଲେଣି। ସେମାନେ ଗୁଳି ଚାଳନା ପାଇଁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। ବିଜେଡିର ବ୍ଲକ ସଭାପତି ଜଳଧର ମହାନ୍ତି ଏବଂ ଯୁବ ସଭାପତି ଖିତିଶ ନାୟକ କିଛି ଲୋକଙ୍କୁ ଆଣି ଏଭଳି କାମ କରିଥିଲେ। ସେମାନଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି। ତଥାପି ସେମାନେ ଖୁଲମଖୁଲ୍ଲା ବୁଲୁଛନ୍ତି। ତାଙ୍କ ଗୁଣ୍ଡାରାଜ ବହୁତ ବଢ଼ି ଯାଇଛି। ମୋହନ ସରକାର ଗୁଣ୍ଡାରାଜ ଶେଷ କରିବେ ବୋଲି ଆଶା କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।