ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାରକା ସ୍ଥିତ ଟ୍ରାନ୍ସପୋର୍ଟ କମ୍ପାନୀରେ ଆୟକର ବିଭାଗ ପକ୍ଷରୁ ଚଢାଉ

ଚଣ୍ଡିଖୋଲ ୧୬।୬: ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟରେ ଆୟକର ଚଢାଉ । ଯାଜପୁର ଜିଲ୍ଳା ଜାରକା ପଣ୍ଡୁଆ ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି ।

ଦୀର୍ଘ ଦିନ ଧରି ଏହି ସ୍ଥାନରେ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟଟି ରହିଥିଲା । ଏହି ଟ୍ରାନ୍ସପୋର୍ଟ କମ୍ପାନୀ ବିଭିନ୍ନ ଖଣିଜ ପଦାର୍ଥ ପରିବହନ କରିଥାଏ । ତେବେ ଗୁରୁବାର ଅଚାନକ ଆୟକର ବିଭାଗ ପକ୍ଷରୁ ଟ୍ରାନ୍ସପୋର୍ଟ ଅଫିସରେ ଚଢ଼ାଉ କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀ ଓ ପୋଲିସ ଫୋର୍ସ ଏହି ଚଢ଼ାଉରେ ସାମିଲ ଅଛନ୍ତି । ଏହି ଚଢ଼ାଉରେ ଆୟକର ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।

ତେବେ କେଉଁ କାରଣରୁ ଆୟକର ବିଭାଗ ଚଢ଼ାଉ କରିଛି ସେନେଇ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।