ଖେଳ ଦେଶ ବିଦେଶ

ଜାତୀୟ ମହିଳା ହକି ଦଳରୁ ଲିଲିମା ମିଞ୍ଜଙ୍କ ଅବସର ଘୋଷଣା: କହିଲେ- ଓଡ଼ିଶା ହକିର ଉନ୍ନତି ପାଇଁ ଜାରି ରଖିବେ କାମ

ଭୁବନେଶ୍ବର: ଓଡିଆ ଖେଳାଳି ଲିଲିମା ମିଞ୍ଜ ଜାତୀୟ ମହିଳା ହକି ଦଳରୁ ଅବସର ଘୋଷଣା କରିଛନ୍ତି। ଟୁଇଟ୍ କରି ଲିଲିମା ଅବସର ବାବଦରେ ସୂଚନା ଦେଇଛନ୍ତି । ଟୁଇଟରେ ସେ ଲେଖିଛନ୍ତି ଗତ ଦଶନ୍ଧି ତାଙ୍କ ପାଇଁ ସ୍ୱତନ୍ତ୍ର । ଏହି ସମୟରେ ଭାରତୀୟ ଦଳରେ ସାମିଲ ହୋଇ ଦେଶର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିଲା ।

ଯେଉଁ ସମୟରେ ମହିଳା ହକି ଦଳ ନୂଆ ଅଧ୍ୟାୟ ଆରମ୍ଭ କରିଥିଲା,ସେହି ସମୟରେ ଦଳର ସାମିଲ ହୋଇଥିବାରୁ ଗୌରବାନ୍ୱିତ ଅନୁଭବ କରୁଥିବା ଟୁଇଟରେ ଲେଖିଛନ୍ତି ଲିଲିମା ମିଞ୍ଜ । ଜାତୀୟ ମହିଳା ଦଳ ଏବେ ପାରିସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ସମୟରେ ଯୁବ ପ୍ରତିଭାବାନ ଖେଳାଳିଙ୍କୁ ସୁଯୋଗ ମିଳିବା ଆବଶ୍ୟକ । ଅବସର ପରେ ଆଗକୁ ଓଡିଶା ହକି ଉନ୍ନତି ପାଇଁ କାମ କରିବେ ବୋଲି ଟୁଇଟରେ ଲେଖିଛନ୍ତି ଲିଲିମା ମିଞ୍ଜ ।

ମହିଳା ହକିରୁ ଅବସର ନେଇ ଲିଲିମାଙ୍କ ଘୋଷଣା ପରେ ହକି ଇଣ୍ଡିଆ ନିଜର ପ୍ରତିକ୍ରିୟା ଦେଇଛି। ହକି ଇଣ୍ଡିଆ ତରଫରୁ କୁହାଯାଇଛି ଯେ, ଲିଲିମା ମିଞ୍ଜଙ୍କ ଅବଦାନକୁ ଭୁଲିହେବ ନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ