ରାଜ୍ୟ ସ୍ପେଶାଲ ରିପୋର୍ଟ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବି ଛାଡ଼ିଲେନି: କମ୍ପ୍ୟୁଟର ଓ ପ୍ରିଣ୍ଟର ଚୋରି

ନବରଙ୍ଗପୁର: ସୁରକ୍ଷା ବୋଲି କିଛି ନାହିଁ। ସିସି କ୍ୟାମେରା ବି ଅଚଳ। ତେଣୁ ପ୍ରଶାସନ ଏବଂ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚୋରି କରିବାକୁ ଆଦୌ ଦ୍ବିଧା କରିନାହାନ୍ତି। ନିର୍ବାଚନ ଉପବିଭାଗ କକ୍ଷ ଏବଂ ଡେପୁଟି କଲେକ୍ଟରଙ୍କ କକ୍ଷରୁ କମ୍ପ୍ୟୁଟର ଓ ପ୍ରିଣ୍ଟର ଚୋରି କରିଛନ୍ତି। ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ ଦୁର୍ବୃତ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତାଲା ଭାଙ୍ଗି ଭିତରେ ପଶିଥିଲେ। ଦାୟିତ୍ବହୀନତା ଏମିତି ଯେ, ନିର୍ବାଚନ ଉପବିଭାଗ କକ୍ଷରେ ତାଲା ମଧ୍ୟ ପଡ଼ିନଥିଲା। ତେଣୁ ଅତି ସହଜରେ ଏହି କକ୍ଷରେ ଚୋର ପଶିଥିଲେ। ଏହାପରେ ପାର୍ଶ୍ବରେ ଥିବା ଡେପୁଟି କଲେକ୍ଟରଙ୍କ କକ୍ଷର କବାଟ ଭାଙ୍ଗିଥିଲେ। ଉଭୟ କକ୍ଷରୁ ୪ଟି କଂପ୍ୟୁଟର ମନିଟର, ପ୍ରିଣ୍ଟର ଓ ଦୁଇଟି ସିପିୟୁ ଚୋରି କରିଥିଲେ। ଚୋରି ସାମଗ୍ରୀ ନେବାକୁ ଦୁଇଟି ଡୋର୍‌ କଟନ୍‌ ବି କାଢ଼ି ନେଇଛନ୍ତି।

ଆଜି ସକାଳେ କର୍ମଚାରୀ ପହଞ୍ଚିବା ପରେ ଚୋରି ହୋଇଥିବା ଦେଖିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଡେପୁଟି କଲେକ୍ଟର ତଥା ନିର୍ବାଚନ ବିଭାଗ ଅଧିକାରୀ ପି‌. ମନସ୍ମିତା ନବରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କାର୍ଯ୍ୟାଳୟରେ ଲାଗିଥିବା ସିସି କ୍ୟାମେରା ମଧ୍ୟରୁ କିଛି ଅଚଳ ହୋଇ ରହିଥିବା ଜଣାପଡ଼ିଛି। ତେଣୁ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ କଷ୍ଟକର ହେବ। ସେହିପରି ଏତେବଡ଼ କାର୍ଯ୍ୟାଳୟ ପାଇଁ ଜଣେ ମାତ୍ର ରାତ୍ର ଜଗୁଆଳିଙ୍କୁ ନିୟୋଜିତ କରାଯାଇଛି। ଯାହା ଅନେକ ପ୍ରଶ୍ନ ସହ ସନ୍ଦେହ ସୃଷ୍ଟି କରୁଛି। ବଡ଼କଥା ହେଲା ଯେଉଁ ବିଭାଗର କଂପ୍ୟୁଟର ଚୋରି ହୋଇଛି ସେଥିରେ ନିର୍ବାଚନ ସଂପର୍କିତ ତଥ୍ୟ ରହିଛି। ଯାହାର ଅପବ୍ୟବହାର ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।