ଖେଳ ଦେଶ ବିଦେଶ

ଜାନୁଆରି ପର୍ଯ୍ୟନ୍ତ ବିସିସିଆଇ ପଦରେ ରହିବେ ଗାଙ୍ଗୁଲି ଓ ଶାହ

ନୂଆଦିଲ୍ଲୀ: କ୍ରିକେଟ୍ ସଂସ୍କାର ମାମଲାରେ ରାଜ୍ୟ ସଂଘଗୁଡ଼ିକ ପକ୍ଷରୁ ଆଗତ ଆବେଦନକୁ ବୁଧବାର ଖାରଜ କରିଦେଇଛନ୍ତି ଉଚ୍ଚତ୍ତମ ନ୍ୟାୟାଳୟ। ତେବେ ବିସିସିଆଇ ପଦ ପଦବି ପ୍ରସଙ୍ଗରେ ଏହାକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଫଳରେ କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ମଧ୍ୟ ସୌରଭ ଗାଙ୍ଗୁଲି (ସଭାପତି), ଜୟ ଶାହ (ସମ୍ପାଦକ), ଜ‌ୟେଶ ଜର୍ଜ (ଯୁଗ୍ମ ସମ୍ପାଦକ) ଅନ୍ୟୁନ ଜାନୁଆରି ମାସ ପର୍ଯ୍ୟନ୍ତ ନିଜ ପଦ ବଜାୟ ରଖିବେ। ବିସିସିଆଇ ଏହାର ସଂଶୋଧିତ ସମ୍ବିଧାନକୁ ଉଚ୍ଚତ୍ତମ ନ୍ୟାୟାଳୟରେ ଦାଖଲ କରିବା ସହ ଏହାର ଅନୁମୋଦନ ଆଶା କରିଥିଲା। ବୁଧବାର ଅଦାଲତ ପକ୍ଷରୁ କ୍ରିକେଟ୍‌ ଭିତ୍ତିକ ମାମଲାକୁ ଖଲାସ କରି ଦିଆଯାଇଥିଲା। ରାଜ୍ୟସ୍ତରରେ ଥିବା ଆମିକସ୍‌ କ୍ୟୁରି ସଫଳତାର ସହ ମଧ୍ୟସ୍ଥତା କରୁଥିବା ଅଦାଲତ ଅନୁଭବ କରିଥିବା କହିଥ‌ିଲେ। ଏ ‌କ୍ଷେତ୍ରରେ କର୍ଣ୍ଣାଟକର ଉଦାହରଣ ଦେଇଥିଲେ। ବ‌କେୟା ରହିଥିବା ଆଉ କିଛି ପ୍ରସଙ୍ଗ ଜାନୁଆରି ତୃତୀୟ ସପ୍ତାହ ପାଇଁ ତାଲିକାଭୁକ୍ତ ହୋଇଥିବା ସୂଚନା ଦିଆଯାଇଛି। କେବଳ ବିସିସିଆଇ ସମ୍ବିଧାନ ସଂଶୋଧନକୁ ଛାଡ଼ି ଅନ୍ୟ ସବୁ ପ୍ରସଙ୍ଗକୁ ଉଚ୍ଚତ୍ତମ ନ୍ୟାୟାଳୟ ତୁଟାଇ ଦେଇଛନ୍ତି। ଏଥି ସହିତ ଡିସେମ୍ବର ୨୪ ତାରିଖରେ ବସିବାକୁ ଥିବା ବିସିସିଆଇ ସାଧାରଣ ପରିଷଦ‌‌ ବୈଠକରେ ଗାଙ୍ଗୁଲି ଅଧ୍ୟକ୍ଷତା କରିବା ନିଶ୍ଚିତ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ