ଦେଶ ବିଦେଶ

ଜାପାନରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା

ଜାପାନ: ଉଦିତ ସୂର୍ଯ୍ୟର ଦେଶ ‘ଜାପାନ’ରେ ପ୍ରବାସୀ ଭାରତୀୟଙ୍କ ଦ୍ବାରା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା, ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ଓ ପ୍ରଥମ ରଥଯାତ୍ରା ଗତ ୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀରାମ ମନ୍ଦିର ଟ୍ରଷ୍ଟ ଓ ଶ୍ରୀଜଗନ୍ନାଥ ସୋସାଇଟି ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଟୋକିଓ ଓ ଆଖପାଖ ଅଞ୍ଚଳର ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ରଥ ଟାଣିଥିଲେ। ଏହି ଘଟଣାରେ ଖୁସିବ୍ୟକ୍ତ କରି ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଏଚ୍‌.ଇ ସିବି ଜର୍ଜ କହିଥିଲେ ଯେ ଜାପାନରେ ତାଙ୍କର ଏଯାବତ୍‌ ସହବସ୍ଥାନ କାଳରେ ଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ।

ଶ୍ରୀରାମ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରାଣପ୍ରତିଷ୍ଠା ଓ ରଥଯାତ୍ରାର ଆୟୋଜନ ଏଠାକାର ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଥିବା ଏକତାକୁ ଆହୁରି ମଜଭୁତ କରିବ ବୋଲି ସେ କହିଥିଲେ। ଏହାସହ ସେ ଶ୍ରୀରାମ ମନ୍ଦିର ଟ୍ରଷ୍ଟ, ଶ୍ରୀଜଗନ୍ନାଥ ସୋସାଇଟି, ଇସ୍କନ୍‌ ଏବଂ ଏଚ୍‌ଏସ୍‌ଏସ୍‌କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ଶ୍ରୀଜଗନ୍ନାଥ ସୋସାଇଟିର ଆବାହକ ଜ୍ଞାନୀନ୍ଦ୍ର ମିଶ୍ର କହିଥିଲେ ଯେ ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି ଯେ ତ୍ରେତୟା ଯୁଗର ଭଗବାନ ଶ୍ରୀରାମ କଳିଯୁଗରେ ଜଗନ୍ନାଥଙ୍କ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ତେଣୁ ଶ୍ରୀରାମ ମନ୍ଦିରରେ କାଳିଆ ସାଆନ୍ତଙ୍କ ବିଗ୍ରହ ସ୍ଥାପନା ଅତ୍ୟନ୍ତ ଆନନ୍ଦର ବିଷୟ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ସଂଗଠନର ସଭାପତି ଜଗମୋହନ ଚନ୍ଦ୍ରାଣୀ ଏବଂ ଓଣ୍ଡା କାଓରୁ ଯୋଗ ଦେଇଥିଲେ। ଏହ ଅବସରରେ ଏକ ସ୍ମରଣିକା ‘ଶ୍ରୀଜଗନ୍ନାଥ ଯାତ୍ରା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ