ଭୁବନେଶ୍ୱର ୨୪/୧୧ : ଜିରା ଧଣିଆ ଭାରତରେ ମସଲା ଭାବେ ବ୍ୟବହାର କରଯାଏ। ଅଧିକାଂଶ ଭାରତୀୟ ବ୍ୟଞ୍ଜନରେ ଜିରା ଧଣିଆ ବ୍ୟବହୃତ ହୋଇଥାଏ। ଏହା ଖାଦ୍ୟର ସ୍ୱାଦ ବଢାଇବା ସହ ସୁଗନ୍ଧ ମଧ୍ୟ ବଢ଼ିଥାଏ। ସେଥିପାଇଁ ଭାରତରେ ସମସ୍ତଙ୍କ ଘରେ ଏହି ଦୁଇଟି ମସଲା ଉପଲବ୍ଧ। ତେବେ ଏହି ଦୁଇti ଖାସ ମସଲା କେବଳ ଖାଇବାର ସ୍ୱାଦ ବଢ଼ାଇ ନଥାଏ ବରଂ ଭାଗ୍ୟ ମଧ୍ୟ ବଦଳାଇପାରେ। ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ କଥାଟି ସତ। ଅନେକ ଗୁଣରେ ଭରପୁର ଜିରା ଓ ଧଣିଆର ଏମିତି କିଛି ଉପାୟ ରହିଛି ଯାହା ଅନେକ ସମସ୍ୟା ଦୂର କରିପାରେ।

ଜାଣନ୍ତୁ କଣ କଣ ସମସ୍ୟା ଦୂର କରିଥାଏ ଏହି ମସଲା :
୧. ଯଦି ଆପଣଙ୍କ ଟଙ୍କା କେଉଁଠି ଅଟକି ରହିଥାଏ ତାହେଲେ ଶୁକ୍ରବାର ଦିନ ଗୋଟିଏ କାଗଜରେ ଟଙ୍କା ନେଇଥିବା ବ୍ୟକ୍ତିଙ୍କ ନାଁ ଲେଖି ସେଥିରେ କିଛି ଗୋଟା ଧଣିଆ ରଖିଦିଅନ୍ତୁ। ତାପରେ ଏହି କାଗଜ ପୁଡାକୁ ପାଣିରେ ପ୍ରବାହିତ କରିଦେବେ। ଏହି ଉପାୟ ଦ୍ୱାରା ଅଟକି ରହିଥିବା ଧନ ଶୀଘ୍ର ମିଳିଯିବ।

୨. ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ସମ୍ମୁଖରେ ଲାଲ କପଡାରେ ଅଳ୍ପ ଜିରା ଓ ଗୋଟିଏ ରୁପା ଟଙ୍କା ରଖିଦିଅନ୍ତୁ। ପୂଜା କରିବା ପରେ ସେହି କପଡାକୁ ଘରର ଟ୍ରେଜେରିରେ ରଖିଦିଅନ୍ତୁ। ଏହି ଉପାୟ ଦ୍ୱାରା ସର୍ବଦା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ଏବଂ ଆର୍ଥିକ ସଙ୍କଟ ଦୂର ହୋଇଥାଏ।

୩. ଯଦି ଆପଣଙ୍କର ବହୁତ ଖର୍ଚ୍ଚ ହେଉଛି ଏବଂ କିଛି ସଞ୍ଚୟ କରିପାରୁନାହାନ୍ତି ତାହେଲେ ବୁଧବାର ଦିନ ଗାଈକୁ ଧଣିଆ ଖାଇବାକୁ ଦିଅନ୍ତୁ। ଏହି ଉପାୟ ଦ୍ୱାରା କେବଳ ଆର୍ଥିକ ସ୍ଥିତି ମଜବୁତ ହେବନାହିଁ ବରଂ ଧନ ମଧ୍ୟ ବଢିବ। ଏହି ଉପାୟ ଦ୍ୱାରା ସବୁ କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ।
୪. ଏକ କାଗଜରେ ଅଳ୍ପ ଜିରା ରଖି ନିଜ ମୁଣ୍ଡ ଉପରୁ ୭ଥର ବୁଲାଇ ଜଳାଇ ଦିଅନ୍ତୁ। ଏହି ଉପାୟ ଦ୍ୱାରା ଆପଣଙ୍କ ଭିତରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯିବ ଏବଂ ଆପଣ ନିଜ ଭିତରେ ସକାରାତ୍ମକ ଶକ୍ତି ଅନୁଭବ କରିପାରିବେ।
୫. ଯଦି ଆପଣଙ୍କ ସୁଖ ଶାନ୍ତି ନାହିଁ, ସବୁବେଳେ କଳହ ହେଉଛି ତାହେଲେ ପୂର୍ବ ଦିଗରେ ଅଳ୍ପ ଶୁଖିଲା ଧଣିଆ ରଖି ହନୁମାନ ଚାଳିଶା ପାଠ କରନ୍ତୁ। ଏହି ଉପାୟ ଦ୍ୱାରା କଳହ ଦୂର ହେବ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ବଢିବ।
୬. ଗୁରୁବାର ଦିନ ଘରୁ ବାହାରକୁ ଯିବା ସମୟରେ କିଛି ଜିରା ଦାନ ପାଟିରେ ପକାଇ ବାହାରିବେ। ଏହି ଉପାୟ ଦ୍ୱାରା ଆପଣ ଯେଉଁ କାମରେ ଯାଉଥିବେ ସେହି କାମ ସଫଳ ହେବ।