ଧର୍ମ

ଜାଣନ୍ତୁ ଭାରତରେ କେଉଁ କେଉଁ ସ୍ଥାନରେ ଥିଲା ଶ୍ରୀ ରାମଙ୍କ ଦୁଇ ଜମଜ ପୁତ୍ର ଲବ ଓ କୁଶଙ୍କ ରାଜ୍ୟ

ଲବ ଓ କୁଶ ଶ୍ରୀରାମ ଓ ମାତା ସୀତାଙ୍କ ଜମଜ ପୁତ୍ର ଥିଲେ। କୁହାଯାଏ ଶ୍ରୀରାମ ବାନପ୍ରସ୍ଥ ପ୍ରସ୍ଥାନ ନିମନ୍ତେ ଭରତଙ୍କୁ ରାଜ୍ୟାଭିଷେକ କରିବାକୁ ଚାହିଁଥିଲେ। ହେଲେ ସେ ଏଥିରେ ସହମତ ହୋଇନଥିଲେ। ଏଣୁ ଦକ୍ଷିଣ କୋଶଳ ପ୍ରଦେଶ(ଛତିସଗଡ)ରେ କୁଶ ଏବଂ ଉତ୍ତର କୋଶଳ ପ୍ରଦେଶରେ ଲବଙ୍କୁ ଅଭିଷେକ କରାଯାଇଥିଲା। ତେବେ ଏହା ଏବେବି ଗବେଷଣାର ବିଷୟ ହୋଇ ରହିଛି। କାଳିଦାସ କୃତ ରଘୁବଂଶ ଅନୁସାରେ ରାମଚନ୍ଦ୍ର କୁଶଙ୍କୁ ଦକ୍ଷିଣ କୋଶଳ କୁଶସ୍ଥଳୀ ବା କୁଶାବତୀ ସହ ଅଯୋଧ୍ୟା ରାଜ୍ୟ ପ୍ରଦାନ କରିଥିଲେ।

ସେହିପରି ଲବଙ୍କୁ ପଞ୍ଜାବ ପ୍ରଦାନ କରିଥିଲେ। ଲବ ପୁରୀ(ଏବେକାର ଲାହୋର)କୁ ତାଙ୍କର ରାଜଧାନୀ କରିଥିଲେ। ସେହିପରି ଭରତଙ୍କ ଦୁଇ ପୁତ୍ର ତକ୍ଷ୍ୟ ଓ ପୁସ୍କରଙ୍କୁ ଯଥାକ୍ରମେ ଆଜିର ତକ୍ଷଶିଳା ଓ ପୁସ୍କରାବତୀ (ଆଜିର ପେଶାବର)ରେ ସିଂହାସନାଋଢ କରାଇଥିଲେ। ଲକ୍ଷ୍ମଣଙ୍କ ଦୁଇ ପୁତ୍ର ଅଙ୍ଗଦ ଓ ଚନ୍ଦ୍ରକେତୁଙ୍କୁ ଯଥାକ୍ରମେ ହିମାଚଳର ଅଙ୍ଗଦପୁର ଓ ଚନ୍ଦ୍ରାବତୀରେ ରଜ୍ୟାଭିଷେକ କରାଯାଇଥିଲା। ସତୃଘ୍ନଙ୍କ ଦୁଇ ପୁତ୍ର ସୁବାହୁ ଓ ଶତ୍ରୁ ଘାତିଙ୍କୁ ମଥୁରା ଓ ବିଦିଶାର ଶାସନଭାର ପ୍ରଦାନ କରାଯାଇଥିଲା।

ରାମଙ୍କ ସମୟରେ ମଧ୍ୟ କୋଶଳ ରାଜ୍ୟ ଉତ୍ତର ଓ ଦକ୍ଷିଣ ଦୁଇ ଭାଗରେ ବିଭାଜିତ ହୋଇ ରହିଥିଲା। ରଘୁବଂଶ ଅନୁସାରେ ରାମଚନ୍ଦ୍ର ତାଙ୍କର ଦୁଇ ପୁତ୍ର ଲବ ଓ କୁଶଙ୍କୁ ଶରାବତୀ ଓ କୁଶାବତୀ ନାମରେ ରାଜ୍ୟ ପ୍ରଦାନ କରିଥିଲେ। ଶରାବତୀ ଶ୍ରାବସ୍ତୀ ବୋଲି ଧରାଗଲେ ଲବଙ୍କ ରାଜ୍ୟ ନିଶ୍ଚିତ ରୂପେ ଉତ୍ତର ଭାରତରେ ଓ କୁଶଙ୍କ ରାଜ୍ୟ ଦକ୍ଷିଣ କୋଶଳରେ ଥିଲା ବୋଲି କୁହାଯାଇପାରେ। କୁଶଙ୍କ ରାଜଧାନୀ କୁଶାବତୀ ଆଜିର ବିଳାଶପୁରକୁ କୁହାଯାଉଛି। କୋଶଳକୁ ରାମଙ୍କ ମା କୌଶଲ୍ୟାଙ୍କ ଜନ୍ମଭୂମି ବୋଲି କୁହାଯାଉଥିଲା। ରଘୁବଂଶ ଅନୁସାରେ କୁଶଙ୍କୁ ଅଯୋଧ୍ୟା ଯିବାକୁ ହେଲେ ବିନ୍ଧ୍ୟାଞ୍ଚଳ ପର୍ବତ ପାରି ହେବାକୁ ପଡୁଥିଲା ବୋଲି ଉଲ୍ଲେଖ ରହିଛି। ଏଥିରୁ ତାଙ୍କର ରାଜ୍ୟ କୋଶଳ ବୋଲି ପ୍ରତୀତ ହେଉଥିବା ବେଳେ ତାଙ୍କର ଉତ୍ତର ପୀଢିଙ୍କ ଦାବି କିନ୍ତୁ ପୃଥକପୃଥକ ସ୍ଥାନରୁ ଆସୁଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ