ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜାତିସଂଘର ପ୍ରସ୍ତାବ ଉପରେ ଭୋଟ୍‌ରୁ ଦୂରେଇ ରହିଲା ଭାରତ: ଇସ୍ଲାମୋଫୋବିଆ ପ୍ରସଙ୍ଗ

ଜାତିସଂଘ: ପାକିସ୍ତାନ ଦ୍ୱାରା ଆଗତ ଏବଂ ଚୀନ୍ ଦ୍ବାରା ସମର୍ଥିତ ଇସଲାମୋଫୋବିଆ(ଇସ୍‌ଲାମ ପ୍ରତି ଭୟ) ଉପରେ ଏକ ଚିଠା ପ୍ରସ୍ତାବ ଉପରେ ଜାତିସଂଘ ସାଧାରଣ ପରିଷଦରେ ଭୋଟ୍ ଦେବାରୁ ବିରତ ରହିଛି ଭାରତ। ଭାରତ କହିଛି ଯେ କେବଳ ଗୋଟିଏ ଧର୍ମ ପରିବର୍ତ୍ତେ ହିନ୍ଦୁ, ବୌଦ୍ଧ, ଶିଖ୍ ଧର୍ମ ଏବଂ ହିଂସା ଓ ଭେଦଭାବର ସମ୍ମୁଖୀନ ହେଉଥିବା ଅନ୍ୟ ଧର୍ମ ବିରୋଧରେ ‘ଧାର୍ମିକଭୟ’ର ପ୍ରସାରକୁ ମଧ୍ୟ ସ୍ୱୀକାର କରାଯିବା ଉଚିତ। ୧୯୩ ସଦସ୍ୟ ବିଶିଷ୍ଟ ଜେନେରାଲ ଆସେମ୍ଲିରେ ଶୁକ୍ରବାର ପାକିସ୍ତାନ ଦ୍ୱାରା ଆଗତ ପ୍ରସ୍ତାବ ‘ଇସ୍ଲାମୋଫୋବିଆ ମୁକାବିଲା ପାଇଁ ଉପାୟ’ ଗୃହୀତ ହୋଇଛି, ଯେଉଁଥିରେ ୧୧୫ଟି ଦେଶ ସପକ୍ଷରେ ମତ ଦେଇଥିବା ବେଳେ ଭାରତ, ବ୍ରାଜିଲ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ୟୁକ୍ରେନ ଓ ବ୍ରିଟେନ ସମେତ ୪୪ଟି ଦେଶ ଭୋଟ୍‌ଦାନରୁ ବିରତ ରହିଥିଲେ। ବିରୋଧରେ କେହି ଭୋଟ୍ ଦେଇ ନ ଥିଲେ।

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ ଇହୁଦି ବିରୋଧୀ, ଖ୍ରୀଷ୍ଟିଆନୋଫୋବିଆ ଏବଂ ଇସ୍ଲାମୋଫୋବିଆ ଦ୍ୱାରା ପ୍ରେରିତ ସମସ୍ତ କାର୍ଯ୍ୟକୁ ନିନ୍ଦା କରିବା ସହ କହିଥିଲେ ଯେ ଏଭଳି ଫୋବିଆ ଅନେକ ଧର୍ମ ବିରୋଧରେ ରହିଛି। ସେ କହିଥିଲେ, ସ୍ପଷ୍ଟ ପ୍ରମାଣରୁ ଜଣାପଡ଼ୁଛି ଯେ, ଦଶନ୍ଧି ଧରି ଅଣ-ଆବ୍ରାହମିକ ଧର୍ମର ଅନୁଗାମୀମାନେ ମଧ୍ୟ ଧର୍ମଜନିତ ଭୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହାଦ୍ୱାରା ସାମ୍ପ୍ରତିକ ଧାର୍ମିକ ଭୟ, ବିଶେଷକରି ହିନ୍ଦୁ ବିରୋଧୀ, ବୌଦ୍ଧ ବିରୋଧୀ ଏବଂ ଶିଖ୍ ବିରୋଧୀ ଭାବନାର ଆବିର୍ଭାବ ଘଟିଛି ବୋଲି ସେ ସଂକଳ୍ପ ଉପରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ଏକ ସ୍ପଷ୍ଟୀକରଣରେ କହିଛନ୍ତି। ଇସଲାମୋଫୋବିଆ ପ୍ରସଙ୍ଗ ନିଃସନ୍ଦେହରେ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଆମକୁ ସ୍ୱୀକାର କରିବାକୁ ହେବ ଯେ ଅନ୍ୟ ଧର୍ମ ମଧ୍ୟ ଭେଦଭାବ ଓ ହିଂସାର ସମ୍ମୁଖୀନ ହେଉଛନ୍ତି। କେବଳ ଇସ୍ଲାମୋଫୋବିଆର ମୁକାବିଲା ପାଇଁ ସମ୍ବଳ ଆବଣ୍ଟନ କରିବା, ଅନ୍ୟ ଧର୍ମାବଲମ୍ବୀମାନେ ସମ୍ମୁଖୀନ ହେଉଥିବା ସମାନ ଆହ୍ୱାନକୁ ଅଣଦେଖା କରିବା ଠିକ୍ ନୁହେଁ ବୋଲି ସେ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ