ମନୋରଞ୍ଜନ

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଅଭିନେତା ସଞ୍ଚାରୀ ବିଜୟଙ୍କ ସଡ଼କ ଦୁର୍ଘଟଣା, ଅବସ୍ଥା ଗୁରୁତର

ନୂଆଦିଲ୍ଲୀ ୧୪/୦୬: ଜାତୀୟ ପୁରସ୍କାର ବିଜେତା ତଥା କନ୍ନଡ ଅଭିନେତା ସଞ୍ଚାରୀ ବିଜୟଙ୍କ ସଡ଼କ ଦୁର୍ଘଟଣା ହୋଇଛି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଅଭିନେତାଙ୍କ ଭାଇ ସିଦ୍ଧେଶ କୁମାର ଏହାର ସୂଚନା ଦେଇଛନ୍ତି । ଶନିବାର ଅଭିନେତାଙ୍କ ମୋଟରସାଇକେଲ ଖସିଯିବା ପରେ ଏହି ଦୁର୍ଘଟଣା ଘଟିଛି।

ଅଭିନେତାଙ୍କ ଭାଇ ଦୁଃଖ ପ୍ରକାଶ କରି କହିଛନ୍ତି ଯେ “ଦୁର୍ଘଟଣା ପରେ ସେ କୋମାରେ ଅଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି, ଯାହା ଦ୍ୱାରା ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଛି। ଡାକ୍ତରମାନେ କହିଛନ୍ତି ଯେ ତାଙ୍କ ପାଇଁ ଆସନ୍ତା ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”

ସଞ୍ଚାରୀ ବିଜୟ ୨୦୧୫ ମସିହାରେ ନାନୁ ଆଭାନାଲା ଆଭାଲୁ ଫିଲ୍ମରୁ ନିଜର ପରିଚୟ ସୃଷ୍ଟି କରିଥିଲେ । ଏହି ଫିଲ୍ମ ପାଇଁ ଅଭିନେତାଙ୍କୁ ଜାତୀୟ ପୁରଷ୍କାରରେ ସମ୍ମାନୀତ କରାଯାଇଥିଲା । ତାଙ୍କୁ ଶେଷ ଥର ପାଇଁ ଫିଲ୍ମ ଆକ୍ଟ ୧୯୭୮ ରେ ଦେଖିବାକୁ ମିଳିଥିଲା ​​।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ