ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ

ଜାଣନ୍ତୁ ବିବାହ ତିଥି କେମିତି ସ୍ଥିର ହୁଏ?

କଟକ: ବିବାହ ତିଥି କେମିତି ସ୍ଥିର ହୁଏ? ଏହାକୁ ନେଇ ସାଧାରଣରେ ଏକ ଉତ୍ସୁକତା ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଜ୍ଞାନ ରଖୁଥିବା ବ୍ୟକ୍ତିବିଶେଷ ଅଥବା ଅନେକ ନିଜନିଜର ପୂରୋହିତ ମାନଙ୍କ ମତାମତ ନେଇ ବିବାହ ତାରିଖ ସ୍ଥିର କରିଥାନ୍ତି। ବର୍ତ୍ତମାନ ସମୟରେ ଅନେକ ଆଉ ବିବାହ ପୂର୍ବରୁ ପୁଅ-ଝିଅଙ୍କ ଜାତକ ମେଳ କରୁ ନଥିବା ବେଳେ ଏବେ ବି ଅନେକ ବିବାହ ଠିକ କରିବା ପୂର୍ବରୁ ଜାତକ ମେଳ ଉପରେ ବିଶ୍ବାସ ରଖୁଛନ୍ତି। ଏଭଳି ବିଶ୍ବାସ ରଖୁଥିବା ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ବିଶାରଦଙ୍କ ନିକଟକୁ ପୁଅ-ଝିଅଙ୍କ ଜାତକ ନେଇ ଯାଇଥାନ୍ତି। ଯାତକ ନଥିଲେ ଜନ୍ମ ତାରିଖ, ସ୍ଥାନ, ସମୟ ଆଦିରୁ ମଧ୍ୟ ଜ୍ୟୋତିଷ ଶାସ୍ତ୍ର ବିଶାରଦମାନେ ପୁଅ-ଝିଅଙ୍କ ବିବାହ ସ୍ଥିର କରିଥାନ୍ତି। ଜାତକର ପ୍ରଥମ ସ୍ଥାନ ବା ଲଗ୍ନର ଗ୍ରହକୁ ଗୁରୁତ୍ବ ଦିଆଯାଏ।

ସେହିଭଳି ଜାତକର ସପ୍ତମ ସ୍ଥାନ (ଜୀବନ ସାଥୀ ଘର)ରେ ଥିବା ଗ୍ରହଙ୍କୁ ମଧ୍ୟ ବିଚାରକୁ ନେଇ ଜ୍ୟୋତିଷମାନେ ପରାମର୍ଶ ଦିଅନ୍ତି। ପୁଅ-ଝିଅଙ୍କ ବର୍ଣ୍ଣ, ବଶ୍ୟ, ନକ୍ଷତ୍ର/ଦିନ, ୟୋନି, ଗ୍ରହ ମୈତ୍ରୀ, ଗଣ, ଭକୁଟ ଓ ନାଡ଼ି ଇତ୍ୟାଦି ବିଚାରକୁ ନେଇ ବିବାହ ସ୍ଥିର କରାଯାଏ। ଏସବୁ ପାଇଁ ୩୬ ନମ୍ବରରୁ ଯଦି ୧୮ ନମ୍ବରରୁ ଅଧିକ ରୁହେ ତେବେ ବିବାହ ମଙ୍ଗଳପ୍ରଦ ବୋଲି ବିଚାର କରି ନିଷ୍ପତ୍ତି ନିଆଯାଏ। ସେହିଭଳି ଉଭୟ ପୁଅ-ଝିଅଙ୍କ ରାଶି, ନକ୍ଷତ୍ର, ଜାତକର ଶୁଭ ସମୟ ନିର୍ଣ୍ଣୟ କରି ଯେଉଁ ସମୟରେ ଉଭୟଙ୍କର ପାଖାପାଖି ଭଲ ସମୟ ରହୁଥାଏ ତାହାକୁ ବିବାହ ସମୟ ବା ମୂହୁର୍ତ୍ତ ଭାବେ ଧାର୍ଯ୍ୟ କରାଯାଏ। କିନ୍ତୁ ଏସବୁ ହିସାବ ବା ବିଚାର କରିବା ଏତେ ସହଜ ହୋଇ ନଥାଏ। ଜ୍ୟୋତିଷ ଶାସ୍ତ୍ରରେ ଉପଯୁକ୍ତ ଜ୍ଞାନ ରଖୁଥିବା ବ୍ୟକ୍ତିଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କଲେ ଶୁଭ ଫଳ ମିଳିଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ