ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ: ରାଜନୀତିରେ ସେ ଥିଲେ ଚାଣକ୍ୟ

ଭୁବନେଶ୍ବର: ଜାନକୀ ବଲ୍ଲଭ ପଟ୍ଟନାୟକ ଜଣେ ବିଚକ୍ଷଣ ରାଜନେତା, ସୁସାହିତ୍ୟିକ, ସଂସ୍କୃତ ପଣ୍ଡିତ ଥିଲେ। ସହନଶୀଳତା, ଆତ୍ମବିଶ୍ବାସ ଓ କର୍ତ୍ତବ୍ୟନିଷ୍ଠା ଭଳି ଗୁଣ ତାଙ୍କ ପାଖରେ ଭରପୂର ରହିଥିଲା। ତାଙ୍କ ଶାସନ କାଳରେ ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗରିବ କଲ୍ୟାଣ ଯୋଜନା, ଜଳସେଚନ, କୃଷକଙ୍କୁ ଋଣ, କୃଷି ଯନ୍ତ୍ରପାତି, ବିଦ୍ୟୁତ୍‌ ଉତ୍ପାଦନ, ଶକ୍ତି କ୍ଷେତ୍ରରେ ସଂସ୍କାର ଓ ସମବାୟ କ୍ଷେତ୍ର ଅଧିକ ଶକ୍ତିଶାଳୀ ହୋଇପାରିଥିଲା। ମହିଳାଙ୍କ ବିକାଶ ପାଇଁ ସେ ନିରନ୍ତର ଉଦ୍ୟମ କରିଥିଲେ। ରାଜନୀତିରେ ସେ ଜଣେ ଚାଣକ୍ୟ ଥିଲେ ବୋଲି କଂଗ୍ରେସ ଭବନରେ ଆୟୋଜିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୬ତମ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ କହିଛନ୍ତି।

କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ବର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ସ୍ମୃତିଚାରଣ କରାଯାଇଥିଲା। ଏଥିରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ପିସିସି ଉପ-ସଭାପତି ଶିବାନନ୍ଦ ରାୟ, ଗାନ୍ଧୀବାଦୀ ନେତା ଜୟନ୍ତ ଦାସ, ମନୋରଂଜନ ଦାଶ, ରଜନୀ ମହାନ୍ତି, ମାନସ ଆଚାର୍ଯ୍ୟ, ପଦ୍ମାକର ଗୁରୁ, ଜ୍ଞାନଦେବ ବେଉରା, ପ୍ରକାଶ ଜେନା, ରସିକ ପଟ୍ଟନାୟକ, ଆଲୋକ ମହାନ୍ତି, ତରୁଣକାନ୍ତି ମିଶ୍ର, ମନୋଜ ବିଶ୍ବାଳ, ସୁଭଦ୍ରା ମିଶ୍ର, ପ୍ରଫୁଲ୍ଲ ପାଢ଼ୀ, ସତ୍ୟ ନାୟକ, ସଂଜୟ ମିଶ୍ର, ମନୋଜ ସାହୁ, ଉମେଶ ଦାସ, କୁଳମଣି ସାହୁ ଓ ଅନ୍ୟମାନେ ସାମିଲ ଥିଲେ। ରଶ୍ମିରେଖା ସାହୁ ଭଜନ ପରିବେଷଣ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।