ଅପରାଧ ରାଜ୍ୟ

ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା: ବାଇକକୁ ପଛରୁ ଧକ୍କା ଦେଲା ଟ୍ରକ୍‌, ଯୁବକଙ୍କ ମୃତ୍ୟୁ ପରେ ଟ୍ରକ୍‌ରେ ନିଆଁ ଲଗାଇ ଦେଲେ ଲେକେ

ଅନୁଗୁଳ: ଅନୁଗୁଳ ଟାଉନ୍‌ ଥାନା ଅନ୍ତର୍ଗତ ଟାଉନ୍‌ ଉଚ୍ଚବିଦ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ୫୫ରେ ସୋମବାର ବିଳମ୍ବିତ ରାତିରେ ପୁଣି ଏକ ଦୁର୍ଘଟଣା ଘଟିଛି। ରାତି ପ୍ରାୟ ୧୧ଟା ୩୦ ସମୟରେ ଏକ ଟ୍ରକ୍ ବାଇକ୍‌କୁ ଧକ୍କା ଦେବାରୁ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ହେଲେ ସହର ଉପକଣ୍ଠ ବଣିଆବାହାଳ ଅଞ୍ଚଳର ତାପସ ନନ୍ଦ (୨୫)। ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିଲେ।

ସୂଚନା ଅନୁଯାୟୀ ତାପସ କୌଣସି କାମରେ ଅନୁଗୁଳ ଆସି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍‌ଟି କଟକ ପଟରୁ ସମ୍ବଲପୁର ଦିଗରେ ଯାଉଥିବା ବେଳେ ତାପସ ମଧ୍ୟ ସମାନ ଦିଗରେ ତାଙ୍କ ଗାଁକୁ ଯାଉଥିଲେ। ଟାଉନ୍‌ ଉଚ୍ଚବିଦ୍ୟାଳୟ ସମ୍ମୁଖରେ ଟ୍ରକ୍‌ଟି ତାଙ୍କୁ ଧକ୍କା ଦେଇଥିଲା। ତାପସ ତଳେ ପଡ଼ିଯିବା ପରେ ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବରପାଇ ତାପସଙ୍କ ଗାଁଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନାପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିଲେ। ଟାଉନ୍‌ ଥାନା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ସହର ମଧ୍ୟ ଦେଇ ଯାଇଥିବା ଏହି ଜାତୀୟ ରାଜପଥରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିବା ଘଟଣାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ରାତିରେ କଟକଣା ହଟିବା ପରେ ଏହି ଦୁର୍ଘଟଣା ଘଟିଛି। ଏପଟେ ରାସ୍ତାର ଶୋଚନୀୟ ଅବସ୍ଥାରେ ସୁଧାର ଆସୁନି, ସେପଟେ ଟ୍ରକ୍‌ ଚାଳକମାନେ ବେପରୁଆ ଗାଡ଼ି ଚଳାଉଥିବା ବେଳେ ଏପରି ଦୁର୍ଘଟଣା ବାରମ୍ବାର ଘଟୁଛି ବୋଲି ଲୋକେ କହିଛନ୍ତି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ରାସ୍ତାରୋକ ଓ ଉତ୍ତେଜନା ଜାରି ରହିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।