ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାତୀୟ ଜନଜାତି କମିସନଙ୍କ ଉଦ୍‌ବେଗ: ଏସ୍‌ସି ଓ ଏସ୍‌ଟି ଗୋଟିଏ ବିଭାଗ ନେଇ ଆପତ୍ତି ଉଠାଇଲେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଓଡ଼ିଶା ଜନସଂଖ୍ୟାର ୨୩ ପ୍ରତିଶତ ହେଉଛନ୍ତି ଜନଜାତି। ହେଲେ ରାଜ୍ୟରେ ଅନୁସୂଚତି ଜାତି ଓ ଜନଜାତି(ଏସ୍‌ସିଏସ୍‌ଟି)ଙ୍କ ପାଇଁ ଗୋଟିଏ ବିଭାଗ ରହିଛି। ଜନଜାତିଙ୍କ ସମସ୍ୟା ଅଲଗା ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ ଓଡ଼ିଶାରେ ସ୍ବତନ୍ତ୍ର ବିଭାଗ ନ ହେବା ଉଦ୍‌ବେଗର ବିଷୟ ବୋଲି କହିଛନ୍ତି ଜାତୀୟ ଜନଜାତି କମିସନର ଅଧ୍ୟକ୍ଷ ହର୍ଷ ଚୌହାନ।

ଆଜି ହୋଟେଲ ଟ୍ରାଇଡେଣ୍ଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌହାନ କହିଲେ, କମିସନଙ୍କ ଏକ ପ୍ରତିନିଧି ଦଳ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରିବା ସହ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ହୋଇଛି। ଜନଜାତି ଅଞ୍ଚଳରେ ଅଧିକ ମାତ୍ରାରେ ମାଇନିଂ ବା ଖଣି ଖୋଳାଯାଉଛି। ତେଣୁ ସେସବୁ ଅଞ୍ଚଳର ଲୋକଙ୍କ ପାଇଁ ଯେଉଁସବୁ ଯୋଜନା ରହିଛି ତାହା ସମାଜର ଶେଷ ଧାଡ଼ିରେ ଥିବା ଲୋକ ନିକଟରେ ପହଞ୍ଚିବା ଦରକାର। ମାତ୍ର ଓଡ଼ିଶାରେ ଏହାର ଅଲଗା ବିଭାଗ ନ ଥିବାରୁ ଏ ସଂପର୍କିତ ତଥ୍ୟ ମିଳୁନାହିଁ। ତେଣୁ କିଭଳି ଅଲଗା ଅଲଗା ବିଭାଗ ହେବ ତାହା ଉପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ସଂପର୍କରେ ଅଧିକାଂଶ ଜନଜାତିର ଲୋକ ଜାଣି ନାହାନ୍ତି। ଏପରିକି ଅଧିକାରୀମାନେ ମଧ୍ୟ ଏହା ସଂପର୍କରେ ଅଜ୍ଞ। ତେଣୁ ଡିଏମ୍‌ଏଫ୍‌ର ଅର୍ଥ କେଉଁ କେଉଁ କ୍ଷେତ୍ରରେ ବିନିଯୋଗ ହୋଇଛି ତାହା ସଂପର୍କରେ ସଂପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କୁ କୁହାଯାଇଛି।

ନିକଟରେ ଜନଜାତି ଉପଦେଷ୍ଟା ପରିଷଦ(ଟଏସି) ରାଜ୍ୟ ସରକାର ଗଠନ କରିଛନ୍ତି। ମାତ୍ର ଏହା ନିୟମିତ ବ୍ୟବଧାନରେ ବୈଠକ କରିବା ଜରୁରୀ। ଯେଉଁମାନେ ଏଥିରେ ସଦସ୍ୟ ରହିଛନ୍ତି ସେମାନେ ମଧ୍ୟ ନିଜ ଆଡ଼ୁ ବୈଠକ ଡାକି ସମୀକ୍ଷା କରିବାର ଆବଶ୍ୟକତା ରହିଛି। ଏହାସହ ରାଜ୍ୟ ସରକାର ଯଥାଶୀଘ୍ର ‘ପେସା’ କାର୍ଯ୍ୟକାରୀ କରିବା ଲାଗି କମିସନ ଗୁରୁତ୍ବ ଦେଇଛନ୍ତି। କେବଳ ଝାଡ଼ଖଣ୍ଡ ଓ ଓଡ଼ିଶାକୁ ବାଦ୍ ଦେଲେ ଅନ୍ୟ ରାଜ୍ୟମାନେ ଏହାକୁ କାର୍ଯ୍ୟକାରୀ କରିଛନ୍ତି। ଓଡ଼ିଶାରେ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପଦପଦବି ବିଶେଷକରି ଶିକ୍ଷା କ୍ଷେତ୍ରରେ ବହୁ ସଂଖ୍ୟାରେ ଖାଲି ପଡ଼ିଛି। ଯଦିଓ ଏହି ଧାରା ଦେଶବ୍ୟାପୀ ରହିଛି, ତଥାପି ଓଡ଼ିଶାରେ ଏହା ଯଥେଷ୍ଟ ଅଧିକ। ତେଣୁ କେଉଁ କାରଣ ପାଇଁ ଏସବୁ ପଦବି ଖାଲି ରହିଛି ତାହା ଉପରେ ରାଜ୍ୟ ସରକାର ପଦକ୍ଷେପ ନେବା ଜରୁରୀ। ଏହାସହ କମିସନଙ୍କ ପକ୍ଷରୁ ମଧ୍ୟ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯିବ। କମିସନ ଯେଉଁ ଯେଉଁ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି, ୧ମାସ ଭିତରେ ରାଜ୍ୟ ସରକାର ତାହାକୁ ପ୍ରଦାନ କରିବା ପରେ ବିସ୍ତୃତ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ‌ଚୌହ୍ବାନ କହିଛନ୍ତି।

ସେହିପରି କମିସନର ସଦସ୍ୟ ଅନନ୍ତ ନାୟକ କହିଛନ୍ତି, ରାଜ୍ୟ ସରକାରଙ୍କ ସହିତ ହୋଇଥିବା ସମୀକ୍ଷା ବୈଠକରେ ରାଜ୍ୟ ଜନଜାତି ସଂଖ୍ୟା ଦୃଷ୍ଟିରୁ ବଜେଟ୍‌ରେ ହୋଇଥିବା ବ୍ୟୟବରାଦ, ଖର୍ଚ୍ଚ, ଶିକ୍ଷା, ସ୍ବାସ୍ଥ୍ୟ, ଥଇଥାନ ଆଦି ବିଷୟରେ ଆଲୋଚନା ହୋଇଛି। ଯେହେତୁ ରାଜ୍ୟରେ ଅଧିକାଂଶ ବିସ୍ଥାପନ ଆଦିବାସୀ ଅଞ୍ଚଳରେ ହେଉଛି, ତେଣୁ ତାହା ଉପରେ ଗୁରୁତ୍ବ ଦିଆଯାଇଥିବା ଶ୍ରୀ ନାୟକ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।