ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାତୀୟ ରାଜପଥ କଡ଼ରେ ପଇଡ଼ ଭାଡ଼ି, ପର୍ଯ୍ୟଟକଙ୍କୁ ଗ୍ରୀଷ୍ମରୁ ତ୍ରାହି ଦେଉଛି

ପିପିଲି : ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ପଇଡ଼ ଭାଡ଼ିମାନଙ୍କରେ ଏବେ ଭିଡ଼ ଲାଗିଛି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀଗାମୀ ପର୍ଯ୍ୟଟକ ଓ ଯାତ୍ରୀମାନେ ବିଭିନ୍ନ ଥଣ୍ତା ପାନୀୟ ବଦଳରେ ପଇଡ଼ ପିଇବାକୁ ଅଧିକ ପସନ୍ଦ କରୁଛନ୍ତି। ପ୍ରଚଣ୍ତ ରୌଦ୍ରତାପବେଳେ ତୃଷ୍ଣା ମେଣ୍ଟାଇବାକୁ ଲୋକମାନେ ରାଜପଥ ପାର୍ଶ୍ବ ପଇଡ଼ ଭାଡ଼ିରେ ଅଟକି ପଇଡ଼ ପିଉଥିବା ଦେଖିବାକୁ ମିଳୁଛି। ପଇଡ଼ ଗୋଟାକୁ ବିକାଳି ୩୫ରୁ ୪୦ ଟଙ୍କା ବିକ୍ରି କରୁଛନ୍ତି।

ସ୍ଥାନୀୟ ଅଂଚଳର ପଇଡ଼ ପାଣି ଖୁବ ମିଠା। ଉଷ୍ମଆର୍ଦ୍ର ଜଳବାୟୁ ଯୋଗୁ ଏହି ଅଂଚଳରେ ନଡ଼ିଆଗଛ ଭଲ ଅମଳ ଓ ସ୍ବାଦିଷ୍ଟ ହୋଇଥାଏ। ପୁରୀ ଆସି ଯଦି ପଇଡ଼ ନପିଇବା ତେବେ କିଛି ଉଣା ରହିଗଲା ଭଳି ଲାଗେ ବୋଲି ପିପିଲିରେ ପଇଡ଼ ପିଉଥିବା ଟିଭି କଳାକାର ସୋନୁ କହିଛନ୍ତି। ଦିନସାରା ଖରାତାତିରେ ରାସ୍ତାପାର୍ଶ୍ବରେ ଠିଆହୋଇ ପଇଡ଼ବିକାଳି ଅଜଶ୍ର ପରିଶ୍ରମ କରୁଥିବାରୁ ପୁରୀଗାମୀ ଯାଜପୁର ଅଂଚଳର ପରମେଶ୍ବର ଦାଶ ପିପିଲିର ପଇଡ଼ ବିକାଳୀଙ୍କୁ ସ୍ବେଛାସେବୀ ଆଖ୍ୟା ଦେବାସହ ପ୍ରଶଂସା କରିଛନ୍ତି।

ରାଜଧାନୀରେ ଦୀର୍ଘ ୧୫ବର୍ଷ ହେବ ପିପିଲି ବରାଗଡ଼ ଅଂଚଳର ପଇଡ଼ ବିକାଳି ଟିକନ ବେହେରା ବୁଲିବୁଲି ପଇଡ଼ ବିକ୍ରି କରୁଥିଲେ। ବିଏମସିର କଟକଣା ପରେ ସେ ଏବେ ପିପିଲି ଭୋଗୁଅବାଙ୍କ ଜାତୀୟ ରାଜପଥ ପାର୍ଶ୍ବରେ ପଇଡ଼ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ସରକାରୀ ଆକଳନ ଅନୁସାରେ ଗତ ଫନି ବାତ୍ୟାରେ ପିପିଲି ଅଂଚଳରେ ୧ଲକ୍ଷ ୩୦ହଜାର ନଡ଼ିଆଗଛ ନଷ୍ଟ ହୋଇଥିଲା। ତେବେ ସରକାର ଯଦି ନଡ଼ିଆଚାଷ ପ୍ରତି ପ୍ରୋତ୍ସାହନ ଦିଅନ୍ତେ ତେବେ ପଇଡ଼ ଦର ହ୍ରାସ ପାଇବା ସହ ନଡ଼ିଆଚାଷୀ ଉପକୃତ ହୁଅନ୍ତେ ବୋଲି ସ୍ଥାନୀୟ ନଡ଼ିଆଚାଷୀ ମତପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।