ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାନୁଆରି ୨୫ରେ ଶ୍ରୀଜିଉଙ୍କ ପଦ୍ମବେଶ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପୁରୀ : ଜାନୁଆରି ୨୫ରେ ଶ୍ରୀଜିଉଙ୍କ ପଦ୍ମବେଶ ଅନୁଷ୍ଠିତ ହେବ। ପଦ୍ମଫୁଲରେ ସଜ୍ଜିତ ହେବେ ବଡଠାକୁର ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ।। ଏଥିପାଇଁ ବେଶ ପ୍ରସ୍ତୁତି ପୂର୍ବରୁ ଆଜି ବଡ଼ଛତା ମଠରେ ଅନୁକୂଳ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ମଠ ପରିସରରେ ମହନ୍ତ, କାରିଗରଙ୍କ ଉପସ୍ଥିତିରେ ବେଶ ପ୍ରସ୍ତୁତି ସାମଗ୍ରୀ ଓ ବେଶ ପ୍ରସ୍ତୁତିରେ କାରିଗରଙ୍କ ଦ୍ବାରା ବ୍ୟବହାର ହେବାକୁ ଥିବା ସରଞ୍ଜାମ ପୂଜାର୍ଚ୍ଚନା କରାଯାଇଛି। ଏହାସହ ଆଜିଠାରୁ ବେଶ ପ୍ରସ୍ତୁତି କାମ ଆରମ୍ଭ‌ ହୋଇଛି।

ବେଶ କାରିଗରମାନେ ପ୍ରାୟ ଦେଢ଼ ମାସ ଧରି ଶୁଦ୍ଧପୁତ ଭାବେ ପଦ୍ମବେଶ ପ୍ରସ୍ତୁତିରେ ଲାଗିବେ। ଶ୍ରୀଜିଉଙ୍କ ଶ୍ରୀମୁଖ ପଦ୍ମ, ଡାଳି, ସିଂହାସନ ସହ ଗଛ, ଶ୍ରୀହସ୍ତ ପଦ୍ମ କଢ଼, ହଂସ, କରପଲ୍ଲବ ମାଳ, ପଦ୍ମଫୁଲ, ଚୁଳ କାମ ଆଦି ପ୍ରସ୍ତୁତ ହେବ। ବେଶ ପ୍ରସ୍ତୁତି ପାଇଁ ସୋଲ, ବାଉଁଶ, ସନ୍ତରା ପଟ, ପଇତା, କନା, ଜରି, ଡୋରି, କଇଁଥ ଅଠା ଆଦି ଆବଶ୍ୟକ ସାମଗ୍ରୀ ବଡ଼ଛତା ମଠ ପକ୍ଷରୁ କାରିଗରମାନଙ୍କୁ ଯୋଗାଇ ଦିଆଯାଇଛି।

ଶହ ଶହ ବର୍ଷ ଧରି ବଡ଼ଛତା ମଠ ପକ୍ଷରୁ ମହାପ୍ରଭୁଙ୍କ ଏହି ବେଶ ପ୍ରସ୍ତୁତ କରାଯାଉଛି। ନିଜସ୍ବ ଖର୍ଚ୍ଚରେ ପଦ୍ମବେଶ ପ୍ରସ୍ତୁତି ପରେ ବଡ଼ଛତା ମଠ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ। ଚଳିତବର୍ଷ ୬ଜଣ କାରିଗର ଏହି ବେଶ ପ୍ରସ୍ତୁତିରେ ଯୋଗ ଦେଇଛନ୍ତି। ପରମ୍ପରା ଅନୁଯାୟୀ, ଆସନ୍ତା ଆନୁଆରି ୨୫ ତାରିଖ ପଦ୍ମବେଶ ଦିନ ସଂଧ୍ୟା ଆଳତି ପରେ ବଡ଼ଛତା ମଠରୁ ଏହି ବେଶ ଶ୍ରୀମନ୍ଦିରକୁ ବିଜେ କରିବ। ଶ୍ରୀମୁଖ ବଳା ପାଇଁ ମଠରୁ ତୁଳସୀ ମାଳ, ଗେଣ୍ଡୁ ଫୁଲ ମାଳ ବି ଶ୍ରୀମନ୍ଦିର ଯାଇଥାଏ। ସେହିଦିନ ରାତିରେ ଅର୍ଥାତ୍‌ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କ ଏହି ବେଶ ସହ ତୁଳସୀ ମାଳ, ଗେଣ୍ଡୁ ମାଳ ଆଦି ଲାଗି କରାଯିବ।

ବିଧି ଅନୁଯାୟୀ, ମାଘମାସ ଅମାବାସ୍ୟାଠାରୁ ଶ୍ରୀପଞ୍ଚମୀ ଭିତରେ ପଡ଼ୁଥିବା ବୁଧବାର ଅବା ଶନିବାର ଦିନ ବଡ଼ସିଂହାର ବେଶରେ ଏହି ବେଶ ଲାଗି ହୋଇଥାଏ। ମାଘମାସ ଅର୍ଥାତ୍‌ ଶୀତ ଦିନରେ ବୁଧବାର ନୀଳ ଘୋଡ଼ ଓ ଶନିବାର କଳାଘୋଡ଼ ଲାଗି ସମୟରେ ଶ୍ରୀଜିଉ ପଦ୍ମବେଶ ହୋଇଥାନ୍ତି। ନୀଳ ଅବା କଳା ଘୋଡ଼ ଲାଗି ସମୟରେ ପଦ୍ମବେଶ ହେଲେ ଗଭୀର ଜଳରାଶିରେ ପଦ୍ମ ଫୁଟିଲା ଭଳି ଦିଶିବା ସହ ମହାପ୍ରଭୁ ଆହୁରି ସୁନ୍ଦର ଦେଖାଯାଆନ୍ତି। ବଡ଼ସିଂହାର ବେଶରେ କିଛି ଭକ୍ତ ଏହି ବେଶ ଦର୍ଶନ କରିଥାନ୍ତି। ସେହିଦିନ ରାତ୍ର ପହୁଡ଼ ପରେ ଭକ୍ତମାନେ ପରଦିନ ମଙ୍ଗଳ ଆଳତି ପରେ ପରେ ଏହି ବେଶ ଦର୍ଶନ କରିଥାନ୍ତି। ଅବକାଶ ପରେ ପଦ୍ମବେଶ ଓଲାଗି କରି ଦିଆଯାଏ। ପରେ ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ବଢ଼ିଥାଏ। ପଦ୍ମବେଶରେ ମହାପ୍ରଭୁଙ୍କୁ ସ୍ବତନ୍ତ୍ର ଅମାଲୁ, କ୍ଷୀରି ଭୋଗ କରାଯାଇଥାଏ। କୋଠ ଭୋଗରେ ଲାଗି ହେଉଥିବା ଏହି କ୍ଷୀରି, ଅମାଲୁ ପାଇଁ ବଡ଼ଛତା ମଠ ପକ୍ଷରୁ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥାଏ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।