ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଝୁମ୍ପୁରା : ଜାତୀୟ ଜୁନିଅର ମହିଳା ଖୋଖୋ ଖେଳାଳି ମନିକା ନାଏକ(୧୭) ଆଜି ନିଜଘରେ ଆତ୍ମହତ୍ୟା କରିଛନ୍ତି।
ବାରିଆ ଥାନା ନୟାଧନୁର୍ଜୟପୁର ଗ୍ରାମରେ ମନିକାଙ୍କ ଘର। ସେ ଯୁକ୍ତଦୁଇ ଶ୍ରେଣୀରେ ଉଖୁଣ୍ଡା କଲେଜରେ ପଢ଼ୁଥିବା ବେଳେ ଜାତୀୟ ଜୁନିଅର ମହିଳା ଖୋଖୋ ଦଳରେ ସାମିଲ୍ ହୋଇଥିଲେ। ବିଭିନ୍ନ ରାଜ୍ୟରେ ସେ ନିଜର ଖେଳ ପ୍ରତିଭା ଦେଖାଇବା ସହିତ ଦଳଗତ ଓ ବ୍ୟକ୍ତିଗତ ଭାବେ ବହୁ ପୁରସ୍କାରର ଅଧିକାରିଣୀ ହୋଇଥିଲେ। ନିକଟରେ ଖେଲୋ ଇଣ୍ଡିଆ ମହିଳା ଜାତୀୟ ଖୋଖୋ ଲିଗ୍ ପକ୍ଷରୁ ଝାଡ଼ଖଣ୍ତ ରାଜ୍ୟର ଆଲବର୍ଟ ଏକ୍କା ଷ୍ଟାଡିୟମରେ ଅନୁଷ୍ଠିତ ଖୋଖୋ ପ୍ରତିଯୋଗିତାରେ ଓଡ଼ିଶାକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
କୌଣସି କାରଣରୁ ମନିକା ଆଜି ମଧ୍ୟାହ୍ନରେ ନିଜଘରେ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ। ପରିବାରର ଲୋକ ତାଙ୍କୁ ତୁରନ୍ତ ଝୁମ୍ପୁରା ଡାକ୍ତରଖାନା ଆଣିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏହା ଘରୋଇ କଳହ କୁହାଯାଉଥିଲେ ହେଁ, କାରଣ ଅସ୍ପଷ୍ଟ ରହିଛି।
ପରିବାର ପକ୍ଷରୁ ବାରିଆ ଥାନାରେ ରିପୋର୍ଟ କରାଯାଇଛି। ବାରିଆ ଥାନାଧିକାରିଣୀ ବନ୍ଦନା ପାତ୍ର ଘଟଣାର ତଦନ୍ତ କରୁଛନ୍ତି। ସଂଧ୍ୟା ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ। ଆସନ୍ତାକାଲି ପୁଲିସ ପଞ୍ଚନାମା କରିବା ପରେ ଚମ୍ପୁଆ କିମ୍ବା କେନ୍ଦୁଝର ଡାକ୍ତରଖାନାରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l