ଅପରାଧ ରାଜ୍ୟ

ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ/ଜଗତସିଂହପୁର ଟାଉନ : ଏକ ଜାହାଜକୁ ଆରେଷ୍ଟ କରାଯିବ। ଆଜି ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ କକେଟ ମେରାଇନ ଅଏଲ (ଏସିଆ) ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି ପାରାଦୀପ ବନ୍ଦରରେ ଏମଭି ମେରାଇନ ହର୍ଣ୍ଣବିଲ (ଆଇଏମଓ ନମ୍ବର ୯୫୯୪୩୬୫) ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଏମଭି ମେରାଇନ ହର୍ଣ୍ଣବିଲ ଅଗଷ୍ଟ ୧୮ରେ ପରାଦୀପ ବନ୍ଦର ଛାଡ଼ିବ। ତେଣୁ ତୁରନ୍ତ ଜାହାଜ ଆରେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଉ। ଯଦି ଏନେଇ ନିର୍ଦ୍ଦେଶ ଦିଆ ନ ଯାଏ, ତେବେ ଆବେଦନକାରୀଙ୍କ ମାମଲା ଅର୍ଥହୀନ ହୋଇଯିବ ବୋଲି ହାଇକୋର୍ଟ ମତ ଦେବା ସହିତ ତୁରନ୍ତ ଏମଭି ମେରାଇନ ହର୍ଣ୍ଣବିଲକୁ ଆରେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୪ ଘଣ୍ଟା ଭିତରେ ଜାହାଜ ଆରେଷ୍ଟ ସଂପର୍କିତ ୱାରେଣ୍ଟ ସଂକ୍ରାନ୍ତରେ ଆବେଦନକାରୀ ଅବଗତ କରିବେ ବୋଲି ହାଇକୋର୍ଟ କହିବା ସହିତ ମାମଲାରେ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏ ନେଇ ଆବେଦନକାରୀ ସଂସ୍ଥାର ଆଇନ ପରାମର୍ଶଦାତା ଦିବ୍ୟଆନନ୍ଦ ମିଶ୍ର ସୂଚନା ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨,୬୭,୨୨୦ ଆମେରିକୀୟ ଡଲାର ଦାବି କରି କକେଟ ମେରାଇନ ଅଏଲ (ଏସିଆ) ପକ୍ଷରୁ ଏମଭି ମେରାଇନ ହର୍ଣ୍ଣବିଲ ବିରୋଧରେ ଏହି ମାମଲା ହାଇକୋର୍ଟରେ ଦାୟର କରାଯାଇଛି। ଏମଭି ମେରାଇନ ହର୍ଣ୍ଣବିଲ ପାନାମାର ଜାହାଜ ଓ ଏବେ ଏହା ପାରାଦୀପ ବନ୍ଦରରେ ଅଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବି.ଏନ.ମହାନ୍ତି ଓ ଆଶୁତୋଷ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।