ଖେଳ ଦେଶ ବିଦେଶ

ଜାତୀୟ ଭଲିବଲ୍‌ ଉଦ୍‌ଘାଟିତ: ବିଜୟରୁ ଓଡ଼ିଶା ପୁରୁଷ ଓ ମହିଳାଙ୍କ ଅଭିଯାନ

ଭୁବନେଶ୍ବର: ଭାରତୀୟ ଭଲିବଲ୍‌ ମହାସଂଘ (ଭିଏଫ୍‌ଆଇ) ଓ ଓଡ଼ିଶା ଭଲିବଲ୍‌ ସଂଘ (ଓଭିଏ)ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ୍‌ ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ୭୦ତମ ବରିଷ୍ଠ ଜାତୀୟ ଭଲିବଲ (ପୁରୁଷ ଓ ମହିଳା‌) ପ୍ରତିଯୋଗିତା ସୋମବାର ଉଦ୍‌ଘାଟିତ ହୋଇଛି। ପ୍ରଥମ ଦିବସରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ଦଳ ୩-୦ (୨୫-୧୫, ୨୫-୨୨, ୨୫-୧୫) ସେଟ୍‌ରେ ବିହାରକୁ ଏବଂ ମହିଳା ଦଳ ୨-୦ (୨୫-୧୫, ୨୫-୨୨) ସେଟ୍‌ରେ ପଣ୍ଡିଚେରୀ ପରାସ୍ତ କରିଛନ୍ତି। ପୁରୁଷ ବର୍ଗର ମ୍ୟାଚ୍‌ଗୁଡ଼ିକରେ ଦିଲ୍ଲୀ ୩-୦ ସେଟ୍‌ରେ ଲଦାଖକୁ, ତେଲେଙ୍ଗାନା ୩-୦ ସେଟ୍‌ରେ ‌ପଶ୍ଚିମବଙ୍ଗକୁ, ଉତ୍ତରାଞ୍ଚଳ ୩-୦ ସେଟ୍‌ରେ ଛତିଶଗଡ଼କୁ, ପଣ୍ଡିଚେରୀ ୩-୦ ସେଟ୍‌ରେ ହିମାଚଳପ୍ରଦେଶକୁ ଏବଂ ମଧ୍ୟପ୍ରଦେଶ ୩-୨ରେ ଜମ୍ମୁ କାଶ୍ମୀରକୁ ପରାସ୍ତ କରିଛି। ମହିଳା ବିଭାଗରେ ହରିୟାଣା ୨-୦ ସେଟ୍‌ରେ ଉତ୍ତରାଞ୍ଚଳକୁ, ତାମିଲନାଡ଼ୁ ୨-୧ ସେଟ୍‌ରେ ଉତ୍ତରପ୍ରଦେଶକୁ ହରାଇଥିଲେ।

ଉଦ୍‌ଘାଟନୀ ଉତ୍ସବରେ ଅତିଥିଭାବେ କ୍ରୀଡ଼ା ସଚିବ ଭୀନିଲ କ୍ରିଷ୍ଣା, ଆୟୋଜନ ସମିତି ସଭାପତି ଓ କିଟ୍‌ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, ଭିଏଫ୍‌ଆଇ ସଚିବ ଅନିଲ ଚୌଧୁରୀ, ଉପସଭାପତି ଆନନ୍ଦ ରାଜହନ୍ସ ଏବଂ ଆୟୋଜକ ସମିତି ସମ୍ପାଦକ, ଭିଏଫ୍‌ଆଇ ଯୁଗ୍ମ ସମ୍ପାଦକ, ଓଭିଏର ସମ୍ପାଦକ ଓ କିଟ୍‌ ବିଶ୍ବବିଦ୍ୟାଳୟ କ୍ରୀଡ଼ା ନିର୍ଦେଶକ ଗଗ‌ନେନ୍ଦୁ ଦାଶ ଯୋଗ ଦେଇଥିଲେ। ଭିଏଫ୍‌ଆଇ ସଭାପତି ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳି, ପ୍ରଶିକ୍ଷକ, ପ୍ରବନ୍ଧକ ଓ ବୈଷୟିକ ଅଧିକାରୀମାନଙ୍କୁ ଶୁଭେଚ୍ଛା ଓ ସଫଳତା ଲାଗି ଶୁଭକାମନା ଜଣାଇଛନ୍ତି।

ଭାରତୀୟ ଭଲିବଲ୍‌ ଇତିହାସରେ କିଟ୍‌ ଲଗାତାର ତୃତୀୟ ଥର ପାଇଁ ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାରେ ହ୍ୟାଟ୍ରିକ୍‌ ଅର୍ଜନ କରିଛି। ଏହାର ପୂର୍ବ ଦୁଇ ସଂସ୍କରଣ (୬୮ ଓ ୬୯ତମ)କୁ କିଟ୍‌ ସଫଳତାର ସହ ଆୟୋଜନ କରିଥିଲା। ଅନ୍ୟପକ୍ଷରେ ଗୋଟିଏ ରାଜ୍ୟ ଭାବେ ଓଡ଼ିଶା ଏହି ୩ ସହ ୩୬ତମ କନିଷ୍ଠ (ବାଳକ ଓ ବାଳିକା) ଜାତୀୟ, ୨୦୧୯ରେ ୪୧ତମ ଉପକନିଷ୍ଠ (ବାଳକ ଓ ବାଳିକା) ୫ ଜାତୀୟ ଭଲିବଲ୍‌ ପ୍ରତିଯୋଗିତା ଆୟୋଜନ କରିବାର ଗୌରବ ଅର୍ଜନ କରିଛି। ସଂଯୋଗବଶତଃ ଓଡ଼ିଶାକୁ ମିଳିଥିବା ସମସ୍ତ ୫ ଜାତୀୟ ପ୍ରତିଯୋଗିତା କିଟ୍‌ ହିଁ ଆୟୋଜନ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ