ଖେଳ

ଜାତୀୟ କ୍ରୀଡ଼ା ଦିବସରେ ଥ୍ରୋବ୍ୟାକ୍ ଫଟୋ ସେୟାର କଲେ ବିଗ୍ ବି, ପରିବାର ସହ ଫୁଟବଲ୍ ଖେଳୁଥିବା ଆସିଲେ ନଜର

ନୂଆଦିଲ୍ଲୀ ୩୦/୦୮ : ବଲିଉଡର ସମ୍ରାଟ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ସେ ବେଳେବେଳେ ନିଜର ପୁରୁଣା ଫଟୋ ଏବଂ ପୋଷ୍ଟ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ବିଗ୍‌ ବି ଏକ ଫଟୋ ସେୟାର କରିଛନ୍ତି ଏବଂ ଜାତୀୟ କ୍ରୀଡା ଦିବସକୁ ସ୍ୱତନ୍ତ୍ର କରିଛନ୍ତି। ଅଗଷ୍ଟ ୨୯ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ, ଏହି ଦିନକୁ ସମଗ୍ର ଦେଶ ଜାତୀୟ କ୍ରୀଡ଼ା ଦିବସ ଭାବରେ ପାଳନ କରିଥାଏ । ଏହି ଅବସରରେ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପୁଅ ଅଭିଷେକ ବଚ୍ଚନ ଏବଂ ଝିଅ ଶ୍ୱେତା ବଚ୍ଚନ ନନ୍ଦାଙ୍କ ସହ ବଲରେ ଖେଳୁଥିବା ନଜର ଆସିଛନ୍ତି।

ଅମିତାଭ ବଚ୍ଚନଙ୍କ ଏହି ଫଟୋରେ ତାଙ୍କ ପତ୍ନୀ ଜୟା ବଚ୍ଚନ ମଧ୍ୟ ନଜର ଆସିଛନ୍ତି। ଏହି ଫଟୋ ସେୟାର କରି ଅମିତାଭ ଏହା କେବେ ଏବଂ କେଉଁଠାରେ କରାଯାଇଛି ତାହା କହି ନାହାଁନ୍ତି। କିନ୍ତୁ ପ୍ରଶଂସକ ତାଙ୍କ ଏହି ଫଟୋକୁ ବହୁତ ପସନ୍ଦ କରୁଛନ୍ତି । ଅମିତାଭ କ୍ୟାପସନରେ ଲେଖିଛନ୍ତି: ‘ନେସନାଲ୍ ସ୍ପୋର୍ଟସ୍ ଡେ।’ ଅଭିଷେକ ବଚ୍ଚନ ମଧ୍ୟ ଏହି ବିଶେଷ ଅବସରରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଫୁଟବଲ ଖେଳୁଥିବାର ନଜର ଆସିଛନ୍ତି।

ଅମିତାଭ ଏବଂ ଜୟା ଜୁନ୍ ୧୯୭୩ ରେ ବିବାହ କରିଥିଲେ। ଉଭୟ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି । ସେଥିମଧ୍ୟରୁ ଜଞ୍ଜୀର, ଶୋଲେ, ଅଭିମାନ, ମିଲି, ଚୁପକେ ଚୁପକେ ଏବଂ ସିଲସିଲା ଫିଲ୍ମ ପ୍ରମୁଖ।

ଜୟା ବଚ୍ଚନ ଅଭିଷେକ ଏବଂ ଶ୍ୱେତାଙ୍କ ଜନ୍ମ ପରେ ଫିଲ୍ମରୁ ନିଜକୁ ଦୂରେଇ ରଖିଥିଲେ। ସେ ଏବେ ଫିଲ୍ମରେ ବହୁତ କମ୍ ଦେଖାଯାଉଛନ୍ତି । କିଛି ବର୍ଷ ପୂର୍ବରୁ ଅମିତାଭ ଏବଂ ଜୟା ଫିଲ୍ମ ‘କଭି ଖୁସି କଭି ଗମ’ରେ ଏକାଠି କାମ କରିଥିଲେ । ୱାର୍କଫ୍ରଣ୍ଟରେ ଅମିତାଭଙ୍କ ଫିଲ୍ମ ‘ଚେହରେ’ ନିକଟରେ ରିଲିଜ୍ ହୋଇଛି। ସେ ଆଜିକାଲି ଫିଲ୍ମ ‘ଗୁଡ୍‌ବାଏ’ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ସେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ ନଜର ଆସିବେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ