ରାଜନୀତି ରାଜ୍ୟ

ଜାତୀୟ ରାଜନୀତିରେ ବିଜେଡି

ଜାତୀୟ ରାଜନୀତିରେ ବିଜେଡିର ରଣନୀତିକୁ ରାଜନୀତି ବିଶେଷଜ୍ଞମାନେ ବୁଝିବାକୁ ସକ୍ଷମ ହୋଇନାହାନ୍ତି। ପ୍ରାଥମିକ ଅବସ୍ଥାରେ ବିଜେଡି ଏନ୍‌ଡିଏରେ ସାମିଲ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ପଦ ପାଇଥିଲା। କିନ୍ତୁ ୨୦୦୪ ପରେ ଆଉ କୌଣସି ସରକାରରେ ସାମିଲ ହୋଇ ନାହିଁ ବିଜେଡି। ଏପରିକି ଏନ୍‌ଡିଏରୁ ବାହାରି ଆସିଛି ଦଳ। ୨୦୦୪ ପରେ ୟୁପିଏ ଦୁଇ ଥର ଶାସନ କରିଥିଲା ବେଳେ ଏନ୍‌ଡିଏର ଦ୍ବିତୀୟ ପାଳି ଚାଲିଛି। କିନ୍ତୁ ଉଭୟ ୟୁପିଏ ଓ ଏନ୍‌ଡିଏ ଠାରୁ ସମଦୂରତା ଅବଲମ୍ବନ କରିଛି ବିଜେଡି। ଏନ୍‌ଡିଏ ପ୍ରତି ଦଳର ମନୋଭାବ ଅପେକ୍ଷାକୃତ ସକରାତ୍ମକ ଥିବା କୁହାଯାଉଥିଲେ ବି ଏନ୍‌ଡିଏରେ ବିଜେଡି ସାମିଲ ହୋଇ ନାହିଁ। କିନ୍ତୁ ଉଭୟ କଂଗ୍ରେସ ଓ ବିଜେପିର ସର୍ବୋଚ୍ଚ ନେତାଙ୍କ ସହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସୁସମ୍ପର୍କ ସବୁବେଳେ ରାଜ୍ୟ ତଥା ଜାତୀୟ ରାଜନୀତିରେ ଚର୍ଚ୍ଚାରେ ରହିଛି।

ନବୀନ ନିବାସରେ ବିଭିନ୍ନ ଦଳର ନେତୃବୃନ୍ଦଙ୍କ ସହ ମଧ୍ୟାହ୍ନ ଭୋଜନରେ ନବୀନ
ସଂସଦରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଲ୍‌କୁ ପାରିତ କରାଇବାରେ ବିଜେଡି ସବୁବେଳେ ଏନ୍‌ଡିଏ ସରକାରକୁ ସହଯୋଗର ହାତ ବଢ଼ାଇଛି। ଏଥି ପାଇଁ ଦଳ ସମାଲୋଚନାର ଶୀକାର ବି ହୋଇଛି। ଲଗାତର ଭାବେ ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ଦଳ ସମର୍ଥନ କରିଆସୁଛି। କିନ୍ତୁ କିଛି ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସମାଲୋ‌ଚକଙ୍କୁ ଦ୍ବନ୍ଦ୍ବରେ ପକାଇ ଦେଇଛନ୍ତି ବିଜେଡି ସଭାପତି। ‌ତେବେ ବିଭିନ୍ନ ପ୍ରସଙ୍ଗରେ ଦଳର ରଣନୀତି ବିଜେଡିକୁ ଜାତୀୟ ରାଜନୀତିରେ ଚର୍ଚ୍ଚାରେ ରଖିବାକୁ ସକ୍ଷମ ହୋଇଛି। ‌କେନ୍ଦ୍ରରେ ଉଭୟ ଶାସକ ଓ ବିରୋଧୀ ଦଳ ସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ‌ରେ ବିଜେଡିର ଆଭିମୁଖ୍ୟ ଉପରେ ନଜର ରଖୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର