ଖେଳ ଦେଶ ବିଦେଶ ରାଜ୍ୟ

ଜାତୀୟ ଉପକନିଷ୍ଠ ଅସିଚାଳନା ଉଦ୍‌ଘାଟିତ

କଟକ: ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ୨୨ତମ ଜାତୀୟ ଉପକନିଷ୍ଠ ଅସିଚାଳନା ପ୍ରତିଯୋଗିତା ବୁଧବାର ଉଦ୍‌ଘାଟିତ ହୋଇଛି। କଟକ କମିସନରେଟ ଡିସିପି ପ୍ରତୀକ ସି˚ହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଦୌଡ଼କୁଦ ସ˚ଘର ସମ୍ପାଦକ ଆଶୀର୍ବାଦ ବେହେରା, ଭାରତୀୟ ଅସିଚାଳନା ମହାସ˚ଘ ସମ୍ପାଦକ ବସିର ଅହମ୍ମଦ, ଓଡ଼ିଶା ରାଜ୍ୟ ଅସିଚାଳନା ସ˚ଘ ସମ୍ପାଦକ ଦେବେନ୍ଦ୍ର ସାହୁ, ଉପସଭାପତି ହରି ପଟ୍ଟନାୟକ, ୟୁନିଅନ କ୍ଲବ୍‌ ସମ୍ପାଦକ ରଶ୍ମିର˚ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। କଟକ ଅସିଚାଳନା ସ˚ଘ ସଭାପତି ରମେଶ ମଲ୍ଲିକ କାର୍ଯ୍ୟକ୍ରମ ସ˚ଯୋଜନା କରିଥିଲେ। ପ୍ରତିଯୋଗିତାରେ ୨୨ ରାଜ୍ୟରୁ ପାଖାପାଖି ୪୫୦ ପ୍ରତିଯୋଗୀ ଅ˚ଶ ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ବାଳିକା ସବର ରାଉଣ୍ତରେ ତେଲେଙ୍ଗାନାର ଜି ଶ୍ରୀଜା ୧୫-୧୦ରେ ଦିଲ୍ଲୀର ପ୍ରକୃତି ଶର୍ମାଙ୍କୁ ହରାଇ ବିଜେତା ହୋଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ