ରାଜ୍ୟ ସ୍ପେଶାଲ ରିପୋର୍ଟ

ଜିଏସ୍‌ଟି ଠକେଇର ପେଣ୍ଠ ପାଲଟିଛି ରାଉରକେଲା: ୮.୭୦ କୋଟି ଟଙ୍କା ଠକି ବ୍ୟବସାୟୀ ଗିରଫ

ରାଉରକେଲା: ଜିଏସ୍‌ଟି ଠକେଇରେ ଓଡ଼ିଶାର ପେଣ୍ଠସ୍ଥଳ ପାଲଟିଛି ସ୍ମାର୍ଟସିଟି ରାଉରକେଲା। ରାଜ୍ୟରେ ଯେତିକି ଜିଏସ୍‌ଟି ଠକେଇ ହେଉଛି, ତାର କେବଳ ୫୦% ଠକେଇ ହେଉଛି ରାଉରକେଲାରେ। ଆଜି ପୁଣି ଏକ ଜିଏସ୍‌ଟି ଠକେଇ ସାମ୍ନାକୁ ଆସିଛି। ନକଲି ବିଲ୍‌ ଜରିଆରେ ୮ କୋଟି ୭୦ ଲକ୍ଷ ଟଙ୍କା ଜିଏସ୍‌ଟି ଫାଙ୍କିବା ଅଭି‌ଯୋଗରେ କେନ୍ଦ୍ରୀୟ ଜିଏସ୍‌ଟି ଟିମ୍‌ କୋଇଡ଼ା ବ୍ଲକ ଅନ୍ତର୍ଗତ ବରସୁଆଁ ବାଙ୍କାବଜାରର ରାକେଶ କୁମାର କାନୋଡ଼ିଆଙ୍କୁ ଗିରଫ କରି କୋର୍ଟ ଚାଲାଣକରିଛି। ତାଙ୍କ ନିକଟରୁ ୧୨ କମ୍ପାନି ସହ କାରବାର କରିଥିବା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ରାକେଶ ଜିନିଷପତ୍ର ବିକ୍ରି ନ କରି ଏସବୁ କମ୍ପାନି ସହ କାଗଜପତ୍ରରେ ମୋଟ ୫୫ କୋଟି ଟଙ୍କାର କାରବାର ଦର୍ଶାଇଥିଲେ। ଏ ବାବଦରେ ମୋଟ ୮ କୋଟି ୭୦ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ କରିଥିଲେ।‌ ରାକେଶ ବରସୁଆଁ ବଜାରରେ ଟ୍ୟୁବ୍‌, ଟାୟାର, ମୋବିଲ, ସିମେଣ୍ଟ ଓ ଲୁହା ରଡ୍‌ ବ୍ୟବସାୟ କରନ୍ତି।

ସେ ତାଙ୍କ ବଡ଼ଭାଇ ରାଜେଶ କୁମାର କାନୋଡିଆଙ୍କ ନାଁରେ ମେର୍ସସ ଧନବର୍ଷି ଏଣ୍ଟରପ୍ରାଇଜେସ୍‌ ନାଁରେ ଏକ ନକଲି କମ୍ପାନି ଖୋଲିଥିଲେ। ଅଫିସ୍‌ ଠିକଣା ଥିଲା ନାଗାଲାଣ୍ଡ ଓ ଆସାମ। ହେଲେ କମ୍ପାନି ଚାଲିଥିଲା ବରସୁଆଁରେ। କମ୍ପାନିର ମ୍ୟାନେଜର ଥିଲେ ଟ୍ରକ ଡ୍ରାଇଭର ମନୋଜ କୁମାର ଠାକୁର। ଏହି ନକଲି କମ୍ପାନି ଜରିଆରେ ଜିନିଷପତ୍ର ବିକ୍ରି ନ କରି କାଗଜପତ୍ର ଜରିଆରେ କୋଟିକୋଟି ଟଙ୍କାର କାରବାର ଦର୍ଶାଉଥିଲେ। ଗତ କିଛି ମାସ ଧରି ଏହି ନକଲି କମ୍ପାନି ୧୨ରୁ ଅଧିକ କମ୍ପାନି ସହ ୫୫ କୋଟି ଟଙ୍କାର କାରବାର କାଗଜପତ୍ରରେ କରିଥିଲେ। କିନ୍ତୁ ଏମାନଙ୍କୁ କୌଣସି ସାମଗ୍ରୀ ବିକ୍ରି କରିନଥିବା ଯାଞ୍ଚରୁ ଜଣା ପଡ଼ିଥିଲା। ଗୁପ୍ତ ସୂଚନା ଆଧାରରେ ଆଜି କେନ୍ଦ୍ରୀୟ ଜିଏସ୍‌ଟି ଟିମ୍‌ ବରସୁଆଁସ୍ଥ ବ୍ୟବସାୟିକ ଅନୁଷ୍ଠାନ ଉପରେ ଚଢ଼ଉ କରିଥିଲା।

ସୂଚନା ଅନୁଯାୟୀ, ରାଜ୍ୟରେ ୯,୭୪୨ଟି ନକଲି ବିଲ୍‌ରେ ୧୭୯୨ କୋଟି ଟଙ୍କାର ଠକେଇ ‌ହୋଇଛି। ଏଥିରୁ ରାଉରକେଲାରେ କେବଳ ୫୦୦ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଛି। ୨୫୦୦ କୋଟିର ନକଲି ବିଲ୍‌ ଜରିଆରେ ଠକମାନେ ୫୦୦ କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ଠକେଇ କରିଥିଲେ। ଆଜି ପର୍ଯ୍ୟନ୍ତ ଜିଏସ୍‌ଟି ୱିଙ୍ଗ ରାଜ୍ୟର ୨୮ ଜଣ ଜିଏସ୍‌ଟି ଠକଙ୍କୁ ଗିରଫ କରି ଜେଲ୍‌ ପଠାଇଛି। ସେମାନଙ୍କ ମଧ୍ୟରୁ କେବଳ ୧୫ ଜଣ ହେଉଛନ୍ତି ରାଉରକେଲାର। କେବଳ ଏତିକି ନୁହେଁ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ ରାଜ୍ୟରେ ୩୦ ହଜାର ନକଲି ଜିଏସ୍‌ଟି ପଞ୍ଜୀକରଣକୁ ବାତିଲ କରିଛି। ଏଥି ମଧ୍ୟରୁ ପ୍ରାୟ ୩୦% ନକଲି ଜିଏସ୍‌ଟି ପଞ୍ଜୀକରଣ କେବଳ ସୁନ୍ଦରଗଡ଼ ଜିଲ୍ଲାରେ ହୋଇଥିବା ଜଣାପଡିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।