ଦେଶ ବିଦେଶ ସ୍ୱାସ୍ଥ୍ୟ

ଜାନୁଆରିରୁ ଓମିକ୍ରନ୍‌ ସଂକ୍ରମଣ ବଢ଼ିବ: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି

ନୂଆଦିଲ୍ଲୀ : ଆସନ୍ତା ଜାନୁଆରି-ଫେବ୍ରୁଆରିରେ ଭାରତରେ ଓମିକ୍ରନ୍‌ ସଂକ୍ରମଣ ବଢ଼ିବ। ଡେଲ୍‌ଟା ସଂକ୍ରମଣ ଯେଉଁ ଗତିରେ ମାଡ଼ୁଥିଲା ଓମିକ୍ରନ୍‌ ତାହାକୁ ଟପିଯିବ। ତେବେ ସଂକ୍ରମଣ ସ୍ବାଭାବିକ ରହିବ ଏବଂ କୌଣସି ଗୁରୁତର ସ୍ଥିତି ଆଣିବ ନାହିଁ ବୋଲି କୁହାଯାଉଛି। କେତେକ ଗାଣିତିକ ମଡେଲ ଅଧ୍ୟୟନ ଦ୍ବାରା ଏହି ଆକଳନ କରାଯାଇଛି। ଓମିକ୍ରନ କୌଣସି ବଡ଼ ବିପର୍ଯ୍ୟୟ ଘଟାଇବା ଆଶଙ୍କ ନଥିବାରୁ ଏଥିପାଇଁ ଭୟ କରିବାର କିଛି ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଇତି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ କହିଛି ଯେ ଓମିକ୍ରନ ଯୋଗୁଁ ସଂକ୍ରମଣ ବିଶ୍ବବ୍ୟାପୀ ବଢ଼ୁଛି ଏବଂ ଏହା ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ମାଡ଼ି ଚାଲିଛି। କିନ୍ତୁ ଓମିକ୍ରନ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରିହେବ ଏବଂ ଏହା ଡେଲ୍‌ଟା ସଂକ୍ରମଣକୁ ଟପିଗଲେ ମଧ୍ୟ ଭୟାନକ ସ୍ଥିତି ସୃଷ୍ଟି କରିବ ନାହିଁ ବୋଲି କୁହାଯାଇଛି। ଡେଲ୍‌ଟା ଯୋଗୁଁ ବିଶ୍ବବ୍ୟାପୀ ଦ୍ବିତୀୟ ଲହର ଆରମ୍ଭ ହୋଇଥିଲା ଏବଂ ଏହା ଅନେକ ଲୋକଙ୍କ ଜୀବନ ନେଇଛି। ଡେଲ୍‌ଟା ଏବେ ବି ଭାରତ ଏବଂ ବିଶ୍ବର ଅନ୍ୟ ରାଷ୍ଟ୍ରମାନଙ୍କରେ ଏକ ପ୍ରଭାବଶାଳୀ ପ୍ରଜାତି ଭାବେ ରହିଛି। ଭାରତରେ ଏବେ ସ୍ବାସ୍ଥ୍ୟ ଅଧିକାରୀମାନେ ଆକଳନ କରୁଛନ୍ତି ଯେ,ଆଗାମୀ କିଛି ମାସ ମଧ୍ୟରେ ଡେଲ୍‌ଟା‌କୁ ଓମିକ୍ରନ ଟପିଯିବା ସମ୍ଭାବନା ଥିବାରୁ କଟକଣା କଡ଼ାକଡ଼ି କରାଯିବା ଆବଶ୍ୟକ। ରାଜ୍ୟମାନେ ମଧ୍ୟ ଏ ଦିଗରେ ଅଧିକ ସତର୍କତା ଅବଲମ୍ବନ କରିବାପାଇଁ କେନ୍ଦ୍ର ସରକାର କହିଛନ୍ତି ଏବଂ କେତେକ ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ବିଭିନ୍ନ ରାଜ୍ୟ ନୂଆ କଟକଣା ଲାଗୁ କରିବା ଆରମ୍ଭ କରିଛନ୍ତି।

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ପୁଣି ୪ଟି ନୂଆ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିବା ବେଳେ ତେଲେଙ୍ଗାନାରେ ୩ଟି ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ମୋଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଆଜି ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗରେ ମଧ୍ୟ ପ୍ରଥମ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ନିକଟରେ ଆବୁ ଧାବିରୁ ଫେରିଥିବା ଜଣେ ୭ ବର୍ଷୀୟ ବାଳକ ପଶ୍ଚିମବଙ୍ଗରେ ଓମିକ୍ରନ୍‌ ଆକ୍ରାନ୍ତ ହୋଇଛି। ମୁର୍ସିଦାବାଦର ଏହି ଶିଶୁଟି ଗତ ୧୦ ତାରିଖରେ ହାଇଦ୍ରାବାଦ ବିମାନବନ୍ଦରରେ ପହଞ୍ଚିଥିଲା। ମୁର୍ସିଦାବାଦ ଜିଲ୍ଲାର ଏକ ସ୍ଥାନୀୟ ହସ୍ପିଟାଲ୍‌ରେ ଉକ୍ତ ଶିଶୁଟି ଚିକିତ୍ସାଧୀନ ଅଛି। ଦେଶରେ ଗତ ୨୪ ଘଣ୍ଟାରେ ୬,୯୮୪ ନୁଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ୮୭,୫୬୨। ଅନ୍ୟପକ୍ଷେ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୭,୧୦,୬୨୮ ରହିଛି। ଗତ ୨୪ ଘଣ୍ଟାରେ ୨୪୭ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୭୬,୧୩୫କୁ ବୃଦ୍ଧି ପାଇଛି। ଲଗାତାର ୪୮ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୧୫ ହଜାର ତଳେ ରହିଛି। ଅନ୍ୟପକ୍ଷେ ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୨୫ ପ୍ରତିଶତ ଏବଂ ଆରୋଗ୍ୟ ହାର ୯୮.୩୮ ପ୍ରତିଶତ। ମୋଟ୍‌ ୩,୪୧,୪୬,୯୩୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁ ହାର ୧.୩୭ ପ୍ରତିଶତ ଥିବା ବେଳେ ଦେଶରେ ଟିକାକରଣ ୧୩୪.୬୧ କୋଟି ଟପିଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ