ଖେଳ ରାଜ୍ୟ

ଜିଏମ୍‌ସିଏଲ୍‌ କ୍ରିକେଟ୍‌: କେସିସି କଟକ ବିଜେତା

ଭୁବନେଶ୍ବର: ବନଦୁର୍ଗା କଲ୍‌ଚରାଲ ୟୁଥ ଏସୋସିଏସନ୍‌ ଓ ଜେନ୍‌-ନେକ୍ସଟ ୟୁଥ୍‌ ଏସୋ‌ସିଏସନ୍‌ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ବିତୀୟ ଜିଏମ୍‌ସିଏଲ୍‌ ଟେନିସ ବଲ୍‌ ପ୍ରତିଯୋଗିତାରେ କେସିସି କଟକ ବିଜେତା ହୋଇଛି। ଫାଇନାଲ୍‌ରେ ଏହି ଦଳ ୪୫ ରନ୍‌ରେ ମ୍ୟାଜିକ୍‌ ଇଲେଭେନ୍‌କୁ ପରାସ୍ତ କରିଥିଲା। । ଏହା ପୂର୍ବରୁ ଖେଳାଯାଇଥିବା ସେମିଫାଇନାଲ୍‌ରେ କେସିସି ୩ ରନ୍‌ରେ ସମରସେଟ୍‌ ଏବଂ ମ୍ୟାଜିକ ଇଲେଭେନ୍‌ ୮ ୱିକେଟ୍‌ରେ ସିଡିଏ ଲାୟନ୍ସକୁ ହରାଇଥିଲା। ବିଜେତା ଦଳର ବାପୁନ ଫାଇନାଲ୍‌ର ଏବଂ ରିଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅତିଥିଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ଯଥାକ୍ରମେ ୨୦,୦୦୦ ଏବଂ ୧୨,୦୦୦ ଟଙ୍କାର ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ। ଦୁଇଟି ଯାକ ସେମିଫାଇନାଲ୍‌ରେ ଜେଡ୍‌ ଇଷ୍ଟେଟ୍‌ର ପରିଚାଳନା ନିର୍ଦେଶକ ତପନ କୁମାର ମହାନ୍ତି ଓ ସମାଜସେବୀ ଜଗନ୍ନାଥ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ