ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଳୀ: ଛବିଶତମ ଜାତୀୟ ଯୁବ ଉତ୍ସବ ଚଳିତ ବର୍ଷ କର୍ଣ୍ଣାଟକର ଧାର୍ୱାଡ ଜିଲ୍ଲା ଅନ୍ତର୍ଗତ ହୁବୁଲିଠାରେ ଆୟୋଜିତ ହେଉଛି। କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ଉତ୍ସବ ଜାନୁଆରି ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉତ୍ସବର ମୁଖ୍ୟ ବିଷୟବସ୍ତୁ ରହିଛି- ‘ବିକଶିତ ଯୁବଶକ୍ତି ବିକଶିତ ଭାରତ।’
ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଚଳିତ ଜାନୁଆରି ୧୨ ତାରିଖରେ କର୍ଣ୍ଣାଟକର ହୁବୁଲିଠାରେ ଆୟୋଜିତ ଜାତୀୟ ଯୁବ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ। ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। କର୍ଣ୍ଣାଟକ ସରକାର ଏହି କାର୍ଯ୍ୟକ୍ରମ ଆୟୋଜନରେ ସହାୟତା ଯୋଗାଉଛନ୍ତି।
ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ, ଏହି ଅମୃତ କାଳରେ ଯୁବ ସମାଜର ଭୂମିକାକୁ ବଢାଇ ସେମାନଙ୍କୁ ରାଷ୍ଟ୍ର ନିର୍ମାଣ ଦିଗରେ ବ୍ରତୀ କରିବା ଏହି ଉତ୍ସବର ଲକ୍ଷ୍ୟ। ଅତଏବ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ‘ପଞ୍ଚପ୍ରଣ’ ବାର୍ତ୍ତା ଯୁବବର୍ଗଙ୍କ ମଧ୍ୟରେ ପ୍ରଚାର ଓ ପ୍ରସାର କରିବା ପାଇଁ ଉଦ୍ୟମ କରାଯାଉଛି। ଚଳିତବର୍ଷ ଭାରତ ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଏଥିପାଇଁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ‘ୱାଇ ଟକ୍ସ’ ଆୟୋଜନ କରାଯାଉଛି। ଏଥିରେ ଜି-୨୦ର ୟୁଥ୍-୨୦ କାର୍ଯ୍ୟକ୍ରମ ଗୁରୁତ୍ୱ ପାଇବ। ଜାତୀୟ ଯୁବ ଉତ୍ସବ ୱାଇ-୨୦ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଯୁବକଯୁବତୀଙ୍କୁ ନିୟୋଜିତ କରିବାର ପ୍ରକ୍ରିୟା ଆରମ୍ଭ କରିବ। ଏଥିରେ ୱାଇ-୨୦ର ବିଷୟବସ୍ତୁ ସମ୍ପର୍କରେ ଯୁବ ସମାଜକୁ ସଚେତନ କରାଯିବ।
୨୬ତମ ଜାତୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରି କେନ୍ଦ୍ର ଯୁବସେବା ବିଭାଗର ସଚିବ ମିତା ଆର୍ ଲୋଚନ କହିଛନ୍ତି ଯେ ଏହି ଅନୁପମ ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ୭୫୦୦ରୁ ଅଧିକ ଯୁବ ପ୍ରତିନିଧି ନାନାପ୍ରକାର ଶିକ୍ଷଣ କାର୍ଯ୍ୟରେ ଭାଗନେବେ। ଏହି ଉତ୍ସବରେ ଛାତ୍ର କୈନ୍ଦ୍ରିକ ଶାସନ ଓ ଡିଜିଟାଲ ଇଣ୍ଡିଆ ଉପରେ ଆଲୋଚନା, ଦୁଃସାହସିକ କ୍ରୀଡା, ବିଭିନ୍ନ ରାଜ୍ୟର ପାରମ୍ପରିକ କ୍ରୀଡା, ପ୍ରତିଯୋଗିତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ, ଲୋକସଙ୍ଗୀତ ଗାୟନ ଆଦି ସ୍ଥାନ ପାଇଛି। ଏଥିପାଇଁ ବିଭିନ୍ନ ରାଜ୍ୟରୁ ଯୁବ କଳାକାର ଗୋଷ୍ଠୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହାଛଡା ଏହି ପାଞ୍ଚଦିନିଆ କାର୍ଯ୍ୟକ୍ରମର ସାମାଜିକ ବିକାଶ ମେଳା ଯୁବକୃତି, ଦୁଃସାହସିକ ଉତ୍ସବ, ସୁବିଚାର, ଯୁବ କଳାକାର ଶିବିର ଆଦି ସ୍ଥାନ ପାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l